ଆସନ୍ତାକାଲିରୁ ଯୋଗନିଦ୍ରାରେ ଚାଲିଯିବେ ବିଷ୍ଣୁ, ଏହିସବୁ କାମ କରିବା ମନା

ଆଷାଢ ମାସ ଶୁକ୍ଲପକ୍ଷ ଏକାଦଶୀର ଅନେକ ସ୍ୱତନ୍ତ୍ରତା ରହିଥାଏ। ଏହାକୁ ଦେବଶୟନ ଏକାଦଶୀ ବୋଲି କୁହାଯାଏ। ଆଉ ଏହି ଏକାଦଶୀରେ ୩ଟି ଶୁଭ ସଂଯୋଗ ପଡୁଛି। ଏହି ସମୟରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯାଆନ୍ତି। ଏପରି ସମୟରେ ଭଗବାନ ଶିବଙ୍କ ହାତରେ ସୃଷ୍ଟିର ସଂଚାଳନ ଦାୟିତ୍ୱ ରହିଥାଏ। ଏହିଦିନରୁ ଚର୍ତୁମାସ ଆରମ୍ଭ ହୁଏତ। ଏହିଦିନରୁ ଚାରି ମାସ ର୍ପଂ୍ୟନ୍ତ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିଥାଏ। ମାନ୍ୟତା ଅନୁସାରେ ଦେବଶୟନ ଏକାଦଶୀ ଠାରୁ ଭଗବାନ ବିଷ୍ଣୁ ବିଶ୍ରାମ କରିବା ପରେ ଦେବଉତ୍ଥାନ ଏକାଦଶୀ ଦିନରୁ ଉଠିବା ପରେ କାର୍ଯ୍ୟ ଆରମ୍ଭ ହୋଇଥାଏ।

ଦେବଶୟନ ଏକାଦଶୀକୁ ହରିଶୟନ ଏକାଦଶୀ ମଧ୍ୟ କୁହାଯାଏ। ଏହିବର୍ଷ ଦେବଶୟନ ଏକାଦଶୀ ୧୦ ଜୁଲାଇରୁ ଆରମ୍ଭ ହେଉଛି। ଏହି ଦିନ ତିନି ଶୁଭ ଯୋଗ ରହିବ। ରବି ଶୁଭ ଶୁକ୍ଲ ଯୋଗରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯିବେ। ମାନ୍ୟତା ଅନୁସାରେ ଦେବଶୟନ ଏକାଦଶୀ ପରେ ଚାରିମାସ ପର୍ଯ୍ୟନ୍ତ ସୂର୍ଯ୍ୟ, ଚନ୍ଦ୍ରମା ଏବଂ ପ୍ରକୃତିର ତତ୍ତ୍ୱ କମ୍‌ ହୋଇଯାଏ। ତେଣୁ ଏହା ଦେବଶୟନ ଏକାଦଶୀ ଭାବେ ଜରାଶୁଣା। ଏହି ଚାରି ମାସ ସାଧୁମାନେ ଭ୍ରମଣ ବନ୍ଦ କରିଦିଅନ୍ତି। ସାଧୁମାନେ ଗୋଟେ ସ୍ଥାନରେ ତପସ୍ୟା କରନ୍ତି।

ଦେବଶୟନ ଏକାଦଶୀ ୧୦ ଜୁଲାଇରୁ ଆରମ୍ଭ ହେଉଛି। ତେଣୁ ଗୃହ ପ୍ରବେଶ, ବିବାହ, ମୁଣ୍ଡନ, ଯଜ୍ଞ ଇତ୍ୟାଦି ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିଥାଏ। ଏହାର ଚାରିମାସ ପରେ ଭଗବାନ ବିଷ୍ଣୁ ଶୟନ ନିଦ୍ରାରୁ ଉଠନ୍ତି। ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ତା’ ପରେ ଆରମ୍ଭ ହେବ।

vishnu
Image Credit: Ndtv

ବ୍ରତ କଲେ ପାପ ହୁଏ ନାଶ : ମାନ୍ୟତା ଅନୁସାରେ ଦେବଶୟନ ଏକାଦଶୀ ବ୍ରତ କରିବା ଦ୍ୱାରା ସବୁ ପାପ ନଷ୍ଟ ହୁଏ। ମଣିଷର ସବୁ ସମସ୍ୟା ଶେଷ ହୁଏ। ମନ ଶୁଦ୍ଧ ରହିବା ସହିତ ରୋଗ ଦୂର ହୋଇଥାଏ। ଦୁର୍ଘଟଣା ଯୋଗ ଥିଲେ ଦୂର ହୁଏ।ଏହି ବ୍ରତ କଲେ ଶରୀର ଏବଂ ମନ ପ୍ରଫୁଲ୍ଲ ରହେ। ଏହି ବ୍ରତ କଲେ ସବୁ ପାପ ନଷ୍ଟ ହୁଏ।

ଦେବଶୟନ ଏକାଦଶୀ ବ୍ରତ କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଏଥିସହ ସମସ୍ତ ପାପ ମଧ୍ୟ କ୍ଷୟ ହୋଇଥାଏ। ତେବେ ଏହି ଦିନ କେତେ ଜିନିଷ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କ’ଣ ତାହା…

-ଏକାଦଶୀ ଦିନ ଭାତ ଖାଇବା ଉଚିତ୍‌ ନୁହେଁ। ଏହା ଦ୍ୱାରା ମନ ଚଳଚଞ୍ଚଳ ରହିଥାଏ ଓ ଭକ୍ତିରେ ମନ ଲାଗେ ନାହିଁ।

-ଏହି ଦିନ ବିଛଣାରେ ନୁହେଁ ତଳେ ଶୋଇବା ଉଚିତ।

-ଏହି ଦିନ ଭୁଲରେ ବି ମାଛ ମାଂସ ଭଳି ଆମିଷ ସେବନ କରିବା ନିଷେଧ।

-ଏକାଦଶୀରେ ଗାଧୋଇ ସାରିବା ପରେ ହିଁ ଖାଦ୍ୟ ଗ୍ରହଣ କରନ୍ତୁ।

-ଏହି ଦିନ ମିଛ କୁହନ୍ତୁ ନାହିଁ, ଏହା ଦ୍ୱାରା ପାପ ହୋଇଥାଏ।

-ଏକାଦଶୀରେ କ୍ରୋଧ କରିବା ଅନୁଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.