ଚାଣକ୍ୟ ନୀତି : ଘରର ମୁଖିଆଙ୍କୁ କେବେ ବି ଏହି କଥା ଭୁଲିବା କଥା ନୁହେଁ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି |

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏମିତି କିଛି କଥା ବର୍ଣ୍ଣନା କରିଛନ୍ତି ଯାହାକୁ ଘରର ମୁଖିଆ କେବେ ବି ଭୁଲିବା କଥା ନୁହେଁ | ନହେଲେ ଘରେ ହୋଇପାରେ ବଡ ବିପଦ |

1. ଭାଇ ସହ ଭଲ ସମ୍ପର୍କ ରଖିବା : ଚାଣକ୍ୟଙ୍କ ଅନୁସାରେ ଘରର ମୁଖିଆ ସର୍ବଦା ନିଜ ଭାଇ-ବନ୍ଧୁଙ୍କ ସହ ଭଲ ସମ୍ପର୍କ ରଖିବା ଉଚିତ | ନଚେତ ଏଥିପାଇଁ ସାରା ପରିବାର ମାନସିକ ଦୁଃଶ୍ଚିନ୍ତା ମଧ୍ୟରେ ଗତି କରି ପାରନ୍ତି | ମୁଖିଆ ନିଜ ଭାଇମାନଙ୍କ ସହ ପ୍ରେମ ସ୍ୱ ସଦିଚ୍ଛା ବାତାବରଣରେ ରହିବ ଉଚିତ | ସମ୍ପୂର୍ଣ ପରିବାରକୁ ଗୋଟେ ଡୋରରେ ବାନ୍ଧିବା ଉଚିତ |

2. ଅନ୍ନର ଅପମାନ କରିବା କଥା ନୁହେ : ଘରେ ବଡ ଯାହା କରନ୍ତି ଛୋଟ ତାହା ହିଁ ଶିଖନ୍ତି | ତେଣୁ ବଡ କେବେ ବି ଅନ୍ନ ନଷ୍ଟ କରିବା କଥା ନୁହେ | ନହେଲେ ଛୋଟ ମଧ୍ୟ ତାହା ଶିଖି ଅନ୍ନର ଅପମାନ କରିବେ | ଫଳରେ ମା’ ଲକ୍ଷ୍ମୀଙ୍କ ଅପମାନ ହେବ | ଫଳରେ ଘରୁ ସୁଖ ସମୃଦ୍ଧି ଦୂର ହୋଇଯିବ | ଯଦି ଘରେ ଅନ୍ନ ବଳିଲା ତେବେ ଏହାକୁ ନଷ୍ଟ ନ କରି ବାଣ୍ଟି ଦେବା ଉଚିତ |

3. ସଦସ୍ୟଙ୍କ ସହ କଥା ହେବ : ଘରର ମୁଖିଆ ପରିବାର ର ପ୍ରତି ସଦସ୍ୟଙ୍କ ସହ ମନ ଖୋଲି କଥା ହେବ ଉଚିତ | କାହାର କିଛି ଅସୁବିଧା ଥିଲେ ତାର ସମାଧାନ କରିବା ଉଚିତ | ତେଣୁ ଏଥିପାଇଁ ଘର ସଦସ୍ୟଙ୍କ ସହ ସମୟ ଦେବା ଉଚିତ | ଫଳରେ ଘରେ ଶାନ୍ତି ବଜାୟ ରହିବ |

4. ଅଯଥା ଖର୍ଚ୍ଚ ନ କରିବା : ମୁଖିଆ ସର୍ବଦା ଅଯଥା ଖର୍ଚ୍ଚରୁ ବିରତ ରହିବ ଉଚିତ | ପରିବାରର ପିଲା ଓ ଭବିଷ୍ୟତ ପାଇଁ ସଂଚୟ କରିବା ଦରକାର | ଫଳରେ ଆବଶ୍ୟକ ବେଳେ ଏହା କାମ ଦେଇ ପାରିବ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.