ଭୁବନେଶ୍ବରରୁ ୬ ଜଣ ଓ କଟକରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରୁ ୬ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରୁ  ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୫ ଜଣ ଲୋକାଲ୍ କେସ୍ ହୋଇଥିବା ନେଇ  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ବରରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ସକ୍ରିୟ ସଂକ୍ରମିତ ରହିଛନ୍ତି ୧୩୦ଜଣ ଏବଂ ସୁସ୍ଥ ହୋଇ ଫେରିଛନ୍ତି ୧୮୫ଜଣ । ଏହାସହିତ ୪ଜଣଙ୍କର ପ୍ରାଣ ନେଇଛି ଏହି କରୋନା ।

ସେହିପରି କଟକ ସହରରୁ ଆଜି ୨ ଲୋକାଲ କେସ୍‌ ଚିହ୍ନଟ ହୋଇଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ସିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଣିହାଟ ଅଞ୍ଚଳର ଜଣେ ୫୨ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ କଟକ ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବ୍ୟତୀତ ସିଡିଏ ସେକ୍ଟର ୯ର ଜଣେ ୩୭ ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ସିଡିଏ ୯ରେ ପୂର୍ବରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.