ପକ୍ଷୀମାନଙ୍କ ପାଇଁ ବିପଦ ସାଜୁଛି ଜଳବାୟୁ ପରିବର୍ତ୍ତନ, ରିସର୍ଚରେ ହେଲା ଖୁଲାସା

ପକ୍ଷୀମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବା ପାଇଁ ନେଦରଲ୍ୟାଣ୍ଡର ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଗ୍ରେଟ ଟିଟ୍‌ସ ପକ୍ଷୀମାନଙ୍କ ଏକ ପ୍ରଜାତି ଉପରେ ରିସର୍ଚ କରିଥିଲେ । ଜଳବାୟୁ ପରିବର୍ତ୍ତନ ଦ୍ୱାରା ପକ୍ଷୀମାନଙ୍କ ପିଲାମାନଙ୍କୁ ଠିକ ସମୟରେ ଖାଦ୍ୟ ମିଳେ ନାହିଁ, ଯେଉଁଥିପାଇଁ ସେମାନେ କୁପୋଷଣର ଶିକାର ହୋଇଥାନ୍ତି ।

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଗଭୀର ଚର୍ଚ୍ଚା ହେଉଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ଏହାର ସଂଶୋଧନ ପାଇଁ ଚେଷ୍ଟା କରାଯାଉଛି । କିନ୍ତୁ ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ଓ୍ଵାର୍ମିଂର ଖରାପ ପ୍ରଭାବ ପୂର୍ବ ସମୟ ତୁଳନାରେ ବର୍ତ୍ତମାନ ଅଧିକ ଏବଂ ବ୍ୟାପକ ହୋଇଛି । ଜୀବ ମାନଙ୍କ ବିକାଶ ଏବଂ ସେମାନଙ୍କ ମଧ୍ୟରେ ପରିବର୍ତ୍ତନ ସମାନ ଗତି ସହିତ ହୋଇଥାଏ ଏବଂ ଏହି ଗତି ସାଧାରଣତଃ ଧିରେ ହୋଇଥାଏ । ଏଥିପାଇଁ ଜଳବାୟୁରେ ହେଉଥିବା ପରିବର୍ତ୍ତନ ଜୀବମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏସମ୍ପର୍କିତ ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ, ପକ୍ଷୀମାନେ ଜଳବାୟୁ ପରିବର୍ତ୍ତନର ଗତି ସହିତ ଖାପ ଖୁଆଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ପକ୍ଷୀମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବା ପାଇଁ ନେଦରଲ୍ୟାଣ୍ଡର ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଗ୍ରେଟ ଟିଟ୍‌ସ ପକ୍ଷୀମାନଙ୍କ ଏକ ପ୍ରଜାତି ଉପରେ ରିସର୍ଚ କରିଥିଲେ । ଏହି ପ୍ରଜାତିର ପକ୍ଷୀମାନେ ବୈଜ୍ଞାନିକମାନଙ୍କ ରିସର୍ଚରେ ବ୍ୟବହାର ହୁଅନ୍ତି । ଏହି ରିସର୍ଚର ପ୍ରମୁଖ ଲେଖକ ଏବଂ ଜୀବବିଜ୍ଞାନୀ ମାର୍ସଲ ବିସେର କହିଛନ୍ତି ଯେ, ସମସ୍ତ ପ୍ରଜାତି ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ସେମାନେ ଜଳବାୟୁ ପରିବର୍ତ୍ତନ ସହ ନିଜକୁ ଶୀଘ୍ର ଖାପ ଖୁଆଇ ରହିବା । କାରଣ ଜଳବାୟୁ ପରିବର୍ତ୍ତନ ଏବଂ ସମାନଙ୍କ ବିକାଶ ଗତି ସମାନ ହେବା ଆବଶ୍ୟକ । ତେଣୁ ଅନୁସନ୍ଧାନକାରୀମାନେ ରିସର୍ଚ୍ଚ ପାଇଁ ଗ୍ରେଟ ଟିଟ୍‌ସଙ୍କୁ ବାଛିଥିଲେ । ଏହି ରିସର୍ଚ୍ଚର ଫଳାଫଳ ଅନ୍ୟ ପ୍ରଜାତିର ପକ୍ଷୀମାନଙ୍କ ଉପରେ ମଧ୍ୟ ଲାଗୁ ହୋଇଛି ।

ଏହି ରିସର୍ଚ୍ଚରେ, ଅନୁସନ୍ଧାକରୀମାନେ ଜେନେଟିକ ଚୟନ ମାଧ୍ୟମରେ ଅନେକ ପକ୍ଷୀମାନଙ୍କ ବିକାଶକୁ ବଢ଼ାଇଥିଲେ । ସେମାନେ ଡି ହୋଗ ଓ୍ଵାଲୁେଓ୍ଵ ଜାତୀୟ ଉଦ୍ୟାନରୁ ଏହି ପକ୍ଷୀମାନଙ୍କର ଅଣ୍ଡା ନେଇଥିଲେ ଏବଂ ସେମାନଙ୍କ ପିଲାମାନଙ୍କ ତୁଳନା ଗ୍ରେଟ ଟିଟ୍‌ସ ପକ୍ଷୀମାନଙ୍କ ପିଲାମାନଙ୍କ ସହ କରିଥିଲେ । ଜଙ୍ଗଲରେ ଥିବା ପକ୍ଷୀମାନେ ଶୀଘ୍ର ଅଣ୍ଡା ଦେଇଥିଲେ କିନ୍ତୁ ଗ୍ରେଟ ଟିଟ୍‌ସ ପକ୍ଷୀମାନେ ଧୀରେ ଧୀରେ ଅଣ୍ଡା ଦେଇଥିଲେ ।

ଜଳବାୟୁ ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ଅନେକ ପରିବେଶ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ । ଜଳବାୟୁ ପରିବର୍ତ୍ତନ ଦ୍ୱାରା ପକ୍ଷୀମାନଙ୍କ ପିଲାମାନଙ୍କୁ ଠିକ ସମୟରେ ଖାଦ୍ୟ ମିଳେ ନାହିଁ, ଯେଉଁଥିପାଇଁ ସେମାନେ କୁପୋଷଣର ଶିକାର ହୋଇଥାନ୍ତି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଖୁବ ଦ୍ରୁତଗତିରେ ହେଉଛି, ଯେଉଁଥିରେ ପକ୍ଷୀମାନେ ପରିବେଶ ସହ ଖାପ ଖୁଆଇ ପାରୁ ନାହାନ୍ତି, ଯାହା ସେମାନଙ୍କୁ ବିପଦରେ ପକାଇପାରେ । ଜଳବାୟୁ ପରିବର୍ତ୍ତନ କେବଳ ମାନବ ସମ୍ପ୍ରଦାୟକୁ ନୁହେଁ, ଜୀବଯନ୍ତୁମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.