କ୍ୟୁବାରେ ରାସ୍ତାସାରା କଙ୍କଡା, ପରିବେଶବିତଙ୍କ ସହ ଲୋକେ ଚିନ୍ତାରେ

ବର୍ତ୍ତମାନ ସମୟରେ କ୍ୟୁବାରେ ଘଟୁଛି ଏକ ଅଜବ ଘଟଣା । ୟେଉଁଥିପାଇଁ ଲୋକେ ଏବେ ସୁବିଧାରେ ପଡୁଛନ୍ତି । ପ୍ରକୃତ ଘଟମା ହେଉଛି କ୍ୟୁବାରେ ଏବେ କଙ୍କଡା ରାଜୁତି ଦେଖିବାକୁ ମିଳିଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ଘରର କାନ୍ଥ ପର୍ଯ୍ୟନ୍ତ ସବୁଠି ଏବେ କଙ୍କାଡାମୟ । ଯେମିତି ଲାଗିବ ଏଠି କାଙ୍କଡା ସମସ୍ତ ସ୍ଥାନ ରାଜୁତି ଚାଲିଛି । ଆଉ ଖାସ କଥା ହେଉଛି ଏଠି ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର କଙ୍କଡାମାନ ଦେଖିବାକୁ ମିଳୁଛି । ଏମାନଙ୍କ ଆକ୍ରମଣରେ ଦେଶର ଉପସାଗରୀୟ ଘୁଷୁରୀ ଅ଼ଚଳ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ । ଚଳିତଥର କଙ୍କଡାହ୍କ ସଂଖ୍ୟା ଅତିଶୀଘ୍ର ହଠାତ ଅତିସଂଖ୍ୟାରେ ବୃଦ୍ଧି ପାଇଥିବାରୁ ସରକାରଙ୍କର ସେଥିପ୍ରତି ଦୃଷ୍ଟି ପଡିଲାନାହିଁ । ଯାହା ଫଳରେ ଏବେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କରୋନା ଅବଧି ଏମାଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇଥିଲା । ମହାମାରୀ ମୁକାବିଲା ପାଇଁ ଲକଡାଉନ ଯୋଗୁଁ ଲୋକଙ୍କ ଯିବାଆସିବା ବନ୍ଦ ହୋଇଗଲା । ଏହି ସମୟରେ କଙ୍କାଡାମାନେ ଯୋକୌଣସି ସ୍ଥାନରେ ବୁଲିବାର ସୁଯୋଗ ପାଇଲେ । ଯେଉଁଥିପାଇଁ ଏଠି କଙ୍କାଡାଙ୍କ ବଂଶବୃଦ୍ଧି ହୋଇପାରିଲା ।

Crab..

ଗୋଟେ ସମୟରେ ଗାଡି ଭର୍ତ୍ତି ରହୁଥିବା ରାସ୍ତା ମଧ୍ୟ ଲକଡାଉନରେ ବିଲକୁଲ ଖାଲି ହୋଇଗଲା । ଯାହାଫଳରେ ରାସ୍ତା ଆଉ ଅନ୍ୟାନ୍ୟ ସ୍ଥାନମାନଙରେ କଙ୍କଡାମାନେ ପ୍ରଜନନ କରିବାକୁ ସୁଯୋଗ ପାଇଲେ । ଯାହାଫଳରେ ପରେ ବହୁତ ସଂଖ୍ୟାରେ କଙ୍କଡାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲା । ଯାହାଫଳରେ ଘୁଷୁରି ଚରୁଥିବା ଉପକୂଳରେ ଅବିଶ୍ୱସନୀୟ ଭାବେ ଲକ୍ଷ ଲକ୍ଷ ସଂଖ୍ୟାରେ କଙ୍କଡାଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

କ୍ୟୁବାରେ ଦକ୍ଷିଣରେ ଅବସ୍ଥିତ ଘୁଷୁରି ଉପସାଗରର ଗୋଟିଏ ପାର୍ଶ୍ୱରେ ସମୁଦ୍ର ଥିବାରୁ ଓ କୂଳରେ ଜହ୍ଗଲ ଥିବାରୁ ଖାଲି ରାସ୍ତା ସେମାନଙ୍କ ପାଇଁ ରାସ୍ତା ଖୋଲିଥିଲା । ପୂର୍ବରୁ ରାସ୍ତାକୁ ଆସୁଥିବା କଙ୍କଡା ଗୁଡିକ ଗାଡି ଧକ୍କାରେ ମରିପଡୁଥିଲେ । ହେଲେ ଏହି ଦୁଇବର୍ଷ ସେମାନଙ୍କ ସଂଖ୍ୟା ବୃଦ୍ଧି ହେବାରେ ସହାୟକ ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ଦୁଇବର୍ଷ ଧରି ରାସ୍ତାରେ ଯ।ତାୟାତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ପୁରାପୁରି ଭାବେ କମିଗଲା । ଏହି ସମୁଦ୍ରକୂଳ ସ୍ଥାନ ପର୍ଯ୍ୟଟନ ପାଇଁ ଭଲ ଥିଲେ ହେଁ ବର୍ତ୍ତମାନ ଏହି ୨ବର୍ଷ ହେବ ଏହା କଙ୍କଡାମାନେ ଯେମିତି ଅଧିକୃତ କରିନେଇଛନ୍ତି ।

କ୍ୟୁବା ପରିବେଶ ମନ୍ତ୍ରାଳୟର ବୈଜ୍ଞାନିକ ରେନାଲ୍ଡୋ ସଣ୍ଟାନା ଆଗିଲାର କହିଛନ୍ତି ଯେ ଏହା କାହିଁକି ହେଲା ତାର କାରଣ ଖୋଜାଯାଉଚି । କରୋନା ଅବଧି ବୃଦ୍ଧି ହେତୁ ସେମାନଙ୍କର ଜନସଂଖ୍ୟା ବୃଦ୍ଧିହେବାର କାରଣ ହେଉଛି କରୋନା କାଳ ଅବା କୌଣସି ପ୍ରକୃତିକ ପରିବର୍ତ୍ତନ । ସେ କହିଛନ୍ତି କି ଏମାନଙ୍କ ଆବାଦୀ ବୃଦ୍ଧିହେବାରେ ଲାଗିଛି କିନ୍ତୁ ଏହି ସମୟରେ କଙ୍କଡା ବିସ୍ଥାପିତ ହୁଅନ୍ତି ନାହିଁ । କିନ୍ତୁ ଏହା କାହିଁକି ହେଲା ତାହା ବୁଝାପଡୁନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.