କ’ଣ ବିମାନ ପ୍ରଦୂଷଣ ବୃଦ୍ଧି କରେ ? ଜାଣନ୍ତୁ ପ୍ରଦୂଷଣ ପାଇଁ ବିମାନ କେତେ ଦାୟୀ

ଆଜିର ସମୟରେ ବିମାନ ପରିବହନର ସର୍ବୋତ୍ତମ ମାଧ୍ୟମ ଭାବରେ ଗଣାଯାଏ । ଲୋକମାନେ ଦୂର ଦୂରାନ୍ତର ଯାତ୍ରା ପାଇଁ ଏହାକୁ ପସନ୍ଦ କରନ୍ତି । ଆପଣ ଜାଣନ୍ତି କି ପ୍ରଦୂଷଣ ବିସ୍ତାର କରିବାରେ ବିମାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ବିଶ୍ୱର ଲୋକଙ୍କ ପାଇଁ ବିମାନରେ ଯାତ୍ରା ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି । ପର୍ବପର୍ବାଣି ସମୟରେ ଯେତେବେଳେ ଲୋକମାନେ ଘରକୁ ଯିବା ପାଇଁ ଟ୍ରେନ୍ ଟିକେଟ୍ ପାଆନ୍ତି ନାହିଁ କିମ୍ବା ଛୁଟିଦିନ ପାଇଁ ଭଲ ଡିସକାଉଣ୍ଟର ଆବଶ୍ୟକତା ପଡିଥାଏ । ବିମାନ କମ୍ପାନୀଗୁଡିକ ସବୁବେଳେ ଆଗରେ ଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ବିମାନ ସାଧାରଣ କାର କିମ୍ବା ଅନ୍ୟାନ୍ୟ ଯାନ ଅପେକ୍ଷା ଅଧିକ ପ୍ରଦୂଷଣ କରିଥାଏ । ବିମାନ ଖୁବ କମ ଦୂରତାରେ ମଧ୍ୟ ଅଧିକ ପ୍ରଦୂଷଣ କରିଥାଏ । ପରିବେଶ ପ୍ରଦୂଷଣରେ ବିମାନଗୁଡ଼ିକ ମୁଖ୍ୟ ଯୋଗଦାନକାରୀ ।

ପରିବେଶ ଏଜେନ୍ସି UBA ଅନୁଯାୟୀ, ଜର୍ମାନୀରୁ ମାଲଦ୍ୱୀପକୁ ଏକ ବିମାନ ୮,୦୦୦ କିଲୋମିଟର ଦୂରତାକୁ ଅତିକ୍ରମ କରି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପାଞ୍ଚ ଟନରୁ ଅଧିକ କାର୍ବନ ଡାଇଅକ୍ସାଇଡ ମୁକ୍ତ କରିଥାଏ । ତୁଳନାତ୍ମକ ଭାବରେ, ୨୫ ହଜାର କିଲୋମିଟର ଯାତ୍ରା କରୁଥିବା ଏକ ସାଧାରଣ କାର୍ ବହୁତ କମ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ କରେ । ସାଧାରଣତଃ ବିମାନଗୁଡ଼ିକ ଭୂମିରୁ ୫୦୦୦ ରୁ ୩୫ ହଜାର ଫୁଟ ଉଚ୍ଚରେ ଉଡ଼ନ୍ତି ଏବଂ ଏହି ଉଚ୍ଚତା ପୃଥିବୀର ତାପମାତ୍ରା ଉପରେ ବିଶେଷ ପ୍ରଭାବ ପକାଇଥାଏ । ଅଧିକ ଉଚ୍ଚତାରେ ଉଡ଼ିବା ଦ୍ୱାରା ଇନ୍ଧନ ଖର୍ଚ୍ଚ କମିଯାଇଥାଏ ।

ବିମାନରୁ ବାହାରୁଥିବା ଧୂଆଁ ବାଦଲ ସୃଷ୍ଟି କରିପାରେ, ଯାହା ପୃଥିବୀକୁ ଉଭୟ ଥଣ୍ଡା ଏବଂ ଗରମ କରିପାରେ । ପରେ ଏହା ପ୍ରଦୂଷଣର ଏକ କାରଣ ହୋଇଯାଏ । ବିମାନଗୁଡ଼ିକ କେବଳ ବାୟୁ ପ୍ରଦୂଷଣର କାରଣ ନୁହେଁ ବରଂ ସ୍ଥାନୀୟ ସମ୍ପ୍ରଦାୟର ଜୀବନ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ । ଅଧ୍ୟୟନରୁ ଜଣାପଡିଛି ଯେ ବିମାନର ଶବ୍ଦ ଲୋକମାନଙ୍କଠାରେ ହୃଦରୋଗର ଆଶଙ୍କା ବଢାଇପାରେ ଏବଂ ପିଲାମାନଙ୍କଠାରେ ଥିବା ଏକାଗ୍ରତା କମ କରିଦେଇଥାଏ । ଏଥିସହ ବିମାନଗୁଡ଼ିକ ନାଇଟ୍ରୋଜେନ୍ ଅକ୍ସାଇଡ୍ ପରି କ୍ଷତିକାରକ ଗ୍ୟାସ୍ ମଧ୍ୟ ଛାଡିଥାଆନ୍ତି ।

ସୂଚନାଯୋଗ୍ୟ ଯେ ବିଶ୍ୱ ଜନସଂଖ୍ୟାର କେବଳ ଏକ ଛୋଟ ଅଂଶ, ପ୍ରାୟ ୨୦% ଲୋକ ବିମାନରେ ଯାତ୍ରା କରିବାର ସୁଯୋଗ ପାଇଛନ୍ତି । ଆଶ୍ଚର୍ଯ୍ୟର କଥା ଏହି ଧନୀ ତଥା ଶିକ୍ଷିତ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ଏହି ଛୋଟ ଗୋଷ୍ଠୀ, ୭୦% ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ପାଇଁ ଦାୟୀ । ଯାହା ଦ୍ୱାରା ପ୍ରଦୂଷଣର ସମସ୍ୟା ବଢିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.