Below header

ଶନି ଦେବଙ୍କ ମୂର୍ତ୍ତି ଘରେ ରଖିବା ମନା

କିଛି ଲୋକଙ୍କ ପାଇଁ ଭଗବାନ ଶନି ଶୁଭ ହୋଇଥାନ୍ତି ତ କିଛି ଲୋକଙ୍କ ପାଇଁ ସେ ଅଶୁଭ ହୋଇଥାନ୍ତି । ତେବେ ହୁଏତ ବହୁତ କମ୍‌ ଲୋକଙ୍କୁ ଜଣାଥିବ ଯେ ଶନିଙ୍କ ପ୍ରତିମୂର୍ତ୍ତିକୁ କେବେବି ଘରର ଠାକୁର ଘରେ ରଖିବା ଉଚିତ ନୁହେଁ। ଘରେ ଶନି ଦେବଙ୍କ ମୂର୍ତ୍ତି ରଖି ପୂଜା କରିବାକୁ କାହିଁକି ବାରଣ କରାଯାଇଛି? ଏହା ପଛରେ ଜାଣନ୍ତୁ କାରଣ

ହିନ୍ଦୁ ଧର୍ମ ଶାସ୍ତ୍ରନୁସାରେ ପ୍ରତ୍ୟେକ ଦେବାଦେବୀଙ୍କର ଏକ ଖାସ୍‌ ମହତ୍ତ୍ୱ ରହିଥାଏ। ଯାହା ବହୁତ ଗୁରୁତ୍ୱ ବହନ କରେ। ଆଉ ଏହି ମହତ୍ତ୍ୱ ସେମାନଙ୍କୁ ଅନ୍ୟ ଦେବାଦେବୀଙ୍କ ଠାରୁ ଅଲଗା କରିଥାଏ। ତେବେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ । ଏଥିସହିତ ତାଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଏବଂ ତାଙ୍କ ଆର୍ଶିବାଦ ଲାଭ କରିବା ପାଇଁ ତାଙ୍କୁ ଲୋକମାନେ ପୂଜା କରିଥାନ୍ତି। ଯେପରି ଶନିମହାରାଜ ପ୍ରସନ୍ନ ହେବେ। ତେବେ କିଛି ଲୋକଙ୍କ ପାଇଁ ଭଗବାନ ଶନି ଶୁଭ ହୋଇଥାନ୍ତି ତ କିଛି ଲୋକଙ୍କ ପାଇଁ ସେ ଅଶୁଭ ହୋଇଥାନ୍ତି । ତେବେ ହୁଏତ ବହୁତ କମ୍‌ ଲୋକଙ୍କୁ ଜଣାଥିବ ଯେ ଶନିଙ୍କ ପ୍ରତିମୂର୍ତ୍ତିକୁ କେବେବି ଘରର ଠାକୁର ଘରେ ରଖିବା ଉଚିତ ନୁହେଁ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ଘରେ ରଖିବା ଦ୍ୱାରା ଶନିଦେବଙ୍କ ସିଧା ଦୃଷ୍ଟି ଘର ଉପରେ ପଡିଥାଏ । ଆଉ ମାନ୍ୟତା ରହିଛି ଯେ ଶନିଙ୍କ ସିଧା ଦୃଷ୍ଟି ବହୁତ ଅଶୁଭ ହୋଇଥାଏ । ଫଳରେ ଘରେ ଅଶାନ୍ତି ଏବଂ ସମସ୍ୟା ଲାଗି ରହିଥାଏ । ଖାସ୍‌ କରି ଏହି କାରଣରୁ ଶନିଦେବଙ୍କ ପ୍ରତିମୂର୍ତ୍ତି ଘରେ ରଖିବାକୁ ଶୁଭ ମାନିନଥାନ୍ତି ଲୋକେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଶନିଦେବଙ୍କୁ ଘରେ ନ ରଖିବାର ପୌରାଣିକ କାରଣ ମଧ୍ୟ ରହିଛି । ପୌରାଣିକ ଶାସ୍ତ୍ର ଅନୁସାରେ, ଶନିଦେବଙ୍କୁ ତାଙ୍କ ପତ୍ନି ଅଭିଶାପ ଦେଇଥିଲେ । ଥରେ ଶନିଦେବ ଧ୍ୟାନରେ ଥିବା ବେଳେ ତାଙ୍କୁ ପତ୍ନି ଧ୍ୟାନ ଭଗ୍ନ କରିବାକୁ ପ୍ରୟାଶ କରିଥିଲେ । କିନ୍ତୁ ସବୁ ପରେ ମଧ୍ୟ ଶନିଦେବଙ୍କ ଧ୍ୟାନ ଭାଙ୍ଗି ନଥିଲା ।

ଫଳରେ ଶନିଙ୍କ ପତ୍ନି ରାଗିଯାଇ ଶନିଦେବଙ୍କୁ ଅଭିଶାପ ଦେଇଥିଲେ । ସେ କହିଥିଲେ ଯିଏ ବି ଶନିଙ୍କୁ ଦେଖିବା କିମ୍ବା ଯାହା ଉପରେ ଶନିଙ୍କ ସିଧା ଦୃଷ୍ଟି ପଡିବ ସେମାନଙ୍କ ଜୀବନରେ ସମସ୍ୟା ସୃଷ୍ଟି ହେବ । ତେଣୁ ଏହି କାରଣରୁ ଶନିଙ୍କୁ ଘରେ ରଖି ପୂଜା କରାଯାଏ ନାହିଁ। ବରଂ ମନ୍ଦିରକୁ ଯାଇ ରାଶି ତେଲର ଦୀପକୁ ଅର୍ପଣ କରି ଶନିଦେବଙ୍କ ବକ୍ର ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପୂଜା କରିଥାନ୍ତି ଲୋକେ।

ଶନିଦେବ, ନ୍ୟାୟର ଦେବତା। କାହାର ଅନ୍ୟାୟକୁ ସହି ପାରନ୍ତି ନାହିଁ ସେ, ଧର୍ମକୁ ସବୁବେଳେ ଆଖି ଆଗରେ ରଖି ନିଜ ଭକ୍ତଙ୍କ ସବୁ କଷ୍ଟକୁ ଦୂର କରିବାରେ ତାଙ୍କର ଉଚିତ୍‌ ମାର୍ଗଦର୍ଶକ ହୋଇଥାନ୍ତି। ପ୍ରଥମେ କଷ୍ଟ ଦିଅନ୍ତି ବ୍ୟକ୍ତିଙ୍କୁ ସେହି ପରି ସ୍ଥିତି ସହ ଲଢ଼ି ଶକ୍ତ ହେବା ପାଇଁ.. ପରେ କର୍ମଫଳ ଦିଅନ୍ତି। କାହା ପାଇଁ ଏହାକୁ ସହିବା କଷ୍ଟ ହୋଇଥାଏ ତ ଆଉ କିଏ ଏଥିପାଇଁ ଖୁସି ଅନୁଭବ କରେ।

କୁହାଯାଏ ଶନିଙ୍କର କୋପ ଦୃଷ୍ଟି ପଡ଼ିଲେ ବ୍ୟକ୍ତି ଜଣକୁ ହି୍‌ନସ୍ତା ହେବାକୁ ପଡ଼େ। ତେଣୁ ଏଥିପାଇଁ କେହି ବି ଅଧର୍ମ ବା ଅନ୍ୟାୟ କାମ କରିବା ଉଚିତ ନୁହେଁ। କାରଣ ଏହିସବୁ କାମ କରୁଥିବା ଲୋକଙ୍କ ଉପରେ ଶନିଙ୍କର କୋପ ଦୃଷ୍ଟି ପ୍ରଥମେ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.