ତେଲ ଦରକୁ ଧ୍ୟାନରେ ରଖି ମାରୁତି ଓ ଟାଟା ମୋର୍ଟସ ପକ୍ଷରୁ ଲଞ୍ଚ ହେବ ନୂଆ CNG କାର, ରହିଛି ଦମଦାର ଫିଚର୍ସ

ଚଳିତ ବର୍ଷ ତେଲ ଦରରେ ଅନେକ ବୃଦ୍ଧି ଘଟିଛି । ପେଟ୍ରୋଲ ଓ ଡିଜେଲ ଦାମ ଆକାଶ ଛୁଆଁ ହେଉଥିବା କାରଣରୁ ଅନେକ ସମସ୍ୟା ମଧ୍ୟ ଦେଖାଯାଉଛି । ତେବେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗାଡ଼ି ନିର୍ମାତା କମ୍ପାନୀ ମାରୁତି ଓ ଟାଟା ପକ୍ଷରୁ ନୂଆ CNG କାରର ଖୁବ ଶୀଘ୍ର ହେବାକୁ ଯାଉଛି ବଜାର ପ୍ରବେଶ ।

ଦେଶର ସବୁଠୁ ବଡ଼ ଗାଡ଼ି ନିର୍ମାତା କମ୍ପାନୀ ମାରୁତି ସୁଜୁକି ଏବଂ ଟାଟା ମୋଟର୍ସ ପକ୍ଷରୁ ନୂଆ କାର ଲଞ୍ଚ ହେବ । ଲୋକପ୍ରିୟ ମଡେଲର ନୂଆ CNG ଭାରିଏଣ୍ଟର ହେବ ବଜାର ପ୍ରବେଶ ।

Maruti Celerio , Maruti  Dzire CNG:

ମାରୁତି ସୁଜୁକି ପକ୍ଷରୁ ୨ଟି ମଡେଲ ଲଞ୍ଚ ହେବାକୁ ଯାଉଛି । Maruti Celerioକୁ HEARTECT  ପ୍ଲାଟଫର୍ମସରେ ତିଆରି କରାଯାଇଛି । ଏହାର ଆକାର ମଧ୍ୟ ବଡ଼ । Maruti Celerioରେ କମ୍ପାନୀ ୭ ଇଞ୍ଚର ଟଚସ୍କ୍ରିନ ଇନ୍‌ଫୋଟେନମେଣ୍ଟ ସିଷ୍ଟମ ଦେଇଛି । ସେହିପରି Maruti  Dzire CNG ପାରମ୍ପରିକ ରୂପେ S-CNG କିଟର ପ୍ରୟୋଗ କରିବ । କିନ୍ତୁ ଏହାକୁ ନେଇ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ ।

Tata Tiago CNG:

ଟାଟା ମୋଟର୍ସ ନିଜର ଆଣ୍ଟି ଲେଭଲ କାରର CNG ଭାରିଏଣ୍ଟ ତିଆରି କରିଛି । ଯାହା ବର୍ଷର ଶେଷରେ ଲଞ୍ଚ ହେବାର ସମ୍ଭାବନା ରହିଛି । ଏଥିରେ କମ୍ପାନୀ ୧.୨ ଲିଟର କ୍ଷମତା ବିଶିଷ୍ଟ ରେବୋଟ୍ରାନ ପେଟ୍ରୋଲ ଇଞ୍ଜିନର ପ୍ରୟୋଗ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.