ହଜି ଯାଇଥିଲା ପୁଅ, ୨୨ ବର୍ଷ ପରେ ଗାଁ କୁ ଫେରି ମା’କୁ ଭିକ ମାଗିଲା ପୁଅ

ଦୀର୍ଘଦିନ ଧରି ହଜିଯାଇଥିଲା ପୁଅ । ମା’ର କୋଳ ଖାଲି କୁଆଡ଼େ ପଳାଇଯାଇଥିଲା । ସେହିଦିନରୁ ପୁଅକୁ ଖୋଜି ଖୋଜି ବିଚାରି ମା’ର ଅବସ୍ଥା ଖରାପ ହୋଇଯାଇଥିଲା । ୧୧ ବର୍ଷର ପୁଅ । ଦୁନିଆ ବିଷୟରେ ଠିକ୍‌ରେ ଜାଣି ନାହିଁ ।

ଦୀର୍ଘଦିନ ଧରି ହଜିଯାଇଥିଲା ପୁଅ । ମା’ର କୋଳ ଖାଲି କୁଆଡ଼େ ପଳାଇଯାଇଥିଲା । ସେହିଦିନରୁ ପୁଅକୁ ଖୋଜି ଖୋଜି ବିଚାରି ମା’ର ଅବସ୍ଥା ଖରାପ ହୋଇଯାଇଥିଲା । ୧୧ ବର୍ଷର ପୁଅ । ଦୁନିଆ ବିଷୟରେ ଠିକ୍‌ରେ ଜାଣି ନାହିଁ । ହେଲେ କାହାକୁ କିଛି ନକହି ହଠାତ୍‌ ଏପରି କୁଆଡ଼େ ଚାଲିଗଲା ଯେ ସମସ୍ତେ ଯେତେ ଖୋଜିଲେ ହେଲେ ପୁଅକୁ ଫେରି ପାଇନଥିଲେ । ମା’ ପୁଅକୁ ନପାଇ ଚେତାଶୂନ୍ୟ ହୋଇଯାଉଥିଲା । ତାକୁ ବୁଦ୍ଧି ବାଟ ଦିଶୁ ନଥିଲା । ପୁଅକୁ ଝୁରି ଝୁରି ଗୋଟିଏ କ୍ଷଣ ବଞ୍ଚିବା ତା ପାଇଁ ମୁସ୍କିଲ ହୋଇଯାଇଥିଲା । ସତେ ଯେମିତି ମା’ ର ପିଣ୍ଡରୁ ପ୍ରାଣ ବାହାରି ଯାଇଥିଲା ।

ଏହି ୧୧ ବର୍ଷର ବାଳକ ପିଙ୍କୁ ଅନେକ ଦିନ ପରେ ଆଜି ସେ ଗାଁ କୁ ଫେରିଛି । ତାକୁ ଦେଖି ଗାଁ ଲୋକଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ମନରେ ଆନନ୍ଦ ଖେଳିଯାଇଥିଲା । କାରଣ ଏତେ ଦିନ ପରେ ହଜିଥିବା ପୁଅ ଗାଁ ମାଟିକୁ ଫେରିଛି । ଦୀର୍ଘ ୨୨ ବର୍ଷ ପରେ ନିଖୋଜ ପୁଅକୁ ଫେରିପାଇ ମା’ର ପିଣ୍ଡରେ ପ୍ରାଣ ପଶିଯାଇଥିଲା ।

କିନ୍ତୁ ମା’ର ପୁଅକୁ ଫେରି ପାଇବାର ଖୁସି ବେଶୀ ସମୟ ରହି ନଥିଲା। କାରଣ ମା’ ଜାଣିବାକୁ ପାଇଲା କି ସଂସାରର ମୋହମାୟା ତ୍ୟାଗ କରି ତାଙ୍କ ପୁଅ ସନ୍ୟାସୀ ହୋଇଯାଇଛି। ସନ୍ୟାସୀ ନେବା ପରେ ଥିବା ଏକ ନିୟମ ପାଳନ କରିବାକୁ ସେ ଗାଁକୁ ଆସିଛି। ଏହି ନିୟମ ରେ ରହିଛି ସନ୍ୟାସୀ ନେବା ପରେ ଯୋଗୀମାନେ ମା’ଠାରୁ ଭିକ୍ଷା ନେଇଥାଆନ୍ତି। ଏହି ଭିକ୍ଷା ନେବା ପାଇ ପୁଅ ପିଙ୍କୁ ଗାଁକୁ ଓ ମା’ ପାଖକୁ ଫେରିଥିଲା।

ତେବେ ମା’ ପିଙ୍କୁକୁ ସନ୍ୟାସୀ ହୋଇଯି ବାର ଦେଖି ଭୋଭୋ ହୋଇ କାନ୍ଦିଥିଲେ, ତାକୁ ଘରକୁ ଫେରି ଆସିବାକୁ ଅନେକ ଅନୁରୋଧ କରିଥିଲେ। କିନ୍ତୁ ପୁଅ ମା’ର କୌଣସି କଥା ଶୁଣି ନଥିଲା। ସେ ବରମ୍ବାର ମା’କୁ ଗୋଟିଏ କଥା କହୁଥିଲା, ‘ମା’ ତୁ ମୋତେ ଭିକ୍ଷା ଦେଇ ଦେ.. ତୋ ହାତକୁ ଭିକ୍ଷା ନନେବା ପର୍ଯ୍ୟନ୍ତ ମୋର ସନ୍ୟାସୀ ହେବା ଅଧୁରା ରହିଯିବ।

ତେବେ ଏଭଳି ଏକ ଭାବବିହ୍ଵଳ ଘଟଣା ଉତ୍ତର ପ୍ରଦେଶର ଆମେଠିରେ ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଭିଡିଓକୁ ଯିଏ ଦେଖୁଛି ତା ଆଖିରୁ ଲୁହ ଝରିପଡ଼ୁଛି ।

Leave A Reply

Your email address will not be published.