ମାସ୍କ ଲଗାଇବାକୁ କହିବାରୁ ମ୍ୟାନେଜରଙ୍କ ଠାରୁ ମାଡ଼ ଖାଇଲେ ଦିବ୍ୟାଙ୍ଗ ମହିଳା, ସାର୍ ଚୁଟି ଘୋସାରି ମାରିବା ସହ ଲୁହା ରଡ୍‌ରେ ପିଟିଲେ

ଆନ୍ଧ୍ରପ୍ରଦେଶ: ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଯାହର ଭିଡିଓ ଆପଣ ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ । ଆଉ ମନେ ହେବ ସତରେ ଏଇ ଦୁନିଆରୁ ମାନିବିକତା ଲୋପ ପାଇଗଲାଣି ।

ଭିଡଓରେ ଜଣେ ବ୍ୟକ୍ତି ଆଉ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଅଫିସ ଭିତରେ ଚୁଟି ଘୋଷାରି ମାଡ ମାରୁଛନ୍ତି । ସବୁଠାରୁ ଦୁଃଖର କଥା ମହିଳା ଜଣଙ୍କ ଜଣେ ଦିବ୍ୟାଙ୍ଗ। ମହିଳା ଜଣଙ୍କୁ ବଡବାବୁ ତଳେ ପକାଇ ଲୁହା ରଡ୍‌ରେ ପିଟୁଥିବା ଦେଖିବାକୁ ମିଳିଛି ଭିଜୁଆଲରେ । ଏଭଳି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ନେଲୋର ଠାରେ ଥିବା ଟୁରିଜିମ ହୋଟେଲ କର୍ମଚାରୀଙ୍କ ସହ।

ସୂଚନା ଅନୁଯାୟୀ, ମାଡ଼ ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛି ପର୍ଯ୍ୟଟନ ବିଭାଗର ଡେପୁଟି ମ୍ୟାନେଜର। ଯାହାଙ୍କ ନା ସି ଭାସ୍କର। ଭାସ୍କର ଅଫିସକୁ ମାସ୍କ ପିନ୍ଧି ଆସିନଥିବାରୁ ଦିବ୍ୟାଙ୍ଗ ମହିଳା କର୍ମଚାରୀ ଉଷା ତାଙ୍କୁ ମାସ୍କ ପିନ୍ଧିବାରୁ ପରାମର୍ଶ ଦେଇଥିଲେ। ବାସ୍‌ ଏତିକିରେ ଭାସ୍କର ରାଗ ପଞ୍ଚମ । ସେ ନିଜର ହିତାହତ ଜ୍ଞାନ ହରାଇ ଉଷାଙ୍କୁ ଆକ୍ରମଣ କରିଥିଲେ।

ଥରେ ଦେଖନ୍ତୁ ଏହି ଭିଡିଓ:

ଏହି ସମସ୍ତ ଘଟଣା ଅଫିସରେ ଲାଗିଥିବା ସିସିଟିଭ ଫୁଟେଜରେ କଏଦ ହୋଇଛି । ଏନେଇ ପୁଲିସ୍‌ ମାମଲା ରୁଜୁ କରି ଭାସ୍କରଙ୍କୁ ଗିରଫ କରିଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.