ମଦୁଆ ମୂଷା, ପିଇଗଲେ ସରକାରଙ୍କ ୧୦ହଜାର ଟଙ୍କାର ମଦ

ବିହାର : ପୁଣି ଥରେ ବିହାରରେ ଲୋକଙ୍କ ନାକରେ ଦମ କରିଛି ମୂଷା। ଏପରି ଏକ ମାମଲା ଦେଖିବାକୁ ମିଳିଛି କୈମୁର ଜିଲ୍ଲା ନିକଟରେ। ଏଠାରେ ସରକାର ଗୋଦାମରୁ ଜବରଦସ୍ତି ମଦ ଫିଙ୍ଗୁଥିବା ବେଳେ ଏକ ଭିଷଣ ଆଶ୍ଚର୍ଯ୍ଯକର କଥା ଉପରୁ ପରଦା ଉଠିଥିଲା। ରାଜ୍ଯରେ ମଦବନ୍ଦ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ମୂଷା ମଦ ପିଇବା ଘଟଣା ସାମ୍ନାକୁ ଆସିଛି।

କୈମୁର ଜିଲ୍ଲାର ଏକ ଗୋଦାମରେ ରଖାଯାଇଥିବା ମଦକୁ ନଷ୍ଟ କରିବା ପ୍ରକ୍ରିୟା ସରକାର ସୋମବାର ଦିନ ହୋଇଥିଲା। ସେହି ସମୟରେ ହିସାବ କରିବା ବେଳେ ୧୦ ହଜାର ଟଙ୍କାର ମଦର ଅନ୍ତର ଦେଖାଯାଇଥିଲା। ଯାହାପରେ ସେଠାରେ ଥିବା ମୂଷା ମଦ ପିଇଥିବା ଜଣାପଡ଼ିଥିଲା।

alcohal 2

ସେହି ଗୋଦାମରେ ଥିବା ୧୧ ଲିଟର ମଦ ଜିଳ୍ଲା ପ୍ରଶାସନ ନଷ୍ଟ କରିଥିଲେ। ଯାହାର ମୂଲ୍ଯ ୩୦ ଲକ୍ଷ ଟଙ୍କା ରହିଥିଲା। ଏହାକୁ ଡ଼ିଏମଙ୍କ ଆଦେଶରେ ନଷ୍ଟ କରାଯାଇଥିଲା। ଏଥିରେ ଦେଶୀ, ବିଦେଶୀ ସହ ବିୟରକୁ ମଧ୍ୟ ନଷ୍ଟ କରାଯାଇଥିଲା। ତେବେ ପ୍ରଶାସନର ସୂଚନାରୁ ଜଣାପଡ଼ିଛି ଏଠାରେ ରଖାଯାଇଥିବା ଅଧିକରୁ ଅଧିକ ମଦକୁ ମୂଷା ନଷ୍ଟ କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.