ଶନିଶ୍ଚରୀ ଅମାବାସ୍ୟାରେ କରନ୍ତୁ ଏହି କାମ, ବଢ଼ିବ ଧନ ବୈଭବ ଓ ସୁଖ ସମୃଦ୍ଧି

ହିନ୍ଦୁ ଧର୍ମର ଶାସ୍ତ୍ର ପୁରାଣରେ ଦାନ ଧର୍ମର ବିଶେଷ ମହତ୍ତ୍ୱ ରହିଛି। ବିଶ୍ୱାସ ରହିଛି ଯେ ବିଶେଷ ଦିନ ମାନଙ୍କରେ ଦାନ ଧର୍ମ କଲେ ଅନ୍ୟ ଦିନ ତୁଳନାରେ ଅଧିକ ପୁଣ୍ୟ ହୋଇଥାଏ। ଖାସ୍‌ କରି ପୂର୍ଣ୍ଣିମା, ଅମାବାସ୍ୟା, ଏକାଦଶୀ ଆଦି ଦିନ ମାନଙ୍କରେ ଗରିବ ଓ ବ୍ରାହ୍ମଣଙ୍କୁ ଦାନ କଲେ ମହାପୁଣ୍ୟ ହୋଇଥାଏ। ସ୍ନାନ କରିସାରିବା ପରେ ଶୁଦ୍ଧ ପୂତ ଭାବେ ପରିଷ୍କାର ବସ୍ତ୍ର ପିନ୍ଧି କୌଣସି ଭୋକିଲା ଜୀବକୁ ଖାଇବାକୁ ଦିଅନ୍ତୁ। ଏଥିସହ ବ୍ରାହ୍ମଣ କିମ୍ବା କୌଣସି ଗରିବକୁ କିଛି ଦାନ କରିବା ଶୁଭ ଫଳ ଦାୟୀ ହୋଇଥାଏ।

ଏପ୍ରିଲ ୩୦ରେ ପଡ଼ୁଛି ଅମାବାସ୍ୟା। ଜ୍ୟୋତିଷ ଶାସ୍ତ୍ର ମୁତାବକ, ବୈଶାଖ ମାସ କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏପ୍ରିଲ ୨୯ ତାରିଖ ବିଳମ୍ବିତ ରାତି ୧୨.୫୭ରୁ ଆରମ୍ଭ ହୋଇ ଏପ୍ରିଲ ୩୦ ଶନିବାର ବିଳମ୍ବିତ ରାତି ୧.୫୭ରେ ସରିବ। ଏଣୁ ଏପ୍ରିଲ ୩୦ରେ ପଡ଼ୁଛି ଶନିଶ୍ଚରୀ ଅମାବାସ୍ୟା। ଶନି ମହାଦଶାରୁ ମୁକ୍ତି ପାଇଁ ଏହି ଦିନ ସବୁଠୁ ଉତ୍ତମ। ଏହି ଦିନ କେତେକ କାମ କଲେ ଶନିଙ୍କ ପ୍ରଭାବ କମ୍‌ ହୋଇଥାଏ। ଏଥିସହ ପିତୃ ପୁରୁଷ ମଧ୍ୟ ଖୁସି ହୋଇଥାନ୍ତି। ଉଭୟ ଶନି ଦେବ ଓ ପୂର୍ବ ପୁରୁଷଙ୍କ ଆଶୀର୍ବାଦରୁ ମାନ ସମ୍ମାନ, ସୁଖ ସମୃଦ୍ଧି ଓ ଧନ ବୈଭବ ବୃଦ୍ଧି ପାଏ।

shani dev
Image Credit: India TV

ଶନି ଅମାବାସ୍ୟାରେ ସ୍ନାନ ଦାନର ଶୁଭ ମୁହୂର୍ତ୍ତ ଓ ମହତ୍ତ୍ୱ:

ଶନିଶ୍ଚରୀ ଅମାବାସ୍ୟା ଅର୍ଥାତ୍‌ ଏପ୍ରିଲ ୩୦ ଦିନ ଅପରାହ୍ନ ୩ଟା ୨୦ ଯାଏଁ ପ୍ରୀତି ଯୋଗ ରହିବ। ପ୍ରୀତି ଯୋଗ ପ୍ରେମକୁ ପରିବ୍ୟାପ୍ତ କରିଥାଏ। ଏଥିସହ ରାତି ୮ଟା ୧୩ ଯାଏଁ ଅଶ୍ୱିନୀ ନକ୍ଷତ୍ର ରହିବ।

ଜ୍ୟୋତିଷ ଶାସ୍ତ୍ର ମୁତାବକ, ଅଶ୍ୱିନୀ ନକ୍ଷତ୍ର ଯାତ୍ରା ଆରମ୍ଭ କରିବା, କୃଷି କାର୍ଯ୍ୟ, ନୂଆ ବସ୍ତ୍ର କିଣିବା ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଫଳ ଦାୟୀ ହୋଇଥାଏ। ଏଣୁ ଶନିଶ୍ଚରୀ ଅମାବାସ୍ୟା ଅଧିକ ଶୁଭ ଫଳ ଦାୟୀ ହୋଇଥାଏ। ଏହି ଦିନ ସକାଳୁ ଆପଣ ସ୍ନାନ ଓ ଦାନ କରିପାରିବେ।

ଶାସ୍ତ୍ର ଅନୁସାରେ, ପ୍ରତି ମାସର ଅମାବାସ୍ୟାରେ ସ୍ନାନ ଦାନ ଓ ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ, ତର୍ପଣ ପାଇଁ ବେଶ୍‌ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ। ପିତୃ ଦୋଷରୁ ମୁକ୍ତି ପାଇଁ ଏବଂ ପିତୃ ପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ ଶନିଶ୍ଚରୀ ଅମାବାସ୍ୟା ଦିନ କ୍ଷୀର ଓ ଚାଉଳର ଖିରି ତିଆରି କରନ୍ତୁ। ଗୋବରର ଘଷିକୁ ଜଳାଇ ତା’ ଉପରେ ଏହି ଖିରିକୁ ପିତୃ ପୁରୁଷଙ୍କ ପାଇଁ ଭୋଗ ଲଗାନ୍ତୁ। ଏହା ଦ୍ୱାରା ସମସ୍ତ ମନ କାମନା ପୂର୍ଣ୍ଣ ହେବ।

Also Read: Lock uppରେ ଆସୁଛନ୍ତି ଶେହନାଜ୍‌ ଗିଲ୍‌, କରିବେ କରନ୍‌ କୁନ୍ଦ୍ରାଙ୍କୁ ରିପ୍ଲେସ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.