ଏମିତି ଚିନ୍ତାଧାରାର ଲୋକ ବି ଅଛନ୍ତି, ଯିଏ ଗର୍ଭଧାରଣ ଆଶଙ୍କାରେ କରୁଛନ୍ତି ଏଭଳି ଭୟଙ୍କର କାମ

ଏବେ ପ୍ରାୟତଃ ୯୦ ପ୍ରତିଶତ ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଏହା ଏକ ଏମିତି ପ୍ଲାଟ୍‌ଫର୍ମ ପାଲଟି ଯାଇଛି, ଯେଉଁଥିରେ ଲୋକ ସବୁ ପ୍ରକାରର ସୂଚନା ସେୟାର କରୁଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ କଣ୍ଡୋମ୍‌କୁ ନେଇ ଏକ ତଥ୍ୟ ଖୁବ୍‌ ଭାଇରାଲ ହେଉଛି। କଣ୍ଡୋମ୍‌ରେ ହଟ୍‌ ଚିଲି ସସ୍‌ ପୂରାଇ ବ୍ୟବହାର କଲେ ଗର୍ଭଧାରଣ ହେବ ନାହିଁ ବୋଲି ଏକ ସୂଚନା ଏବେ ସୋସିଆଲ ମିଡିଆରେ ପ୍ରବଳ ଘୂରି ବୁଲୁଛି। ଏହାକୁ ନେଇ ଏବେ ଜଣେ ଡାକ୍ତର ମୁହଁ ଖୋଲିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ହଟ୍‌ ଚିଲି ସସ୍‌ କଣ୍ଡୋମ୍‌ ଉପାୟକୁ ଭୁଲ ବୋଲି କହିଛନ୍ତି ମେନ୍ସ ହେଲଥ ପ୍ଲାଟଫର୍ମର ଡାଇରେକ୍ଟର ଡାକ୍ତର ଏରିମ୍‌ ଚୌଧୁରୀ। ଡା. ଏରିମ୍‌ କରିଛନ୍ତି, ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ ହେଉଥିବା ଏହି ଆଇଡିଆକୁ ଭୁଲରେ ବି ପାଳନ କରନ୍ତୁ ନାହିଁ। ବେଡ୍‌ରୁମ୍‌ରେ ଏକ୍ସପେରିମେଣ୍ଟ କରିବାକୁ ଲୋକମାନେ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ବ୍ୟବହାର କରିଥାନ୍ତି। କିନ୍ତୁ ରେଡ୍‌ ସସ୍‌ ଆଇଡିଆ ସବୁଠୁ ଭୟଙ୍କର। ଏହି ସସ୍‌ ଖାଇଲେ ପାଟି ପ୍ରବଳ ପୋଡ଼େ। ଏଣୁ ଚିନ୍ତା କରନ୍ତୁ ଯଦି ଏହା ପ୍ରାଇଭେର୍ଟ ପାର୍ଟରେ ଲାଗିବ, ତେବେ କିଭଳି ସ୍ଥିତି ହେବ।

ହଟ୍‌ ସସ୍‌ ଥିବା କେମିକାଲ ପାଟି ଭିତର ଚର୍ମକୁ ବେଳେ ବେଳେ ପୋଡ଼ି ଦିଏ। ଏହା ଫଳରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଏହା ପ୍ରାଇଭେର୍ଟ ପାର୍ଟରେ ଲାଗିଲେ ଏକ୍ସାଇଟେଡ୍‌ କମ୍‌, ଯନ୍ତ୍ରଣା ଅଧିକ ହେବ। ପୁରୁଷଙ୍କ ପ୍ରାଇଭେର୍ଟ ପାର୍ଟରେ ପ୍ରାୟତଃ ଚାରି ହଜାର ଶିରାପ୍ରଶିରା ରହିଥାଏ। ସେହିଭଳି ମହିଳାଙ୍କ ପ୍ରାଇଭେର୍ଟ ପାର୍ଟରେ ଏହାର ଦୁଇ ଗୁଣ ଶିରା ପ୍ରଶିରା ରହିଥାଏ। ଏଭଳି ସ୍ଥିତିରେ ଏଥିରେ ଲାଲ ଲଙ୍କା ଚଟଣୀ ଲାଗିଲେ ଯେଉଁଭଳି ଯନ୍ତ୍ରଣା ହେବ, ତାହା କଳ୍ପନା ବାହାରେ।

ଟ୍ରେଣ୍ଡ୍‌ ମୁତାବକ, କଣ୍ଡୋମ୍‌ରେ ହଟ୍‌ ସସ୍‌ ପୂରାଇ ବ୍ୟବହାର କଲେ ଏଥିରେ ଥିବା କେମିକାଲ ଯୋଗୁ ସ୍ପର୍ମ ମରିଯିବେ। ଫଳରେ ଗର୍ଭଧାରଣର ଆଶଙ୍କା କମିଯିବ। ଏଣୁ କିଛି ଲୋକ ଏବେ ଏହାକୁ ପାଳନ କରିବା ବି ଆରମ୍ଭ କରିଛନ୍ତି। କିନ୍ତୁ ଏହାର ପରିଣାମ ଭୟଙ୍କର ହେବ ବୋଲି ଡାକ୍ତର କହିବା ସହ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଉଛନ୍ତି।