ଲୋକଙ୍କୁ ଚୂନା ମାରିସାରିଛି ଏହି ୬ ଆପ୍ , ଯଦି ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ହଟାନ୍ତୁ

ସାଧାରଣତଃ ଆଣ୍ଡ୍ରଏଡରେ ସ୍ମାର୍ଟଫୋନରେ କୌଣସି ଆପ୍ ଡାଉନଲୋଡ୍ କରିବାକୁ ହେଲେ ଗୁଗଲ୍ ପ୍ଲେ ଷ୍ଟୋର୍ ଯାଇ ନିଜ ଇଛା ହିସାବରେ ଆପ୍ ଡାଉନଲୋଡ୍ କରିଥାଉ  । ହେଲେ ଏହି ଆପରେ କିଛି ଆପ୍ ଥାଏ ଯାହା ଆମ ଫୋନରୁ ଡାଟା ଚୋରୀ କରିଥାଉ । ଏପରିକି ଏସବୁ ଆପ୍ ଆପଣଙ୍କ କଥା ବାର୍ତ୍ତା ଉପରେ ନଜର ରଖିଥାଏ । ଯାହା ଆପଣଙ୍କ ଏଟିଏମ୍ ପିନ୍ , ଇଣ୍ଟରନେଟ୍ ବ୍ଯାକିଂର ପାସୱର୍ଡ ହ୍ଯାକର୍ସଙ୍କ ଯାଏ ପହଂଚାଇଥାଏ । ତେଣୁ ତୁରନ୍ତ ଏହି ୬ଟି ଆପ୍ ନିଜ ଫୋନରୁ ତୁରନ୍ତ ହଟାଇଦିଅନ୍ତୁ ।

File Transfer Pro

ଏହି ଆପକୁ ନେଇ ଚେକ୍ ପଏଣ୍ଟ୍ ମାଲୱେୟାର ଥିବା ଆଶଙ୍କା କରିଛି । ଏହି ସେୟାରଇଟ୍ ପରି କିନ୍ତୁ ଏହା ଆପଣଙ୍କ ଡାଟା ଲିକ୍ କରିପାରେ ।     ତେଣୁ ଏହି ଆପରୁ ଦୂରରେ ରୁହନ୍ତୁ ।

Smart Swipe

ଏହି ଆପ୍ ସହଜରେ ଆପଣଙ୍କ ଗୁଗଲ୍ ପ୍ଲେ ଷ୍ଟୋରରେ ମିଳିଯିବ । କିନ୍ତୁ ଭୁଲରେ ବି ଏହି ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ । ଯଦି ପ୍ରଥମରୁ ଅଛି ତେବେ ତୁରନ୍ତ ଡିଲିଟ୍ କରନ୍ତୁ । ଏହି ଆପକୁ ସିକ୍ଯୁରିଟି ଫର୍ମ ଚେକ୍ ପଏଣ୍ଟ୍ ମାଲୱେୟାର୍ କ୍ଯାଟେଗୋରୀରେ ରଖିଛି । ଏହି ଆପକୁ ଏଯାଏଁ ୧ଲକ୍ଷରୁ ଅଧିକ ଡାଉନଲୋଡ୍ କରାଯାଇଛି ।

Brightest LED Flashlight-Torch

ଅନେକ ଲୋକ ଚାହାଁନ୍ତି ଫୋନ୍ ଆସିଲେ ସେମାନଙ୍କ ଫୋନର ଲାଇଟ୍ ଜଳୁ  । କିନ୍ତୁ ସେମାନେ ଜାଣିନଥାନ୍ତି ଏହି ପରି ଆପ୍ ଆପଣଙ୍କ ଜାସୁସୀ କରିଥାଏ । ତେଣୁ ଏହି ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ କିମ୍ବା ଥିଲେ ଡିଲିଟ୍ କରନ୍ତୁ ।

Call Recorder

ସାଧାରଣତଃ କଲ୍ ରେକର୍ଡ କରିବା ପାଇଁ ଅନେକ ପ୍ରକାର ରେକର୍ଡିଂ ଆପ୍ ଆମେ ବ୍ଯବହାର କରିଥାଉ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହା ଭଲ ନୁହେଁ । କାରଣ ଏହି ଆପ୍ ରେକର୍ଡିଂକୁ ଥାର୍ଡ ପାର୍ଟି ସହ ସେୟାର୍ କରିଥାଉ ।

Realtime Booster

ଭାଇରସ୍ ଥିବାରୁ ଏହି ଆପକୁ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇଦେଇଛି । ଯଦି ଆପଣଙ୍କ ଫୋନରେ ଏହି ଆପ୍ ଅଛି ତେବେ ତୁରନ୍ତ ଏହାକୁ ଡିଲିଟ୍ କରନ୍ତୁ । ଏହା ଆପଣଙ୍କ ବ୍ଯକ୍ତିଗତ ଡାଟା ଲିକ୍ କରିଥାଏ ।

Free WiFi Pro

ଅନେକ ଲୋକ ଫ୍ରି ୱାଇ ଫାଇ ଖୋଜିଥାନ୍ତି । ଏପରି ଲୋକ ନିଜେ ତ ଏପରି ଆପ୍ ଡାଉନଲୋଡ୍ କରନ୍ତି ଏହା ସହ ନିଜ ସାଙ୍ଗ ମାନଙ୍କୁ ମଧ୍ୟ ଡାଉନଲୋଡ୍ କରିବାକୁ କହିଥାନ୍ତି । ତେବେ ଏହି ଆପ୍ ଫୋନ ପାଇଁ ବିଲକୁଲ୍ ଠିକ୍ ନୁହେଁ । କାରଣ ଫ୍ରି ୱାଇ ଫାଇରେ ହାକିଙ୍ଗ୍ ହେବାର ବିପଦ ଥାଏ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.