୨ ବର୍ଷରୁ ବାପା ଛାଡ଼ି ଚାଲିଗଲେ…ଏବେ ମା’ର ଦ୍ୱିତୀୟ ବିବାହ କରାଇ ଝିଅ ଲେଖିଲା ଦୁଃଖପୂର୍ଣ୍ଣ ପୋଷ୍ଟ; ସବୁ ଆଡ଼ୁ ଲୋକେ କରୁଛନ୍ତି ପ୍ରଶଂସା

ଭାରତ ସମେତ ବିଶ୍ୱରେ ବିବାହ ଓ ରିଲେସନସିପ୍‌କୁ ନେଇ ଏମିତି ଅନେକ ମାମଲା ସାମ୍ନାକୁ ଆସିଥାଏ, ଯାହା ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଅଲଗା କରିବାର କାରଣ ବନି ଯାଇଥାଏ। ଅନେକ ବାର ଅଲଗା ହେବା ପରେ ମଧ୍ୟ କିଛି ଏମିତି ଘଟଣା ଘଟିଥାଏ, ଯାହା ଚର୍ଚ୍ଚା ପରିସରକୁ ଆସି ଯାଇଥାଏ। ନିକଟରେ ଜଣେ ଝିଅ ସୋସିଆଲ ମିଡିଆରେ ନିଜ ମା’ଙ୍କର ଏମିତି କାହାଣୀ ବଖାଣି ଥିଲା, ଯାହା ବିଷୟରେ ଶୁଣି ଲୋକେ ତାକୁ ପ୍ରଶଂସା କରିବାରେ ଲାଗିଛନ୍ତି। ଝିଅଟି ନିଜ ମା’ଙ୍କର ଫଟୋ ମଧ୍ୟ ପୋଷ୍ଟ କରିଛିି ଏବଂ ମା’ଙ୍କର ଦ୍ୱିତୀୟ ବିବାହ ମଧ୍ୟ କରାଇଛି।

ବାସ୍ତବରେ, ଏହି ପୂରା କାହାଣୀ ଟ୍ୱିଟରରେ alphaw1fe ନାମକ ୟୁଜର ସେୟାର କରିଛନ୍ତି। ଏକ ରିପୋର୍ଟ ମୁତାବକ, ଝିଅଟି କହିଛି ଯେ ତା’ର ମା’ ୧୫ ବର୍ଷ ପରେ ପୁଣିଥରେ ବିବାହ କରୁଛନ୍ତି। ଝିଅ ଭାବରେ ଏହା ତାଙ୍କ ପାଇଁ ଅତ୍ୟନ୍ତ ଖୁସିର ସମୟ। କାହିଁକି ନା, ତାଙ୍କ ମା’ ପ୍ରେମ ନାମରେ ବହୁତ ଧୋକା ପାଇଛନ୍ତି। ଝିଅ ନିଜ ମା’ଙ୍କର ମେହେନ୍ଦୀ ସେରିମନିର ଫଟୋ ଏବଂ ଭିଡିଓ ସେୟାର କରିଛି।

ଝିଅଟି ଲେଖିଛି ଯେ, ମା’ଙ୍କ ବିବାହ ହେଉଛି ଏବଂ ମୋତେ ବିଶ୍ୱାସ ହେଉ ନାହିଁ। ଫଟୋ ସେୟାର କରିବାକୁ ଯାଇ ସେ ଲେଖିଛି କି, ତାଙ୍କ ମା’ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ସେ କହିଥିଲା ଯେ ତାଙ୍କ ମା’ଙ୍କର ବହୁତ କମ୍ ବୟସରେ ବିବାହ ହୋଇ ଯାଇଥିଲା। ଯେତେବେଳେ ସେ ୧୭ ବର୍ଷରେ ଥିଲେ, ସେତେବେଳେ ତାଙ୍କର ପ୍ରଥମ ବିବାହ ହୋଇଥିଲା। ଯାହାଙ୍କ ସହିତ ତାଙ୍କ ମା’ଙ୍କର ବିବାହ ହୋଇଥିଲା, ସେ ତାଙ୍କ ସ୍କୁଲ ଫି ମଧ୍ୟ ଦେଉ ନ ଥିଲେ। କେବଳ ଏତିକି ନୁହେଁ, ଝିଅ ଦୁଇ ବର୍ଷର ହେବା ମାତ୍ରେ ହିଁ ସେ ମା’, ଝିଅ ଦୁହିଁଙ୍କୁ ଛାଡି ଚାଲି ଯାଇଥିଲେ।

ଝିଅ ଏବଂ ତାଙ୍କ ମା’ଙ୍କର ଏହି କାହାଣୀ ପଢ଼ି ଟ୍ୱିଟର ୟୁଜରମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ୟୁଜରମାନେ ଝିଅର ମା’ଙ୍କୁ ଅଭିନନ୍ଦନ ଜଣାଇବା ସହିତ ଝିଅକୁ ମଧ୍ୟ ଶୁଭେଚ୍ଛା ଜଣାଉଛନ୍ତି। ଝିଅଟି ନିଜ ମା’ଙ୍କ ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି। ଝିଅ ଏହା ମଧ୍ୟ ଲେଖିଛି ଯେ ତାଙ୍କ ମା’ ଏ ପର୍ଯ୍ୟନ୍ତ ଏକ ଭୁଲ୍‌ ବିବାହକୁ ନିଭାଇ ଆସୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.