Below header

ମଙ୍ଗଳବାର ଦିନ କାହାକୁ ଦିଅନ୍ତୁ ନାହିଁ ଉଧାର, ନଚେତ୍‌ ଜୀବନ ସାରା ହେବେ ହଇରାଣ

ମଙ୍ଗଳବାର ଦିନ ମଙ୍ଗଳ ଗ୍ରହର ଦିନ ବୋଲି କୁହାଯାଏ। ଏହି ଦିନ ହନୁମାନଙ୍କ ପୂଜା କରାଯାଏ। ମଙ୍ଗଳବାର ଦିନ ସଂପୂର୍ଣ୍ଣ ବିଧି ବିଧାନରେ ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ। କିନ୍ତୁ ଏମିତି କିଛି କାମ ଆମେ ଅଜାଣରେ କରିଥାଉ, ତାହା ଯୋଗୁଁ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ। ତେଣୁ ମଙ୍ଗଳବାର ଦିନ ଏମିତି କିଛି ଅଶୁଭ କାମ ରହିଛି, ଯାହାକୁ କରିବା ଅନୁଚିତ। ଏହାର ଅଶୁଭ ପ୍ରଭାବ ଜୀବନରେ ଉପରେ ପଡିଥାଏ। ତେଣୁ ଜାଣନ୍ତୁ ମଙ୍ଗଳବାର ଦିନ କେଉଁ କାମ ବିଲକୁଲ୍‌ କରିବା ଅନୁଚିତ।

ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଏ। ଏହି ଦିନ ଭୁଲ୍‌ରେ ମଧ୍ୟରେ ଚିକେନ କିମ୍ବା ନିଶାଦ୍ରବ୍ୟ ସେବନ କରିବା ଉଚିତ ନୁହେଁ। କୁହାଯାଏ, ଏମିତି କଲେ ପବନ ପୁତ୍ର ହନୁମାନ କୋପ କରନ୍ତି। ଆପଣଙ୍କ ଉପରେ ଏବଂ ପରିବାର ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।

ମଙ୍ଗଳବାର ଦିନ କେଶ କାଟିବା, ସେଭିଂ ହେବା କିମ୍ବା ନଖ କାଟିବା ଅଶୁଭ ହୋଇଥାଏ। ମାନ୍ୟତା ଅନୁଯାୟୀ ମଙ୍ଗଳବାର ଦିନ ଏହିସବୁ କାମ କରିବା ଦ୍ୱାରା ଧନ ଏବଂ ବୁଦ୍ଧି କମ୍‌ ହୋଇଯାଏ। ଶାସ୍ତ୍ର ମୁତାବକ, ମଙ୍ଗଳବାର ଦିନ ଚୁଟି କାଟିବା ବୟସ ୮ ମାସ କମ୍‌ ହୋଇଯାଏ।

ମଙ୍ଗଳବାର ଦିନ ଭୁଲରେ ମଧ୍ୟ କୌଣସି ଧାରୁଆ ଜିନିଷ କିଣନ୍ତୁ ନାହିଁ। କଇଁଚି କିମ୍ବା କଣ୍ଟା ଇତ୍ୟାଦି କିଣନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ପରିବାରରେ କଳହ ବଢିଥାଏ।

lord hanuman
photo credit: hindi.webdunia.com

ମଙ୍ଗଳବାର ଦିନ ପୂଜା କିମ୍ବା ଶୁଭ କାର୍ଯ୍ୟରେ କଳା ରଙ୍ଗର କପଡା ପିନ୍ଧିବା ଉଚିତ ନୁହେଁ। ମଙ୍ଗଳବାର ଦିନ କଳା ରଙ୍ଗର କପଡା ପିନ୍ଧିବା ଦ୍ୱାରା ଶନି ପ୍ରଭାବ ପଡିଥାଏ। ମାନ୍ୟତା ମୁତାବକ, ଶନି ଏବଂ ମଙ୍ଗଳର ସଂଯୋଗ ବହୁତ କଷ୍ଟକାରୀ ହୋଇଥାଏ। ମଙ୍ଗଳବାର ଦିନ ଲାଲ ରଙ୍ଗର କପଡା ପିନ୍ଧିବା କିମ୍ବା ଦାନ କରିବା ଶୁଭ ହୋଇଥାଏ।

ମଙ୍ଗଳବାର ଦିନ କୌଣସି ପ୍ରକାର କାମରେ ନିବେଶ କରନ୍ତୁ ନାହିଁ। ଏମିତି କଲେ କାର୍ଯ୍ୟରେ ଅସଫଳତା ମିଳିବ। ଏହି ଦିନ ମଧ୍ୟ କାହାକୁ ଉଧାର ଦିଅନ୍ତୁ ନାହିଁ କିମ୍ବା ଉଧାର ନିଅନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.