Below header

ଗୋଟେ ମିନିଟ୍ ରେ ଶିକାରୀକୁ ଶିକାର କରିନେଲା ଚତୁର କୁମ୍ଭୀର, ଦେଖନ୍ତୁ ଆଶ୍ଚର୍ଯ୍ଯ କଲା ଭଳି ଭିଡିଓ

ନିଜକୁ ବଞ୍ଚାଇବା ପାଇଁ ସଂଗ୍ରାମ କରିବା ସୃଷ୍ଟିର ନିୟମ । ଜୀବଙ୍କ ମଧ୍ୟରେ ଏହି ପ୍ରକ୍ରିୟା ଅନବରତ ଚାଲିଥାଏ । ଜଙ୍ଗଲରେ ବେଳେ ବେଳେ ଏମିତି ଘଟଣା ଘଟିଯାଏ, ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଜୀବଜନ୍ତୁ ଦୁନିଆରେ ଏମିତି ଅଲଗା ଅଲଗା ଭୟଙ୍କର ଏବଂ ରୋମାଞ୍ଚକ ଘଟଣା ଘଟିଥାଏ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକୁ ଦେଖି ଆପଣ ନିଜ ଆଖିକୁ ବିଶ୍ବାସ କରିପାରିବେ ନାହିଁ। ଏମିତି ଏକ ଭିଡିଓ ଇଣ୍ଟରନେଟରେ ଭାଇରଲ ହୋଇ ସମସ୍ତଙ୍କୁ ଚକିତ କରିଦେଇଛି।

ଏହି ଭିଡିଓକୁ ଦେଖନ୍ତୁ ଆପଣ । ନିମିଷକେ କ’ଣ ଘଟିଲା କିଛି ବୁଝିପାରିବେ ନାହିଁ। ଏହି ଭିଡିଓରେ ମାତ୍ର କେଇ ସେକେଣ୍ଡରେ ଚିତା ବାଘର ଶିକାର କରୁଛି ଚତୁର କୁମ୍ଭୀର। ଭିଡିଓଟି ଭାଇରଲ ହେବା ମାତ୍ରେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି। ଭିଡିଓରେ ଜଙ୍ଗଲରେ ଥିବା ଏକ ପୋଖରୀରେ ଚିତାବାଘ ପାଣି ପିଉଥିବା ବେଳେ ହଠାତ୍ କୁମ୍ଭୀରଟି ପାଣି ଭିତରେ ଆସି ଚିତାକୁ ଗୋଟେ ମିନିଟ୍ ରେ କାବୁ କରିନେଇଛି। କୁମ୍ଭୀର ଏମିତି ଚିତାକୁ ଆକ୍ରମଣ କରିଛି ଯେ, ତାକୁ ଗୋଟେ ସୁଯୋଗରେ କାମୁଡି ଧରି ପାଣିକୁ ଟାଣିନେଇଛି। ଆଉ ଏହା ପରେ ପାଣି ଭିତରେ ଚିତାର ବଳ ସବୁ ପାଣି ଫୋଟକା ଭଳି ଉଭେଇ ଯାଉଛି ।

ଏହି ଭଡିଓକୁ ଟ୍ବିଟରରେ @Saket_Badola ସେୟାର କରିଛନ୍ତି। ସେ ଲେଖିଛନ୍ତି, ୬୦ ସେକେଣ୍ଡରେ ଖେଳ ଶେଷ। ଶିକାରୀ ନିଜେ ଶିକାର ହୋଇଗଲା। ୨୭ ସେକେଣ୍ଡର ଏହି ଭିଡିଓରେ ୧୦ ହଜାରରୁ ଅଧିକ ଭ୍ଯୁ ଏବଂ ୧ ହଜାରରରୁ ଅଧିକ ଲାଇକ୍ସ ମିଳିସାରିଛି। ଭିଡିଓ ଦେଖିବାକୁ ଅତି ଭୟଙ୍କର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.