ପ୍ରାଣଘାତୀ ହୋଇପାରେ ପୁରୁଷଙ୍କଠାରେ ପ୍ରୋଷ୍ଟେଟ୍ କ୍ୟାନସର; ଏହି ୪ ପ୍ରାରମ୍ଭିକ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

କ୍ୟାନସରର ନାଁ ଶୁଣିଲେ ହିଁ ମନରେ ଭୟ ପଶିଯାଏ। ଏମିତି ଅନେକ ପ୍ରକାରର କ୍ୟାନସର ରହିଛି, ଯାହା ପ୍ରାଣଘାତୀ ହୋଇଥାଏ। ଯଦି ଆରମ୍ଭରୁ ଏହାର ଚିକିତ୍ସା କରା ନ ଯାଏ, ତେବେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ପୁରୁଷଙ୍କଠାରେ ଆଜିକାଲି କ୍ୟାନସର ରୋଗ ଅଧିକ ମାତ୍ରାରେ ଦେଖାଯାଉଛି। ତେବେ ସେମାନଙ୍କଠାରେ ଦେଖା ଯାଉଥିବା ବିଭିନ୍ନ କ୍ୟାନସର ମଧ୍ୟରୁ ପ୍ରୋଷ୍ଟେଟ କ୍ୟାନସର ଅତ୍ୟନ୍ତ ବିପଜ୍ଜନକ। ଏବେ ଏହା ଧୀରେ ଧୀରେ ସାଧାରଣ ହେବାରେ ଲାଗିଲାଣି ଏବଂ ସାରା ବିଶ୍ୱରେ ଏଥିରେ ହିଁ ପୁରୁଷମାନଙ୍କର ସବୁଠାରୁ ଅଧିକ ମୃତ୍ୟୁ ଘଟୁଛି।

ପ୍ରୋଷ୍ଟେଟ କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ

-ଯଦି ଆପଣ ରାତିରେ ବାରମ୍ବାର ଉଠି ପରିସ୍ରା କରିବାକୁ ଯାଉଛନ୍ତି, ତ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ। ହୋଇପାରେ, ଆପଣଙ୍କ ପ୍ରୋଷ୍ଟେଟରେ କୌଣସି ସମସ୍ୟା ଥାଇପାରେ।

-ପରିସ୍ରା କରିବାରେ ଅସୁବିଧା ହେବା

-ସ୍ପର୍ମ କିମ୍ବା ପରିସ୍ରାରେ ରକ୍ତ ଆସିବା

-ୟୁରିନ୍ ଫ୍ଲୋ ଠିକ୍ ନ ରହିବା

କେବେ ହୋଇପାରେ ପ୍ରୋଷ୍ଟେଟ୍ କ୍ୟାନସର

ପ୍ରୋଷ୍ଟେଟ୍ କ୍ୟାନସର କୌଣସି ବୟସର ପୁରୁଷଙ୍କୁ ହୋଇପାରେ। ବିଶେଷ କରି ୫୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କଠାରେ ଏହା ଅଧିକ ମାତ୍ରାରେ ଦେଖା ଯାଇଥାଏ। ତେଣୁ ବୟସ ବଢ଼ିବା ସହିତ ପ୍ରୋଷ୍ଟେଟର ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ରଖିବା ଆବଶ୍ୟକ। ଯଦି ଆପଣଙ୍କୁ କୌଣସି ବି ପ୍ରକାରର ଯନ୍ତ୍ରଣା, ଟ୍ୟୁମର କିମ୍ବା ପ୍ରୋଷ୍ଟେଟ ଅଧିକ ବଢ଼ିବାର ସମସ୍ୟା ଦେଖା ଦେଉଛି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କୁ ଦେଖାନ୍ତୁ।

ବଢ଼ିଥିବା ପ୍ରୋଷ୍ଟେଟର ଲକ୍ଷଣ

-ପରିସ୍ରା କରିବାରେ ଅସୁବିଧା ଅନୁଭବ କରିବା

-ବାରମ୍ବାର ପରିସ୍ରା କରିବାକୁ ଇଚ୍ଛା ହେବା

-ବ୍ଲାଡରକୁ ସମ୍ପୂର୍ଣ୍ଣ ରୂପେ ଖାଲି କରିବାରେ ଅସୁବିଧା ହେବା

ଚିକିତ୍ସା

ଯଦି ପ୍ରୋଷ୍ଟେଟର ଆକାର ବହୁତ ଅଧିକ ବଢ଼ି ଯାଇଛି, ତ ଏହାର ଚିକିତ୍ସା ସର୍ଜରୀ ଜରିଆରେ କରାଯାଇଥାଏ। ଯଦି ପ୍ରୋଷ୍ଟେଟ କ୍ୟାନସର ଜଣାପଡ଼େ, ତା’ହେଲେ ତୁରନ୍ତ ଚିକିତ୍ସା ଆରମ୍ଭ କରିଦେବା ଉଚିତ୍। ରେଡିଓଥେରାପି, ହରମୋନ୍ ଥେରାପି, ପ୍ରୋଟନ୍ ବିମ୍ ଥେରାପି ଜରିଆରେ ଏହାର ଚିକିତ୍ସା କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.