ହିଞ୍ଜିଳିକାଟୁ ଶିଖରପୁର ଗ୍ରାମ ନିକଟରେ ଦୁର୍ଘଟଣା: ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ(କେନ୍ଯୁଜ୍): ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶିଖରପୁର ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ବୃଦ୍ଧ ଜଣକ ହେଉଛନ୍ତି ଶିଖରପୁର ଗ୍ରାମର ଉତ୍ସବ ଗୌଡ। ସ୍ଥାନୀୟ ଏକ ପୋଖରୀକୁ ଉତ୍ସବ ଶୌଚ ହେବା ପାଇଁ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉତ୍ସବଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଚାଳକ ମଧ୍ୟ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.