ଦଶହରା ଦିନ ଏହିସବୁ ରାଶିର ଲୋକ ଲଗାନ୍ତୁ ଶମି ଗଛ, ଦୂର ହେବ ଜୀବନଯାକର ସମସ୍ୟା

ଶାରଦୀୟ ନବରାତ୍ରି ଶେଷ ହୋଇଛି। ନବରାତ୍ରିର ପର ଦିନ ବିଜୟା ଦଶମୀ ବା ଦଶହରା ପାଳନ କରାଯାଏ। ଏହି ଦିନ ଅନେକ ଶୁଭ କାର୍ଯ୍ୟ କରାଯାଏ। କିନ୍ତୁ ଏହିଦିନରେ କିଛି ଏମିତି ଉପାୟ କରିବା ଦ୍ୱାରା ଆପଣ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ। ଦଶହରା ଦିନ ଶମି ଗଛକୁ ବିଧି ବିଧାନରେ ପୂଜା କରିବା ଜରୁରୀ। କୁହାଯାଏ, ଲଙ୍କାପତି ରାବଣ ସୀତାଙ୍କୁ ହରଣ କରିବା ପରେ ଭଗବାନ ଶ୍ରୀରାମ ଶମି ଗଛ ସାମ୍ନାରେ ମୁଣ୍ଡ ନୁଆଁଇ ନିଜ ବିଜୟ ପାଇଁ କାମନା କରିଥିଲେ। ସେବେ ଠାରୁ ଶମି ଗଛର ପତ୍ରକୁ ଛୁଇଁବାକୁ କୁହାଯାଇଛି। ଶନିଦେବଙ୍କୁ ଶମି ପତ୍ର ଅର୍ପଣ କରିବା ଦ୍ୱାରା ଶନିଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି। ଶନି ସାଢେସାତୀ ଏବଂ ଶନିଙ୍କ ପ୍ରକୋପ ଚାଲୁଥିଲେ ଦଶହରା ଦିନ ଶମି ଗଛକୁ ପୂଜା କରନ୍ତୁ।

ଶନିଙ୍କ ସାଢେସାତୀ ଏବଂ ପ୍ରକୋପ ରହିଥିଲେ ଶମି ଗଛକୁ ଦଶହରା ଦିନ ଲଗାନ୍ତୁ। ଏହିଦିନ ଶମି ଗଛ ଲଗାଇବା ଦ୍ୱାରା ଶନିଦେବଙ୍କ କୃପା ରହିଥାଏ। ମକର, କୁମ୍ଭ, ଧନୁ, ମିଥୁନ, ତୁଳା ରାଶିର ବ୍ୟକ୍ତିଙ୍କର ଶନି ସାଢେସାତୀ ଏବଂ ପ୍ରକୋପ ରହୁଥିଲେ ଏଥିରୁ ମୁକ୍ତି ମିଳିବ। ତେଣୁ ଏହିସବୁ ରାଶିର ବ୍ୟକ୍ତି ଦଶହରା ଦିନ ସକାଳୁ ଜଲଦି ଉଠି ସ୍ନାନ କରି ପରିସ୍କାର କପଡା ପିନ୍ଧନ୍ତୁ। ସଫା ଢାଳରେ ସଫା ସ୍ଥାନ ଏବଂ ସଫା ମାଟିରେ ଶମି ଗଛ ଲଗାନ୍ତୁ। ଏହାପୂର୍ବରୁ ଏହାର ଚେରରେ ଏକ ପାନ ଏବଂ ଏକ ଟଙ୍କା ରଖି ପୋତି ଦିଅନ୍ତୁ। ତେବେ ଏଥିରେ ହଳଦୀ ଏବଂ ଗଙ୍ଗାଜଳ ପକାଇଦିଅନ୍ତୁ। ଏହି ଉପାୟ ଶନିଦେବଙ୍କୁ ପ୍ରସନ୍ନ କରିବ। ଏହି ଗଛ ଯେତେ ଫୁଲିବ, ଆପଣଙ୍କର ସେତେ ଉନ୍ନତି ହେବ।

ମାନ୍ୟତା ଅନୁସାରେ ଶମି ଗଛ ଘରେ ଲଗାଇବା ଦ୍ୱାରା ଦେବା ଦେବୀଙ୍କ କୃପା ସବୁବେଳେ ରହିଥାଏ। ଏହାସହିତ ଶମି ଗଛ ଶନିଦେବଙ୍କ କୋପରୁ ରକ୍ଷା କରେ। ଶମି ପତ୍ରକୁ ବାଣ୍ଟିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବାସ କରିଥାଏ। ପୁରାଣରେ ଶମି ଗଛର ଅନେକ ମହିମା ବିଷୟରେ ବର୍ଣ୍ଣନା କରାଯାଇଛି।

shanidev

ଶମି ଗଛର ସମ୍ପର୍କ ଶନିଦେବଙ୍କ ସହିତ ରହିଛି। ନବଗ୍ରହରେ ଶନି ମହାରାଜାଙ୍କ ଦଣ୍ଡାଧିକାରୀଙ୍କ ସ୍ଥାନ ରହିଥାଏ। ଏଥିପାଇଁ ଯେତେବେଳେ ଶନିଙ୍କ ଦଶା କିମ୍ବା ସାଢେସାତୀ ଆସେ, ତେବେ ଜାତକରେ ଭଲମନ୍ଦ କର୍ମର ସଂପୂର୍ଣ୍ଣ ହିସାବ ହୋଇଥାଏ। ଏଥିପାଇଁ ଶନିଙ୍କ ପ୍ରକୋପ ଯୋଗୁଁ ସମସ୍ତେ ଭୟଭୀତ ହୋଇଥାନ୍ତି। ଶମି ଏବଂ ଅଶ୍ବତ୍ଥ ଗଛ, ଯାହା ଉପରେ ଶନିଙ୍କ ପ୍ରଭାବ ରହିଥାଏ। ଅଶ୍ବତ୍ଥ ଗଛ ବହୁତ ବଡ ହୋଇଥିବା ଯୋଗୁଁ ଘରେ ଲଗାଯାଏ ନାହିଁ କିନ୍ତୁ ଶମି ଗଛ ଲଗାଯାଏ।

ମାନ୍ଯତା ଅନୁଯାୟୀ, ଶମି ଗଛରେ ଅଗ୍ନି ଦେବତା ବାସ କରନ୍ତି। ତେଣୁ ଯଜ୍ଞରେ ଅଗ୍ନି ପ୍ରଜ୍ଜଳିତ କରିବା ପାଇଁ ଶମି ଗଛର ପ୍ରୟୋଗ କରାଯାଏ। ଶମି ଗଛ ଲଗାଇ ତାର ପ୍ରତିଦିନ ପୂଜା କଲେ ଘରୁ କୁପ୍ରଭାବ ଦୂର ହୋଇପାରିବ।

ଶମି ଗଛରେ ଭଗବାନ ଶିବ ମଧ୍ୟ ବାସ କରନ୍ତି। ତେଣୁ ଏହାର ପତ୍ରକୁ ଗଣେଶଙ୍କ ପାଖରେ ଅର୍ପଣ କରନ୍ତୁ। ସୁଖ-ଶାନ୍ତି ମିଳିବ।

Also Read : ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି, ଦୂର ହେବ ଆର୍ଥିକ ସ୍ଥିତି: ଗୋଲାପ ଫୁଲରେ କରନ୍ତୁ ଏମିତି ଉପାୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.