ଆପଣ ଜାଣିଛନ୍ତି କି, ପୂଜା କରିବା ସମୟରେ କାହିଁକି ମଥାରେ ଦିଅନ୍ତି ଓଢ଼ଣା ?

ଭାରତୀୟ ସଂସ୍କୃତିରେ ପୂଜାପାଠକୁ ଅଧିକ ମହତ୍ତ୍ବ ଦିଆଯାଇଥାଏ । ବର୍ଷକ ବାର ମାସକୁ ତେରା ପର୍ବ ଭାବେ ହିନ୍ଦୁ ଧର୍ମରେ ସର୍ବଦା ବିଭିନ୍ନ ପ୍ରକାରର ପୂଜାପାଠ କରାଯାଇଥାଏ ।ହିନ୍ଦୁ ଧର୍ମ ଅନୁଯାୟୀ ଯେଉଁ ବ୍ଯକ୍ତି ଭାବନାର ସହ ପୂଜା କରନ୍ତି  ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।ଆପଣ ସାଧାରଣତଃ ଦେଖିଥିବେ ପୂଜା ସମୟରେ ମହିଳା ମାନେ ମୁଥାରେ ଓଢ଼ଣା ଏବଂ ପୁରୁଷମାନେ ରୁମାଲ୍ ଦେଇଥାନ୍ତି । ଆପଣ କେବେ ଏ ବାବଦରେ ଭାବିଛନ୍ତି କି ଏପରି କାହିଁକି କରାଯାଏ ? ଯଦି ନା, ତେବେ ଜାଣନ୍ତୁ ଏ ସମ୍ବନ୍ଧୀୟ ଖାସ ତଥ୍ଯ…

ଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ ମୁଣ୍ଡ ଘୋଢ଼ାଇବା ଦ୍ବାରା ମନରେ ଏକାଗ୍ରତା ବଢ଼େ। ଯେଉଁ ବ୍ୟକ୍ତି ମୁଣ୍ଡ ନଘୋଢ଼ାଇଥାନ୍ତି ତାଙ୍କ ମନ ମଧ୍ୟରେ କ୍ରୋଧ, ହିଂସା ଯାତ ହେବା ସହ ହୋଇଥାଏ ଯାହାଫଳରେ  ମୁଣ୍ଡବ୍ୟଥା ଓ  ଦୃଷ୍ଟି ଶକ୍ତି କମ୍ ଆଦି ସମସ୍ଯା ଦେଖାଯାଇଥାଏ।

ଭାରତୀୟ ଇତିହାସ ଅନୁଯାୟୀ , ମୁଣ୍ଡରେ ଓଢ଼ଣା ଦେବା ଦ୍ବାରା ବଡଙ୍କୁ ସମ୍ମାନ ଦେବା ବୁଝାଇଥାଏ। ପୂଜା ସମୟରେ ଯଦି ମହିଳା ବା ପୁରୁଷ ମୁଣ୍ଡ ଘୋଢ଼ାନ୍ତି ତାହା ଦ୍ବାରା ମନରେ ଶାନ୍ତି ରହିବା ସହ ଏକାଗ୍ରତା ବଢ଼ିଥାଏ ଏବଂ ପୂଜା ସଠିକ୍ ଭାବେ ସମ୍ପନ୍ନ ହେବ ।

You might also like