ଲୋଭ ପାଇଁ ଡାକ୍ତରରୁ ସାଜୁଥିଲେ ବ୍ରାଉନସୁଗାର ବେପାରୀ, ବନ୍ଧା ହୋଇ ଗଲେ ଜେଲ 

ଦାନ୍ତ ଡାକ୍ତର କରୁଥିଲେ ବ୍ରାଉନସୁଗର ବେପାର। ଡାକ୍ତର ହେଲା ପରେ ବି ତାଙ୍କ ଲୋଭ କଣ ସରିଥିଲା ... ଅଧିକ ଟଙ୍କା କେଉଁ ଆଡୁ ଟିକେ ପାଇଯାଆନ୍ତେ ସେଥିପାଇଁ ଭୁଲ କାମ ଆପଣାଇ ଟଙ୍କା ରୋଜଗାର କରୁଥିଲେ..

ଦାନ୍ତ ଡାକ୍ତର କରୁଥିଲେ ବ୍ରାଉନସୁଗର ବେପାର। ଡାକ୍ତର ହେଲା ପରେ ବି ତାଙ୍କ ଲୋଭ କଣ ସରିଥିଲା … ଅଧିକ ଟଙ୍କା କେଉଁ ଆଡୁ ଟିକେ ପାଇଯାଆନ୍ତେ ସେଥିପାଇଁ ଭୁଲ କାମ ଆପଣାଇ ଟଙ୍କା ରୋଜଗାର କରୁଥିଲେ …ନିଜ କ୍ଲିନିକ ଭିତରେ ସେ ଏହି ରାକେଟ ଚଳାଇଥିଲେ  .. ଶେଷରେ ଏବେ ଧରାପଡ଼ିଲେ । ରୋଗୀଙ୍କ ଚିକିତ୍ସା କରୁଥିଲେ କମ ସିଆଡେ ବ୍ରାଉନ୍‌ସୁଗର ବେପାରରେ ପୁଳାଏ ଟଙ୍କା ରୋଜଗାର କରୁଥିଲେ । ଗତ ୧୫ ତାରିଖ ସନ୍ଧ୍ୟାରେ ଦୁଇ ଜଣ ଯୁବକ ବ୍ରାଉନସୁଗର ସହିତ ଧରାପଡ଼ିବା ପରେ ଏ ଦାନ୍ତ ଡାକ୍ତରଙ୍କ ନାଁ ସାମ୍ନାକୁ ଆସିଥିଲା।
ବ୍ରାଉନ୍‌ସୁଗର ବେପାର କରୁଥିବା ଅଭିଯୋଗରେ ଯାଜପୁର ଥାନା ପୁଲିସ୍ ଏହି ଦାନ୍ତ ଡାକ୍ତରଙ୍କ ସମେତ ଆହୁରି ୩ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବ୍ରାଉନ୍‌ସୁଗର ଓ ୪ଟି ମୋବାଇଲ ଜବତ କରାଯାଇଛି।
ଗିରଫ ଡାକ୍ତରଙ୍କ ନାଁ ହେଉଛି ନିଗମା ନନ୍ଦ ଖଟୁଆ  ବୟସ ମାତ୍ର ୨୮ ବର୍ଷ। ସେ ଯାଜପୁର ଥାନା ଅଞ୍ଚଳରେ ମହାବୀର ନଗରରେ ଏକ କ୍ଲିନିକ୍ କରିଛନ୍ତି। ଗିରଫ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଯାଜପୁର ଥାନା ଅନ୍ତର୍ଗତ ସୁନ୍ଦେରେଇମୁହାଁର ସନ୍ଦୀପ ମଲ୍ଲିକ ଓ ସିଦ୍ଧେଶ୍ୱରର ରକ୍ଷାକର ଦୀକ୍ଷିତ।ଯାଜପୁର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଚଢ଼ାଉ ବେଳେ ସନ୍ଦୀପ ମଲ୍ଲିକ ଓ ରକ୍ଷାକର ଦୀକ୍ଷିତଙ୍କଠାରୁ ବ୍ରାଉନସୁଗର ଜବତ କରାଯାଇଥିଲା। ସନ୍ଦୀପଙ୍କ ଠାରୁ ୧୨.୪ ଗ୍ରାମ ଓ ରକ୍ଷାକରଙ୍କଠାରୁ ୧୨.୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା।
ସୂଚନା ମିଳିବା ପରେ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଏହି ୩ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ସେମାନଙ୍କ ଠାରୁ ମୋଟ ୨୫.୨ଗ୍ରାମର ବ୍ରାଉନ ସୁଗାର ସହ ୪ଟି ମୋବାଇଲ ଜବତ କରିଛି  । ଯାହାର ଆନୁମାନିକ ମୂଲ୍ୟ ୨.୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ବ୍ରାଉନ ସୁଗାର ବ୍ୟବସାୟ ର ମାଷ୍ଟର ମାଇଣ୍ଡ  ଏହି  ଡାକ୍ତର ମହାଶୟ ବୋଲି ଜଣାପଡ଼ିଛି। ସେ ମହାବୀର ଛକରେ ଏକ ଘରୋଇ କ୍ଲିନିକ କରି ନିଜର ଏହି ରାକେଟ ଚଳାଇ ଆସୁଥିଲେ, ଏନେଇ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି । ଅଭିଯୁକ୍ତ ଙ୍କ ବିରୋଧ ରେ ବିଭିନ୍ନ ଦଫା ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.