Below header

ଚାଣକ୍ୟ ନୀତି : ଆପଣ ଯଦି ବାରମ୍ବାର ଅସଫଳ ହେଉଛନ୍ତି, କରନ୍ତୁ ଏହି କାମ, ହାତ ମୁଠାରେ ରହିବ ସଫଳତା

ଚାଣକ୍ୟଙ୍କ ମତରେ ଲକ୍ଷ୍ୟ ଯେତେ ବଡ ହେବ ଲକ୍ଷ୍ୟକୁ ହାସଲ କରିବା ପାଇଁ ସେତେ କଠିନ ପରିସ୍ଥିତିର ସାମନା କରିବାକୁ ପଡିବ । ବ୍ୟକ୍ତିକୁ ସେତେବେଳ ଯାଏ ହାର ମାନିବା କଥା ନୁହେଁ ଯେତେବେଳ ଯାଏ ଲକ୍ଷ୍ୟ ହାସଲ ନହୋଇଛି । ଯେ କେବଳ ବୀଜୟ ଉପରେ ବିଶ୍ୱାସ କରନ୍ତି, ବୀଜୟ ତାଙ୍କର ହିଁ ହୋଇଥାଏ । ଚାଣକ୍ୟ କୁହନ୍ତି ଯଦି ଲଗାତାର ଅସଫଳତାର ସାମନା କରିବାକୁ ପଡୁଛି, ତେବେ ଚାଣକ୍ୟଙ୍କ ଏହି କଥା ମନେ ପକାନ୍ତୁ । ସବୁ କାମରେ ନିଶ୍ଚୟ ମିଳିବ ସଫଳତା ।

୧. ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ସଫଳତାର ମୂଳ ମନ୍ତ୍ର ସମ୍ପର୍କରେ କହିଛନ୍ତି । ବାଘ ଯେପରି ଶିକାରକୁ ପାଇବା ପାଇଁ ଏକାଗ୍ରତାର ସହ ଚେଷ୍ଟା କରିଥାଏ । ମନୁଷ୍ୟକୁ ସେପରି ଲକ୍ଷ୍ୟ ପ୍ରାପ୍ତି ପାଇଁ ଚେଷ୍ଟା କରିବାକୁ ପଡିବ । ଧ୍ୟାନ ହଟିଲେ ମଉକା ଓ ସଫଳତା ଉଭୟ ହାତରୁ ଚାଲିଯିବ । ପୁଣି ଏହାକୁ ପାଇବାକୁ ହେଲେ ଶୁନ୍‌ରୁ ଆରମ୍ଭ କରିବାକୁ ପଡିବ । ଏକାଗ୍ରତା ହିଁ ବ୍ୟକ୍ତିର ସଫଳତା ନିର୍ମାଣ କରିଥାଏ ।

୨. ବାଘ ତାର ଶିକାରକୁ ପାଇବା ପାଇଁ ଦୌଡିବାରେ ପୁରା ଶକ୍ତି ଲଗାଇ ଦେଇଥାଏ । ସେହିପରି ବ୍ୟକ୍ତି ସେତେବେଳେ ସଫଳତା ପାଇବ ଯେବେ ସେ ଇମାନଦାର ହୋଇ ନିଜ କାମରେ ପରିଶ୍ରମ କରିବ । ଆଗକୁ ବାଟ ଧିରେ ଧିରେ ସଫା ହୋଇଯିବ । ଆରମ୍ଭରେ ଯଦି ଆଳସ୍ୟ ଦେଖାଇବ ତ ବିଫଳତା ନିଶ୍ଚତ ।

୩. କାମରେ ଢ଼ିଲାପଣ ସଫଳତା ଠାରୁ ଦୂରରେ ରଖିଥାଏ । ଚାଣକ୍ୟଙ୍କ ଏହି ତରିକାକୁ ଆପଣାଇ କାମ କରିବେ ତ ସଫଳତା ଆପଣଙ୍କ ହାତ ମୁଠାରେ ରହିବ । ଯେପରି ବାଘ ତାର ଶିକାରକୁ ଖସି ଯିବାକୁ କୌଣସି ମଉକା ଦେଇ ନଥାଏ, ସେପରି ନିଜର ଲକ୍ଷ୍ୟ ହାସଲ କରିବାକୁ କୌଣସି ମଉକା ଛାଡିବା କଥା ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.