Below header

ପୁଣି ପଲଟିଲା ବାଜି, ଜୀବନ ବଞ୍ଚିଗଲା ନିର୍ଭୟା ଦୋଷୀଙ୍କର, ଡେଥ୍‌ ଓ୍ଵରେଣ୍ଟ ଉପରେ ଲାଗିଲା ରୋକ୍‌, ହେଲେ କେତେ ଦିନ ?

ନୂଆଦିଲ୍ଲୀ : ପୁଣି ପଲଟିଲା ବାଜି, ଜୀବନ ବଞ୍ଚିଗଲା ନିର୍ଭୟା ଦୋଷୀଙ୍କର, ଡେଥ୍‌ ଓ୍ଵରେଣ୍ଟ ଉପରେ ଲାଗିଲା ରୋକ୍‌, ହେଲେ କେତେ ଦିନ ?
ନୂଆଦିଲ୍ଲୀ : ଅନେକ କଳ୍ପନା ଜଳ୍ପନା ପରେ ପୁଣି ଥରେ ଗଡ଼ିଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ପାତିଆଲା ହାଉସ୍‌ କୋର୍ଟ କେଇ ଘଣ୍ଟା ପୂର୍ବରୁ ତାରିଖ ଘୁଞ୍ଚାଇବାକୁ ମନା କରିଥିଲେ ସେହି କୋର୍ଟର ବିଚାରପତି ଧର୍ମେନ୍ଦ୍ର ରାଣା ଆଜି ଡେଥ୍‌ ଓ୍ଵାରେଣ୍ଟ ଉପରେ ରୋକ୍‌ ଲଗାଇଛନ୍ତି । ତେଣୁ ଆସନ୍ତାକାଲି ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।
ଅନ୍ୟତମ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟକୁ ପଠା ଯାଇଥିବାରୁ ଏହି ଆଳ ନେଇ ପୁଣି କିଛି ଦିନ ବଞ୍ଚି ଯିବାର ସୁଯୋଗ ପାଇଛନ୍ତି ଏହି ଅପରାଧୀମାନେ । ଏହାକୁ ମିଶାଇ ତୃତୀୟଥର ଫାଶୀ ତାରିଖ ଟଳିଛି । ଜାନୁଆରୀ ୨୨ରୁ ଫେବ୍ରୁଆରୀ ୧ ଓ ତା ପରେ ମାର୍ଚ୍ଚ ୩କୁ ଘୁଞ୍ଚିଥିଲା ଫାଶୀ ତାରିଖ ।

ନିର୍ଭୟା ମା’ଙ୍କ ପ୍ରଶ୍ନ, ଫାଶୀ କେବେ ?

ପୁଣି ତାରିଖ ଗଡ଼ିବା ପରେ ଗତ ସାତ ବର୍ଷ ଧରି ନ୍ୟାୟକୁ ଅପେକ୍ଷା କରିଥିବା ନିର୍ଭୟାଙ୍କ ପରିବାର ହାତଶ ହୋଇପଡ଼ିଛନ୍ତି । ନିର୍ଭୟାଙ୍କ ମା ଆଶାଦେବୀ କହିଛନ୍ତି ଆମ ଆଇନ୍‌ ଦୋଷୀଙ୍କୁ ଦଣ୍ଡ ଦେବାରେ ବିଫଳ ହୋଇଛି । ସେ ସରକାର ଏବଂ କୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି କେବେ ଦୋଷୀଙ୍କୁ ଫାଶୀ ମିଳିବ ? ତଥାପି ସେ ଧୈର୍ଯ୍ୟ ହରାଇ ନାହାନ୍ତି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.