ସନ୍ଧ୍ୟାରେ ନିଶ୍ଚୟ କରନ୍ତୁ ଏସବୁ କାମ, ମା’ଲକ୍ଷ୍ମୀ ହେବେ ପ୍ରସନ୍ନ, ଦୂର ହେବ ଧନ ଅଭାବ

ମା’ ଲକ୍ଷ୍ମୀ ବୈଭବ ଓ ଯଶର ଦେବୀ। ସେ ଯାହା ଉପରେ କୃପା କରନ୍ତି ତାଙ୍କ ଉପରେ ଧନ ବର୍ଷା ହୋଇଥାଏ। ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତେ ପୂଜାର୍ଚ୍ଚନା କରିଥାନ୍ତି। ମାନ୍ୟତା ରହିଛି ଯେ ଯେଉଁ ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ, ସେଠାରେ କେବେ ବି ଧନର ଅଭାବ ଦେଖାଦିଏ ନାହିଁ। ବିଶ୍ୱାସ ରହିଛି ଯେ ସନ୍ଧ୍ୟାରେ କେତେକ ବିଶେଷ କାମ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ। ଆସନ୍ତୁ ଜାଣିବା ସନ୍ଧ୍ୟାରେ କ’ଣ କଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳେ…

evening

  • ସନ୍ଧ୍ୟାରେ ଠାକୁର ଘରେ ଦୀପ ଧୂପ ଜଳାଇ ଆଳତୀ କରନ୍ତୁ।
  • ଭଗବାନଙ୍କ ନିକଟରେ କିଛି ମିଠା ଦ୍ରବ୍ୟ ଭୋଗ କରନ୍ତୁ।
  • ଚଉରା ମୂଳରେ ଦୀପ ଜାଳନ୍ତୁ।
  • ସନ୍ଧ୍ୟା ବେଳେ ଘରେ ପାଟିତୁଣ୍ଡ, କଳି ଝଗଡ଼ା କରନ୍ତୁ ନାହିଁ।
  • ସନ୍ଧ୍ୟାରେ ଘରକୁ ଯିବା ବେଳେ କେବେ ବି ଖାଲି ହାତରେ ଯାଆନ୍ତୁ ନାହିଁ। କିଛି ନା କିଛି ସାଙ୍ଗରେ ନିଅନ୍ତୁ।
  • ଘରେ ପୂର୍ବପୁରୁଷଙ୍କ ଫଟୋ ସାମ୍ନାରେ ସନ୍ଧ୍ୟା ଦୀପ ଜାଳନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.