Below header

ଏଭଳି ଭାବେ କରନ୍ତୁ ପିଲାଙ୍କ ଲାଳନପାଳନ, କେବେ ବି ଯିବେନି ଅବାଟକୁ

ଚାଣକ୍ୟ ନୀତିରେ ସାମାଜିକ ଜୀବନରେ ଆବଶ୍ୟକ ପଡ଼ୁଥିବା ସବୁ ପ୍ରଶ୍ନର ଉତ୍ତର ରହିଛି। ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ କ’ଣ କରିବା ଉଚିତ କ’ଣ କରିବା ନ ଉଚିତ ସବୁ ବିଷୟକୁ ନେଇ ଚାଣକ୍ୟ ନିଜ ମତ ଦେଇଛନ୍ତି। ଖରାପ ପରିସ୍ଥିତିରେ କିପରି ଧୈର୍ଯ୍ୟର ସହ କାମ କରିବା ଉଚିତ ଓ ସୁଖରେ କିଭଳି ଅଧିକ ଉତ୍ସାହିତ ନ ହେବା କଥା ତାହା ମଧ୍ୟ ଚାଣକ୍ୟ ଶିକ୍ଷା ଦେଇଛନ୍ତି। ଚାଣକ୍ୟଙ୍କ ନୀତିକୁ ସାଧାରଣ ଜୀବନରେ କାମରେ ଲଗାଇଲେ କୌଣସି ସମସ୍ୟା ରହେନାହିଁ।

chanakya

ଆଚାର୍ଯ୍ୟ ଚାଣକ୍ୟ ପିଲାଙ୍କ ଲାଳନପାଳନକୁ ସବୁବେଳେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ତାଙ୍କ କହିବାନୁସାରେ ପିଲାମାନେ ଦେଶର ଭବିଷ୍ୟତ। ଏଣୁ ପିଲାଙ୍କୁ ଉତ୍ତମ ଆଚରଣ ଶିଖାଇବା ଉଚିତ। ପିଲାଙ୍କୁ ଛୋଟ ବେଳୁ ଯାହା ଶିକ୍ଷା ଦେବ ବଡ଼ ହେଲେ ସେମାନେ ତାହାକୁ କାର୍ଯ୍ୟରେ ଲଗାଇବେ। ତେବେ ଆସନ୍ତୁ ଜାଣିବା ପିଲାଙ୍କ ଲାଳନପାଳନକୁ ନେଇ କ’ଣ କୁହନ୍ତି ଆଚାର୍ଯ୍ୟ ଚାଣକ୍ୟ…

child4

  • ପିଲାଙ୍କୁ ଅଧିକ ଗେହ୍ଲା କରନ୍ତୁ ନାହିଁ। ଏହା ଦ୍ୱାରା ପିଲା ଉଦ୍ଧତ ହୋଇଯିବେ। ଅଧିକ ସ୍ନେହ ଦ୍ୱାରା ସେମାନେ ଜିଦିଆ ହୋଇଯାଆନ୍ତି ଯାହା ଆଦୌ ଭଲ ନୁହେଁ।
  • ଚାଣକ୍ୟଙ୍କ ଅନୁସାରେ ଛୁଆଙ୍କ ଉପରେ ବେଳେ ରାଗିବା ମଧ୍ୟ ଜରୁରୀ। ସେମାନଙ୍କ ପ୍ରତ୍ୟେକ କଥାରେ ହଁ ନ ଭରି ନା’କହିବା ମଧ୍ୟ ଶିଖନ୍ତୁ। ଏହା ଦ୍ୱାରା ସେମାନେ ଭାବିଚିନ୍ତି ଡିମାଣ୍ଡ କରିବେ।

child5

  • ପିଲାଙ୍କୁ ଧର୍ମ, ସଂସ୍କୃତି ଓ ପରମ୍ପରା ବିଷୟରେ କୁହନ୍ତୁ। ଆମ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇବାକୁ ପିଲାଙ୍କୁ ଶିଖାନ୍ତୁ।
  • ଘରର ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ତଥା ଭକ୍ତି କରିବାକୁ ପିଲାଙ୍କୁ ଛୁଆବେଳୁ ଶିଖାନ୍ତୁ। ବଡ଼ମାନଙ୍କୁ ଯେଭଳି ଜବାବ ନ ଦିଅନ୍ତି କିମ୍ବା କିଛି କଷ୍ଟ ଦେଲା ଭଳି ନ କୁହନ୍ତି ସେଥିପ୍ରତି ଯତ୍ନବାନ ହୁଅନ୍ତୁ।

child2

  • କେବଳ ମାତାପିତା ନୁହେଁ ଚାଣକ୍ୟ ଗୁରୁଙ୍କୁ ମଧ୍ୟ ପିଲାଙ୍କୁ ଅନୁଶାସନ ଶିଖାଇବାକୁ ମତ ଦେଇଛନ୍ତି। ତାଙ୍କ କହିବାନୁସାରେ ଗୁରୁ ସବୁବେଳେ ଛାତ୍ରଙ୍କୁ ଭଲ କଥା ଶିଖାଇବା ଉଚିତ।
  • ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଉଭୟ ମାତାପିତା ଓ ଶିକ୍ଷକଙ୍କୁ ସାବଧାନ ରହିବା ଉଚିତ ଯେ ତାଙ୍କ ପିଲା ଓ ଛାତ୍ରର ଯେଭଳି କୌଣସି ଭୁଲ ଅଭ୍ୟାସ ଆରମ୍ଭ ହେଉନି।

child

  • ଏଥିସହ ବେଳେବେଳେ ପିଲାଙ୍କୁ ଠିକ୍‌ କ’ଣ ଭୁଲ କ’ଣ ବୁଝାନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.