୨୫ ଡିସେମ୍ବର ନୁହେଁ ୭ ଜାନୁୟାରୀରେ ଏହି ଦେଶରେ ପାଳନ କରାଯାଏ ଖ୍ରୀଷ୍ଟମାସ, ଜାଣନ୍ତୁ ଏହା ପଛର କାରଣ

ଆଉ ଦିନ କେଇଟା ପରେ ପଡିବ ଖ୍ରୀଷ୍ଟମାସ। ଆସନ୍ତା ୨୫ ଡିସେମ୍ବରରେ ଖ୍ରୀଷ୍ଟମାସର ପର୍ବକୁ ଦୁନିଆ ସାରା ଲୋକ ବହୁତ ଆନନ୍ଦ ଉଲ୍ଲାସରେ ସେଲିବ୍ରେଟ୍‌ କରନ୍ତି। ଏହି ପର୍ବ ଖ୍ରୀଷ୍ଟିୟାନ ମାନଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ। ପ୍ରତିବର୍ଷ ଖ୍ରୀଷ୍ଟମାସ ୨୫ ଡିସେମ୍ବରରେ ପାଳନ କରାଯାଏ କିନ୍ତୁ କଣ ଆପଣ ଜାଣନ୍ତି ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଖ୍ରୀଷ୍ଟମାସ ୨୫ ଡିସେମ୍ବର ନୁହେଁ ବରଂ ୭ ଜାନୁୟାରୀରେ ଏହାକୁ ପାଳନ କରନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ ସେହି ଦେଶ ବିଷୟରେ ଯେଉଁମାନେ କାହିଁକି ଏମିତି ସ୍ୱତନ୍ତ୍ର ଭାବରେ ପାଳନ କରୁଛନ୍ତି।

chiristଗ୍ରେଗୋରିୟନ କ୍ୟାଲେଣ୍ଡର ଏବଂ ଜୁଲିୟନ କ୍ୟାଲେଣ୍ଡରରେ ଫରକ ଥିବା କାରଣରୁ ଏମିତି ହୋଇଥାଏ। ଏହି କ୍ୟାଲେଣ୍ଡର ଅନୁଯାୟୀ ଖ୍ରୀଷ୍ଟମାସ ୭ ଜାନୁଆରୀରେ ପଡିଥାଏ ଏବଂ ଏହାକୁ ଓଲଡ୍‌ ଖ୍ରୀଷ୍ଟମାସ୍‌ ଡେ କୁହାଯାଏ। ୧୭୫୨ରେ ଇଂଲଣ୍ଡର ଜୁଲିୟନ କ୍ୟାଲେଣ୍ଡର ଯାଗାଗାରେ ଗ୍ରିଗୋରିୟନ କ୍ୟାଲେଣ୍ଡରକୁ ଫଲୋ କରିବା ଆରମ୍ଭ କରିଥିଲେ କିନ୍ତୁ ଅନେକ ଲୋକ ନୂଆ କ୍ୟାଲେଣ୍ଡରକୁ ନ ମାନି ପୁରୁଣା କ୍ୟାଲେଣ୍ଡରକୁ ଫଲୋ କଲେ।ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଦୁଇ କ୍ୟାଲେଣ୍ଡର ମଧ୍ୟରେ ମାତ୍ର ୧୩ ଦିନର ଅନ୍ତର ରହିଛି। ଏହି ଦୁଇ କ୍ୟାଲେଣ୍ଡରକୁ ଫଲୋ କରୁଥିବା ଲୋକମାନେ ଅଲଗା ଅଲଗା ଦିନରେ ଖ୍ରୀଷ୍ଟମାସ ସେଲିବ୍ରେଟ୍‌ କରନ୍ତି।

Christmastreeଏବେ ଆସନ୍ତୁ ଜାଣିବା କେଉଁ କେଉଁ ଦେଶ ୭ ଜାନୁୟାରୀରେ ଖ୍ରୀଷ୍ଟମାସ ପାଳନ କରନ୍ତି। ଗ୍ରୀସ୍‌, ରୋମାନିୟା ୧୯୨୩ ମସିହାରୁ ୨୫ ଡିସେମ୍ବରରେ ଖ୍ରୀଷ୍ଟମାସ ପର୍ବ ପାଳନ କରନ୍ତି ଏବଂ ସେହିପରି ରୁସ୍‌, ୟୁକ୍ରେନ୍‌, ଇସ୍ରାଏଲ, ଇଜିପ୍ଟ ଏବଂ ବୁଲଗାରିୟା ଆଦି ଦେଶରେ ଖ୍ରୀଷ୍ଟମାସ ଜାନୁୟାରୀରେ ପାଳନ କରାଯାଏ। ଏହାସହିତ ସର୍ବିୟା, ବେଲାରୁସ୍‌, ମୋଣ୍ଟେନେଗ୍ରୋ, ମ୍ୟାକେଡୋନିଆ, ଇଥିୟୋପିଆ, ଜିୟୋଜିଆର୍ ଆଦି ଦେଶରେ ୭ ଜାନୁୟାରୀରେ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.