ଏସବୁ ସ୍ଥାନର ପିଛା ଛାଡୁନି ବିବାଦ, ଏ ସ୍ଥାନକୁ ନେଇ ଅନେକ କଥା

ଆପଣ ଜାଣନ୍ତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । ଆଉ ଏସବୁ ଭିତରେ ଐତିହାସିକ ସ୍ଥାନଗୁଡକକୁ ନେଇ ବିବାଦ କିଛି ନୂଆ କଥା ନୁହେଁ । ଏହି ବିବାଦ ଲମ୍ବା ସମୟ ଧରି ଚାଲିଥାଏ । ଯାହାର ଡୋର ନା ଛିଡେ ନା ସଂମ୍ପୂର୍ଣ୍ଣ ଭାବେ ବନ୍ଧା ଯାଇପାରିଛି । ସେମିତି ସ୍ଥାନ ଗୁଡିକ ବିଷୟରେ ଜାଣିବା ଯାହାକୁ ନେଇ ବିବାଦ ଏଯାଏଁ ପିଛା ଛାଡିନି ।

କାଶୀର ଜ୍ଞାନବ୍ୟାପି ମସଜିଦ ଡିସ୍ପୟୁଟ । ଯେଉଁଠି ସର୍ଭେ କାମ ଜାରି ରହିଛି । ଜ୍ଞାନ ବ୍ୟାପି ମସଜିଦରେ ମନ୍ଦିର ଯୋଗୁଁ ସର୍ଭେର ଦାବି କରାଯାଇତିଲା । ଯାହା ଫଳରେ କୋର୍ଟଙ୍କ ଅନୁମତି ପରେ ସର୍ଭେ କରାଯାଉଛି । ଏହା ଛଡା ତାଜମହଲ ଓ କୁତବମିନାରକୁ ନେଇ ମଧ୍ୟ ବିବାଦ ରହିଛି । ଏହାକୁ ନେଇ ବହୁ ବିବାଦ ପୂର୍ବରୁ ଲାଗିରହିଛି । ତାଜମହଲ ଓ କୁତବମିନାର ମଧ୍ୟ ଏହି ବାବାଦରେ ଅନ୍ତର୍ଭୁକ୍ତ । ଭାରତର ଏଭଳି ଅନେକ ଐତିହାସିକ ସ୍ଥାନ ଏବେ ଏଭଳି କିଛି ବିବାଦ ଘେରରେ ।

ଜ୍ଞାନବ୍ୟାପି ମସଜିଦ

ଏହି ବିବାଦରେ ସବୁଠୁ ମୁଖ୍ୟ ତର୍କ ଏଇଆ କି ଏହି ମସଜିଦ ହେବା ପୂର୍ବରୁ ଏଠାରେ ମନ୍ଦିର ଥିଲା । ଔରଙ୍ଗଜୈବଙ୍କ ଅମଳରେ କୁହାଯାଉଚି କି ଏହାକୁ ସେ ଧ୍ୱଂସ କରି ଏହି ମସଜିଦ ନିର୍ମାଣ କରିଥିଲେ । ଏହି ମସଜିଦର ନିର୍ମାଣ ବର୍ଷ ୧୬୬୪ରେ ମୋଗଲ ଶାସକ ଔରଙ୍ଗଜୈବ କରାଇଥିଲେ । ଏଠାରେ ଶୃଙ୍ଗାର ଗୌରୀମନ୍ଦିର ଥିବାର କଥା କୁହାଯାଇଛି । ପ୍ରତିଦିନ ଏଠାରେ ପୂଜା ଓ ଦର୍ଶନ କରିବା ପାଇଁ ଦାବି କରାଯାଇଛି । କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବ୍ୟାପି ମସଜିଦ ବିବାଦ ବହୁ ସମୟ ଧରି ଚାଲିଆସୁଛି ।
ତାଜମହଲ

ତାଜମହଲକୁ ଯଦିଓ ଏବେ ବିଶ୍ୱର ୭ଟି ଅଜୁବା ମଧ୍ୟରେ ଗୋଟେ ଭାବେ କୁହାଯାଉଛି । କିନ୍ତୁ ଏହାର ହେବାସମୟକୁ ନେଇ ମଧ୍ୟ ବିବାଦ ରହିଛି । ଅନେକ ପକ୍ଷଙ୍କର ମାନିବା କଥା କି ଏଠାରେ ପୂର୍ବରୁ ଏକ ଶିବ ମନ୍ଦିର ଥିଲା । ଯେତେବେଳେକି ଅନେକ ଇତିହାସ ଲେଖାରେ ଏହା ଲିପିବଦ୍ଧ କି ଏହାକୁ ମୋଗଲ ଶାସକ ଶାହାଜାହାଁ ନିଜ ବେଗମ ମମତାଜଙ୍କ ସ୍ମୃତିରେ ବନାଇଥିଲେ । କିନ୍ତୁ ଅନେକ ଐତିହାସିକଙ୍କ ମାନିବା କଥା କି ତାଜମହଲରେ ହିନ୍ଦୁ ମନ୍ଦିର ରହିଥିବାର ପ୍ରମାଣ ରହିଛି । ଏହା ପଛରେ ତାଜମହଲରେ ହୋଇଥିବା ହିନ୍ଦୁ କଳସ ଭଳି ସଜାବଟ, ଚନ୍ଦ୍ରମାଙ୍କୁ ନେଇ ବି ତର୍କ କରାଯାଇପାରେ ବୋଲି ସେମାନଙ୍କର କହିବା କଥା ।

କୁତୁବମୀନାର

କୁତୁବମୀନାର ମଦ୍ୟ ଚର୍ଚ୍ଚାରେ ରହିଆସିଛି । ଏହାଛଡା ଏଠାରେ ହନୁମାନ ଚାଲିସା ଆଦି ପାଛ କରିବାକୁ ନେଇ ଏହା ଚର୍ଚ୍ଚାରେ । କୁତୁବମୀନାରକୁ ନେଇ ବିଶ୍ୱ ହିନ୍ଦୁ ପରିଷଦର କହିବା କଥା କି କୁତୁବମୀନାରକୁ ୨୭ଟି ମନ୍ଦିର ଧ୍ୟଂସ କରିବା ପରେ ପ୍ରାପ୍ତ ସାମଗ୍ରୀରେ ବନାଯାଇଛି । ଏହା ଦାବି କରାଯାଉଛି କି ଏହା ପ୍ରଥମେ ବିଷ୍ଣୁ ସ୍ତମ୍ବ ଥିଲା । ବିଏଚପିର ଦାବି ରହିଛି କି ସରକାର କୁତୁବମୀନାର ପରିସରରେ ପ୍ରାଚୀନ ମନ୍ଦିରର ପୁନ:ନିର୍ମାଣ କରନ୍ତୁ । ଏବଂ ସେଠାରେ ହିନ୍ଦୁ ଅନୁଷ୍ଠାନ ଗୁଡିକୁ ପୁଣିଥରେ ଆରମ୍ଭ କରିବାର ଅନୁମତି ଦିଅନ୍ତୁ ।

ମଥୁରା ଇଦଗାହ ବିବାଦ

ଏହା ମଧ୍ୟ ଅନେକ ଚର୍ଚ୍ଚାରେ । ଜ୍ଞାନବ୍ୟାପି ପରେ ମଥିରାର ଇଦଗାହ ମସଜିଦରେ ମଧ୍ୟ ବିଡିଓଗ୍ରାଫି କରିବାର ଦାବି କରାଯାଉଛି । କହିରଖୁଛୁ କି ଏହି ଇଦଗାହ ଶ୍ରୀକୃଷ୍ଣ ଜମ୍ନମୂର୍ତ୍ତୀ ପାଖରେ । କୁହାଯାଉଚି କି ମୋଗଲ ଶାସକ ଔରଙ୍ଗଜୈବ ୧୬୭୦ରେ ମଥୁରାରେ ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଧ୍ୱଂସ କରିବାର ନିର୍ଦେଶ ଦେଲେ । ଓ ମନ୍ଦିରକୁ ଧ୍ୟଂସ କରାଯାଇଥିଲା । ହିନ୍ଦୁ ପକ୍ଷଙ୍କ ଦାବି ଏଇଆ କି ଏଠାରେ ମନ୍ଦିର ଥିଲା । ଯାହାକୁ ଭାଙ୍ଗି ଔରଙ୍ଗଜୈବ ମସଜିଦ ଗଢିଥିଲେ । ହିନ୍ଦୁଙ୍କର ମାନିବା କଥା କି ଯେଉଁ ସ୍ଥାନରେ ମସଜିଦ ହୋଇଛି ସେହି ସ୍ଥାନ ହେଉଛି କଂସର ବନ୍ଦୀଶାଳା ।

କମଲ ମୌଲା ମସଜିଦ

ଏହି ମସଜିଦ ମଧ୍ୟପ୍ରଦେଶର ଧାରରେ ଅବସ୍ଥିତ । ହିନ୍ଦୁ ପକ୍ଷଙ୍କ କହିବା କଥା କି ଏଠାରେ ମାତା ସରସ୍ୱତୀଙ୍କର ପ୍ରାଚୀନ ମନ୍ଦିର ଥିଲା । ଯେତେବେଳେ କି ମୁସଲିମ ପକ୍ଷ ଏହାକୁ ମସଜିଦ ମାନୁଛି । ବର୍ତ୍ତମାନ ଏହା ଦେଖାରେଖା ଏଏସାଇର ଦାୟିତ୍ୱରେ । ଦୁଇ ପକ୍ଷ ମଧ୍ୟରେ ଏତେ ତର୍କ ରହିଛି କି ଏଠାରେ ମଙ୍ଗଳବାର ଓ ବସନ୍ତ ପଞ୍ଚମୀରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ ଅନୁମତି ରହିଛି । ଆଉ ଶୁକ୍ରବାରକୁ ମୁସଲିମଙ୍କୁ ନମାଜ ପଢିବା ପାଇଁ ଅନୁମତି ରହିଛି ।

ବୀଜା ମଣ୍ଡଳ ମସଜିଦ

ମଧ୍ୟପ୍ରଦେଶର ବିଦିଶାରେ ବୀଜା ମଣ୍ଡଳ ମସଜିଦ ଉପରେ ଏହିଭଳି କିଛି ବିବାଦ ରହିଛି । କୁହାଯାଉଛି କି ଠିକ ଏହି ସ୍ଥାନରେ ମନ୍ଦିର ରହିଥିଲା ଯେଉଁଠାରେ ମସଜିଦ ରହିଛି । ଏବଂ ମନ୍ଦିରକୁ ଭାଙ୍ଗି ମସଜିଦ କରାଯାଇଥିଲା । ଏକ ସମୟରେ ଏଠାରେ ଥିବା ମନ୍ଦିର ଦେଶର ବଡ ମନ୍ଦିର ଭିତରେ ଗୋଟେ ବୋଲି କୁହାଯାଉଥିଲା ।

ଜାମା ମସଜିଦ

ଗୁଜୁରାଟର ଅହମଦାବାଦ ଥିବା ଜାମା ମସଜିଦକୁ ନେଇ ହିନ୍ଦୁ ପକ୍ଷର ଦାବି ଏଇଆ କି ଅହମଦାବାଦରେ ବର୍ତ୍ତମାନ ଯେଉଁ ଜାମା ମସଜିଦ ରହିଛି ପୂର୍ବରୁ ଏହା ଭଦ୍ରକାଲୀଙ୍କ ମନ୍ଦିର ଥିଲା । କୁହାଯାଉଚି କି ପୂର୍ବରୁ ମୁସଲିମ ଅକ୍ରାନ୍ତା ଅହମଦ ଶାହ ମାତାଙ୍କ ମନ୍ଦିରର ଶିଖରକୁ ଭାଙ୍ଗି ଦେଇଥିଲେ । ଓ ସେହି ଜାଗାରେ ମସଜିଦର ନିର୍ମାଣ କରିଦେଇତିଲେ ।

ଏହି ସବୁସ୍ଥାନ ବାଦ ଅନେକ ସ୍ଥାନକୁ ନେଇ ବି ବିବାଦ ରହିଛି । ଯେମିତିକି ଜୋନପୁରର ଅଟାଲା ମସଜିଦ, ମଲାଦାର ଅଦିନା ମସଜିଦ, ପାଟନର ଜାମି ମସଜିଦ ଏସବୁକୁ ନେଇ ମଧ୍ୟ ବିବାଦ ରହିଛି । ହିନ୍ଦୁ ପକ୍ଷଙ୍କ କହିବା କଥା କି ଏହି ସ୍ଥାନରେ ମନ୍ଦିର ଥିଲା ଓ ଏବେ ଏଠାରେ ମସଜିଦ ରହିଛି । ଆଉ ଏଭଳି ଅନେକ ମାମଲା ଏବେ କୋର୍ଟରେ ବିଚାରାଧୀନ ବି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.