ଚର୍ଚ୍ଚାରେ ଥିବା ଚିଙ୍ଗାରି ଆପର ନିର୍ମାତା ଓଡ଼ିଆ ଯୁବକ ବିଶ୍ବାତ୍ମା, ଜାଣନ୍ତୁ ତାଙ୍କ ସମ୍ପର୍କରେ

କେନ୍ଯୁଜ୍: ଓଡିଆ ଯୁବକଙ୍କ ଦ୍ଵାରା ନିର୍ମିତ ଚିଙ୍ଗାରି ଆପ୍ ଏବେ ସାରା ଭାରତ ବର୍ଷରେ ସମସ୍ତଙ୍କର ପସନ୍ଦ ଆସିଛି । ଏନେଇ ସମସ୍ତେ ଟିକଟକ୍ ଆପକୁ ପ୍ରତ୍ୟାଖ୍ୟାନ କରି ଏହି ଚିଙ୍ଗାରି ଆପକୁ ଡାଉନଲୋଡ଼ କରୁଛନ୍ତି । ଦିନକୁ ଦିନ ମଧ୍ଯ ଏହି ଆପର ଡିମାଣ୍ଡ ବଢିବାରେ ଲାଗିଛି। ତେବେ ଏହି ଚିଙ୍ଗାରି ଆପକୁ ଡାଉନଲୋଡ଼ କରିଛନ୍ତି ମହିନ୍ଦ୍ରା ଗ୍ରୁପ ଅଫ୍ କମ୍ପାନୀର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା । ଏନେଇ ନିଜେ ଟ୍ୱିଟ ଯୋଗେ ଜଣାଇଛନ୍ତି ଆନନ୍ଦ ମହିନ୍ଦ୍ରା ।

cc11ବିଶ୍ୱକୁ କରୋନା ମହାମାରୀ କବଳିତ କରିଥିବା ବେଳେ ଭାରତ ବର୍ଷରେ ଚାଇନା ଆପ୍ ଟିକଟକ୍କୁ ପ୍ରତ୍ୟାଖ୍ୟାନ କରିବାକୁ ସୋସିଆଲ ମିଡିଆରେ ପ୍ରଚାର ହୋଇଛି । ଏପରି ସମୟରେ ଓଡ଼ିଆ ଯୁବକ ‘ଚିଙ୍ଗାରି” ନାମକ ଆପ୍ ସୃଷ୍ଟି କରିଛନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବାପାଇଁ ସ୍ୱଦେଶୀ ଜିନିଷ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ ସେତେବେଳେ ଯୁବପୀଢୀକୁ ଏହା ପ୍ରେରଣା ଦେଇଛି ।

chingari-ଆଇଟି କ୍ଷେତ୍ରରେ କାର୍ଯ୍ୟକରୁଥିବା ଯୁବକମାନେ ଏବେ ନୂତନ ଆପ୍ ସୃଷ୍ଟି କରୁଛନ୍ତି । ତେବେ ଏପରି ସମୟରେ ବେଙ୍ଗାଲୁରୁରେ ଦୁଇ ଯୁବ ଆଇଟି ଇଂଜିନିୟର “ଚିଙ୍ଗାରି”ନାମକ ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପ୍ କୁ ପ୍ରସ୍ତୁତି କରିଛନ୍ତି ବେଙ୍ଗାଲୁରୁର ଆଇଟି କମ୍ପାନୀରେ କାର୍ଯ୍ୟରତ ଦୁଇ ଯୁବକ ସିର୍ଦ୍ଧାର୍ଥ ଗୌତମ ଏବଂ ଓଡ଼ିଆ ପୁଅ କଟକ ଜିଲ୍ଲାର କଣ୍ଟାପଡା ବ୍ଲକ ଅଡଶପୁର ଗ୍ରାମର ବିନୋଦ ନାୟକଙ୍କ ପୁଅ ବିଶ୍ବାତ୍ମା ନାୟକ । ବିଶ୍ବାତ୍ମା ଭୁବନେଶ୍ୱର ଆଇଟିଆର କଲେଜର ପୂର୍ବତନ ଛାତ୍ର ଅଟନ୍ତି ।

chingari-1ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଆପ୍କୁ ଏକ ମାସ ମଧ୍ୟରେ ୨.୭ ମିଲିୟନ ଗ୍ରାହକ ଡାଉନଲୋଡ଼ କରିସାରିଛନ୍ତି । ତେବେ ଏହି ଆପ କୁ ସମସ୍ତେ ପସନ୍ଦ କରୁଛନ୍ତି । ଭାରତ ବର୍ଷର ଜାତୀୟ ତଥା ଆଞ୍ଚଳିକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ଯପଟେ ଚିଙ୍ଗାରି ଆପ୍ ଟିକଟକ୍ ଆପ୍ ର ବିକଳ୍ପ ହୋଇ ଛିଡା ହୋଇଛି ।

ସୂଚନା ମୁତାବକ ବିଦେଶୀ ଆପ ପ୍ରତି ଯୁବ ପିଢ଼ୀଙ୍କ ଆଗ୍ରହକୁ ଲକ୍ଷ କରି ସ୍ୱଦେଶୀ ଢାଞ୍ଚାରେ ଏହି ଚିଙ୍ଗାରି ଆପ୍କୁ ସାଙ୍ଗ ଗୌତମ ଏବଂବିଶ୍ବାତ୍ମା ମିଶି ପ୍ରସ୍ତୁତ କରିଛନ୍ତି, ଯାହାକି ସମସ୍ତଙ୍କର ପସନ୍ଦ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.