ଗୁରୁବାର ଦିନ ଏହି ଗଛର ପୂଜା କରନ୍ତୁ, ଘରେ ବଢିବ ସୁଖସମୃଦ୍ଧି

ଧର୍ମ ତଥା ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାରର ଏକ ବିଶେଷ ମହତ୍ତ୍ୱ ରହିଛି । ଏହାକୁ ଦେବଗୁରୁ ବୃହଷ୍ପତ୍ତିଙ୍କ ଦିନ ଭାବରେ ଧରାଯାଏ । ବୃହଷ୍ପତ୍ତିଙ୍କ ସହ ଏହାକୁ ଭଗବାନ ବିଷ୍ଣୁଙ୍କ ଦିନ ମଧ୍ୟ କୁହାଯାଏ । ଦେବଗୁରୁ ବୃହସ୍ପତିଙ୍କୁ ବୃଦ୍ଧି କାରକ କୁହାଯାଏ । ଯେଉଁମାନଙ୍କ ଯାତକରେ ଦେବଗୁରୁଙ୍କ କୃପା ବର୍ଷଣ ହୁଏ ସେମାନଙ୍କୁ ଅପାର ଧନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେମାନଙ୍କ ଧନ ସମ୍ପତ୍ତି ହୁ ହୁ ହୋଇ ବଢିଥାଏ | ଆଉ ମଧ୍ୟ ବିଶ୍ୱାସ ରହିଛିକି ଏହି ବାରରେ ଭଗବାନ ବିଷ୍ଣୁଙ୍କର ପୂଜା କଲେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି । ଆଉ ପ୍ରସନ୍ନ ହୋଇ ଧନଧାନ୍ୟରେ ପରିପୂର୍ଣ୍ଣ କରନ୍ତି | ଏମିତିରେ ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଆଉ ଜୀବନରେ ଧନର ଅଭାବ ଦେଖାଦେଉଛି ତେବେ ଆପଣ ନିଶ୍ଚିନ୍ତ ରୂପେ ଗୁରୁବାର ଦିନ କିଛି ବିଶେଷ ଉପାୟ ଗୁଡିକ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ତେବେ ଆସନ୍ତୁ ଏଉପରେ ଏକ ନଜର ପକାଇବା:

thursday

– କୋଷାଧକ୍ଷ କୁବେରଙ୍କୁ ଧନର ଦେବତା କୁହାଯାଏ । ତାଙ୍କରି କୃପାରୁ ହିଁ ଧନ ସଂଚୟ ହୋଇଥାଏ । ତମ୍ବା ପାତ୍ରରେ କୁବେରଙ୍କ ଯନ୍ତ୍ର ଅଥବା ଏକ ଶ୍ରୀଯନ୍ତ୍ରର ଚିତ୍ର ଅଙ୍କନ କରି ନିଜ ମନିପର୍ସରେ ସବୁବେଳେ ରଖନ୍ତୁ । ଏହା ବ୍ୟତୀତ ଗୋମତୀ ଚକ୍ର, କେଶର, ହଳଦୀ ଖଣ୍ଡ ନିଜ ପର୍ସରେ ରଖିପାରନ୍ତି । ଏମିତି କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ । ଏହି ସମସ୍ତ ଜିନିଷକୁ ସମୃଦ୍ଧି କାରକ ଭାବରେ ଧରାଯାଏ ।

-ବିଶ୍ୱାସ ରହିଛିକି କଦଳୀ ଗଛରେ ସାକ୍ଷାତ ବିଷ୍ଣୁ ବାସ କରନ୍ତି । ଗୁରୁବାର ଦିନ ଯେଉଁମାନେ କଦଳୀ ଗଛର ପୂଜା ଭକ୍ତି ସହକାରେ କରନ୍ତି ସେମାନଙ୍କ ଉପରେ ନାରାୟଣଙ୍କ କୃପାଦୃଷ୍ଟି ରହିଥାଏ । ସେ ଭକ୍ତଙ୍କୁ ସୁଖ, ସମୃଦ୍ଧି, ଶାନ୍ତି ବରଦାନ ଆକାରରେ ଦେଇଥାନ୍ତି | ଏହା ସହ କଦଳୀ ଗଛକୁ ଶୁଭ ଓ ସମ୍ପନ୍ନତାର ପ୍ରତୀକ ଭାବରେ ଧରାଯାଏ ।

 

thursday

– ଯଦି ଆପଣଙ୍କ କୁଣ୍ଡଳୀ ଚକ୍ରରେ ଗୁରୁ ଖରାପ ସ୍ଥିତିରେ ଅଛନ୍ତି କିମ୍ବା ଆପଣଙ୍କ ବିବାହରେ ବାରମ୍ବାର ବାଧା ସୃଷ୍ଟି ହେଉଛି ତେବେ ଆପଣ କୌଣସି ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଇ ବୃହସ୍ପତିଙ୍କ ବ୍ରତ ରଖିବା ଉଚିତ । ଆଉ ଏହା ସହ କଦଳୀ ଗଛର ପୂଜା କରିବା ଉଚିତ । ଏମିତି କରିବା ଦ୍ୱାରା କୁଣ୍ଡଳୀରେ ଗୁରୁ ମଜବୁତ ସ୍ଥିତିକୁ ଆସିବା ସହ ବିବାହ ଜନିତ ବାଧା ଦୂର ହୋଇଥାଏ ।

– ଯେହେତୁ ଏହି ଦିନ କଦଳୀ ଗଛ ପୂଜା କରିବାର ଏକ ବିଧି ରହିଆସିଛି ତେଣୁ ଏହି ଦିନରେ କଦଳୀ ଖାଇବା ଉଚିତ ନୁହେଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.