ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ କରନ୍ତୁ ଏହି ଉପାୟରେ ପୂଜା , ଦୂର ହେବ ସଙ୍କଟ

ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି । ମାନ୍ୟତା ରହିଛି କି ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ଏକାସଙ୍ଗରେ ପୂଜା କରିବା ଦ୍ୱାରା ଜୀବନରେ ଖୁସୀ ଭରିଯାଇଥାଏ । ସେହିପରି ପରିବାରରେ ସୁଖ-ଶାନ୍ତି ବଳବତ୍ତର ରହିଥାଏ । ଅନ୍ୟପଟେ ଗୁରୁ ଅର୍ଥାତ ବୃହସ୍ଫତିଙ୍କୁ ମଧ୍ୟ ଦେବତାମାନଙ୍କ ଗୁରୁ ବୋଲି କୁହାଯାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଗୁରୁଙ୍କୁ ଧନ, ଖୁସୀ, ପାରିବାରିକ ସୁଖ, ସନ୍ତାନର କାରକ ବୋଲି କୁହାଯାଇଥାଏ । ପୁରାଣରେ ବର୍ଣ୍ଣିତ କଥାନୁସାରେ ଯେତେବେଳେ ସଂସାରରେ ଅଧର୍ମ ବଢି ଧର୍ମର କ୍ଷତି ଘଟିଲା ସେହି ସମୟରେ ଧର୍ମର ଜୟ କରିବା ପାଇଁ ଭଗବାନ ପୃଥିବୀ ପୃଷ୍ଠରେ ଭଗବାନ ବିଷ୍ଣୁ ଅବତରଣ କରିଥିଲେ । ଶାସ୍ତ୍ରରେ କୁହା ଯାଇଛି ଜଗତର ରକ୍ଷକ ଭଗବାନ ବିଷ୍ଣୁଙ୍କୁ ୨୪ ଟି ଅବତାରରେ ବର୍ଣ୍ଣନା କରାଯାଇଛି। ଏଥିମଧ୍ୟରୁ ୧୦ ଟି ଅବତାର ପ୍ରମୁଖ ବୋଲି କୁହାଯାଏ। କିନ୍ତୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ପୂଜା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଓ ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁଙ୍କର ୨୪ ଅବତାର ବିଷୟରେ ଓ ତାଙ୍କୁ ପୂଜା କରିବାର ପଦ୍ଧତି।

ଭଗବାନ ବିଷ୍ଣୁଙ୍କର ୨୪ଟି ଅବତାର

  • ମତ୍ସ୍ୟ ଅବତାର
  • ନର ନରନାରାୟଣ
  • ଶ୍ରୀ ବରାହ
  • ଆଦିରାଜ ପୃଥୁ
  • ଶ୍ରୀ ସନକାଦି ମୁନି
  • କପିଳ ମୁନି
  • ନାରଦ ଅବତାର
  • ଦତ୍ତାତ୍ରେୟ ଅବତାର
  • ଯଜ୍ଞ
  • ବାମନ ଅବତାର
  • ଭଗବାନ ରୁଷଭଦେବ
  • କୂର୍ମ ଅବତାର
  • ଭଗବାନ ଧନ୍ୱନ୍ତରୀ
  • ମୋହିନୀ ଅବତାର
  • ଭଗବାନ ନୃସିଂହ
  • ଶ୍ରୀ ରାମ ଅବତାର
  • ଶ୍ରୀକୃଷ୍ଣ ଅବତାର
  • ବୁଦ୍ଧ ଅବତାର
  • କଳ୍କୀ ଅବତାର
  • ପରଶୁରାମ ଅବତାର
  • ହୟଗ୍ରୀବ ଅବତାର
  • ଶ୍ରୀହରି ଅବତାର
  • ମହର୍ଷି ବେଦବ୍ୟାସ ଅବତାର
  • ହଂସ ଅବତାର

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବାର ଅନେକ ବିଧି ରହିଛି । ଗୁରୁବାର ସ୍ନାନ ପରେ ହଳଦିଆ ପୋଷାକ ପିନ୍ଧନ୍ତୁ । ଓଁ ବ ବୃହସ୍ପତେ ନମଃ ଏବଂ ଓଁ ନମୋ ଭଗବତେ ବାସୁଦେବାୟ ଜପନ୍ତୁ ।
_ ଏହାସହିତ କୌଣସି ପ୍ରକାରର ଦୋଷକୁ ଦୂର କରିବା ପାଇଁ ପାଣିରେ ସାମାନ୍ୟ ହଳଦୀ ମଶାଇ ସ୍ନାନ କରନ୍ତୁ ଏବଂ ହଳଦିଆ ବସ୍ତ୍ର ଧାରଣ କରନ୍ତୁ ।
– ସ୍ନାନ ସାରି ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଘିଅ ଦୀପ ଜାଳନ୍ତୁ ଏବଂ ହଳଦିଆ ରଙ୍ଗର ଫୁଲ ସହିତ ଭଗବାନଙ୍କୁ ଭୋଗରେ ତୁଳସୀ ଅର୍ପଣ କରନ୍ତୁ । ପୁଣି ହଳଦୀ , ଚନ୍ଦନ, କେସର ଦ୍ୱାରା ଶ୍ରୀହରିଙ୍କ ଅଭିଶେକ କରନ୍ତୁ । ନିଜ ମଥାରେ ତିଲକ ଲଗାନ୍ତୁ ।
– ବିଷ୍ଣୁଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ସେଥିପାଇଁ ଗୁରୁବାର ଦିନ ବ୍ରାହ୍ମଣଙ୍କୁ ହଳଦିଆ ଜିନିଷ ଦାନ କରନ୍ତୁ ।
– ଗୁରୁବାର ବ୍ରତ ରଖୁଥିବା ବ୍ୟକ୍ତି କଦଳୀ ଗଛ ପୂଜା କରିବା ଉଚିତ୍ ।
– ଗୁରୁବାର ଦିନ କୌଣସି ଧାର ଉଦ୍ଧାର ନେବା କଥା ନୁହେଁ କି ଦେବା କଥା ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.