ମହାକାଶଚାରୀମାନେ କେତେ ଘଣ୍ଟା କାମ କରନ୍ତି ଜାଣିଛନ୍ତି କି ? ପ୍ରକାଶ ପାଇଲା ରିପୋର୍ଟ

ଯଦି ଜଣେ ସାଧାରଣ କର୍ମଚାରୀଙ୍କୁ ମହାକାଶଚାରୀଙ୍କ ପରି କାମ କରିବାକୁ କୁହାଯାଏ, ତେବେ ଅନେକ ଲୋକ ଅଫିସ୍ ଯିବା ବନ୍ଦ କରିଦେବେ । ତେବେ ଆସନ୍ତୁ ଜାଣିବା ମହାକାଶଚାରୀମାନେ କେତେ ସମୟ ପର୍ଯ୍ୟନ୍ତ କାମ କରନ୍ତି ।

ମହାକାଶରେ ଅନେକ ରହସ୍ୟମୟୀ ଜିନିଷ ରହିଛି । ଏନେଇ ବୈଜ୍ଞାନିକ ମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ଏହି ଅନୁସନ୍ଧାନ ପାଇଁ ଦିନ ରାତି ଏକ କରି ଦିଅନ୍ତି ବୈଜ୍ଞାନିକ । ତେବେ ବୈଜ୍ଞାନିକମାନେ କେତେ ସମୟ ପର୍ଯ୍ୟନ୍ତ କାମ କରନ୍ତି ? ସେମାନଙ୍କ କାମ କରିବାର କିଛି ସିଡ୍ୟୁଲ ଥାଏ କି ? ଆପଣ ହୁଏତ ଏହା ଜାଣି ନଥିବେ । ଆପଣ କେବେ ଭାବିଛନ୍ତି କି ମହାକାଶକୁ ଯାଉଥିବା ମହାକାଶଚାରୀଙ୍କର କାର୍ଯ୍ୟ କରିବାର ନିୟମ କ’ଣ ? ହଲିଉଡ ଚଳଚ୍ଚିତ୍ରରେ ମହାକାଶକୁ ଯାଉଥିବା ବୈଜ୍ଞାନିକମାନଙ୍କର ଅନେକ କାହାଣୀ ଆପଣ ନିଶ୍ଚୟ ଦେଖିଥିବେ , କିନ୍ତୁ ଆପଣ ସେମାନେ କିପରି କାର୍ଯ୍ୟ କରନ୍ତି ତାହା କେବେ ଲକ୍ଷ୍ୟ କରିଛନ୍ତି କି? ଯଦି ଜଣେ ସାଧାରଣ କର୍ମଚାରୀଙ୍କୁ ମହାକାଶଚାରୀଙ୍କ ପରି କାମ କରିବାକୁ କୁହାଯାଏ, ତେବେ ଅନେକ ଲୋକ ଅଫିସ୍ ଯିବା ବନ୍ଦ କରିଦେବେ । ତେବେ ଆସନ୍ତୁ ଜାଣିବା ମହାକାଶଚାରୀମାନେ କେତେ ସମୟ ପର୍ଯ୍ୟନ୍ତ କାମ କରନ୍ତି ।

ମହାକାଶଚାରୀମାନେ କେତେ ଘଣ୍ଟା କାମ କରନ୍ତି ?
ଜଣେ ମହାକାଶଚାରୀଙ୍କ କାର୍ଯ୍ୟ ସମୟ ଜାଣିବା ପାଇଁ ନାସା ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ, ସେମାନେ ସକାଳ ପ୍ରାୟ ୬ ଟାରୁ ରାତି ୯. ୩୦ ପର୍ଯ୍ୟନ୍ତ କାମ କରନ୍ତି । ବୈଜ୍ଞାନିକମାନଙ୍କ ମାଂସପେଶୀ ଟୋନ ଏବଂ ଫିଟନେସ୍ ଠିକ ରଖିବା ପାଇଁ ତିନି ଥର ଖାଦ୍ୟ ଖା ଏବଂ ୨.୫ ଘଣ୍ଟାର ଶାରୀରିକ ବ୍ୟାୟାମ ସାମିଲ ରହିଛି । ତେବେ ସଟଲ୍ ମିଶନ୍ ସ୍ପେସ୍ ଷ୍ଟେସନ୍ ମିଶନ୍ ଠାରୁ ଛୋଟ ହୋଇଥାଏ କିନ୍ତୁ ନାସା ମହାକାଶଚାରୀମାନେ ଅନେକ ଦିନ ଧରି ସଟଲରେ ରୁହନ୍ତି ଏବଂ କାମ କରନ୍ତି । ସ୍ପେସ୍ ସଟଲ୍ ଏଭଳି ସାଟେଲାଇକୁ ମହାକାଶକୁ ପଠାଇଥାଏ ଯାହା ଇନଫର୍ମେସନ ଯୋଗାଇଥାଏ କିମ୍ବା ବ୍ରହ୍ମାଣ୍ଡକୁ ଦେଖିବାର କ୍ଷମତା ରଖଥାଏ । ପୃଥିବୀର କକ୍ଷପଥରେ ସାଟେଲାଇଟ ଲଞ୍ଚ କରିବା ପୂର୍ବରୁ, କ୍ରୁ ସଦସ୍ୟମାନେ ସମସ୍ତ ସିଷ୍ଟମକୁ ସାବଧାନତାର ସହ ଯାଞ୍ଚ କରନ୍ତି ।

ସ୍ପେସ୍ ସଟଲ୍ ଏବଂ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ISS) ରେ ଥିବା ମହାକାଶଚାରୀମାନେ ପୃଥିବୀ ପରିକ୍ରମା କରିବା ସମୟରେ ଅନେକ କାର୍ଯ୍ୟ କରନ୍ତି । ସ୍ପେସ୍ ସଟଲ୍ ହେଉଛି ଏକ ଭର୍ସାଟାଇଲ ହ୍ଵିକିଲ । ସ୍ପେସ୍ ସଟଲ୍ ଥରକରେ ପ୍ରାୟ ଅଢ଼େଇ ସପ୍ତାହ ପର୍ଯ୍ୟନ୍ତ ମହାକାଶରେ ଉଡ଼ିବା ପାଇଁ ଡିଜାଇନ୍ କରାଯାଇଥାଏ । ମହାକାଶଚାରୀମାନେ ଅନବୋର୍ଡ ସର୍ଟ ଟର୍ମ ପ୍ଲାନ (OSTP) ବ୍ୟବହାର କରନ୍ତି । ଏହା ISSରେ ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମର ଏକ ଗ୍ରାଫ ହୋଇଥାଏ । ଏହା ଏକ ଟାଇମଲାଇନ୍ ସୃଷ୍ଟି କରେ ଯାହା ସ୍ପେସ୍ ଷ୍ଟେସନରେ ଯେକୌଣସି ସମୟରେ କ’ଣ ଘଟୁଛି ଏବଂ କିଏ ସାମିଲ ଥାଏ ତାହା ଦେଖାଏ । ସମସ୍ତ ମହାକାଶଚାରୀଙ୍କ କାର୍ଯ୍ୟକଳାପକୁ ଏକ ଗ୍ରାଫରେ ଫିଟ୍ କରିବା ସବୁବେଳେ ସହଜ ନୁହେଁ । ଏଥିପାଇଁ ତାଙ୍କୁ ଅନେକ ଥର କମାଣ୍ଡ ଦିଆଯାଏ । ତେବେ ବୈଜ୍ଞାନିକଙ୍କ କାର୍ଯ୍ୟ ସୀମା ମଧ୍ୟରେ ସେମାନେ ଏଭଳି କାମ କରିଥାନ୍ତି । ନିଜ ପରିବାର ଠାରୁ ଦୂରେଇ ରହି ସେମାନେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.