କ’ଣ ସତରେ କୈଳାସ ପର୍ବତରେ ରୁହନ୍ତି ଭଗବାନ ଶଙ୍କର, ଜାଣନ୍ତୁ ଏହା ସହିତ ଜଡିତ କିଛି ତଥ୍ୟ

ପୌରାଣିକ କଥା ଅନୁସାରେ କୈଳାସ ର୍ପବତ ହେଉଛି ଭଗବାନ ଶିବଙ୍କର ନିବାସ ସ୍ଥଳୀ । ତେଣୁ ହିନ୍ଦୁ ଧର୍ମରେ ଏହି ପର୍ବତର ଅନେକ ମହତ୍ତ୍ୱ ରହିଛି । ତେବେ ହିମାଳୟ ପାର୍ବତ୍ୟାଞ୍ଚଳରେ ରହିଥିବା ଏହି କୈଳାସ ପର୍ବତର ଅନେକ ରହସ୍ୟ ଆଜି ପର୍ଯ୍ୟନ୍ତ ଗୋପନୀୟ ହୋଇ ରହିଛି । ଆଶ୍ଚର୍ଯ୍ୟର କଥା ଯେ, ଏହି ପର୍ବତକୁ ଆଜି ପର୍ଯ୍ୟନ୍ତ କେହି ଚଢି ପାରି ନାହାନ୍ତି । ଦୁନିଆର ସବୁଠାରୁ ବୃହତ ଗିରି ଶୃଙ୍ଗ ଏଭରେଷ୍ଟକୁ ହଜାର ହଜାର ମଣିଷ ଚଢିବାରେ ସଫଳ ହୋଇଛନ୍ତି । ହେଲେ କୈଳାସ ପର୍ବତର ଉଚ୍ଚତା ମାଉଣ୍ଟ ଏଭରେଷ୍ଟ ତୁଳନାରେ ୨୦୦୦ ମିଟର ଛୋଟ । ତଥାପି କୈଳାସ ପର୍ବତରେ କୌଣସି ବ୍ୟକ୍ତି ପହଞ୍ଚି ପାରି ନାହାନ୍ତି । କାରଣ ଅବଶ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି ।

ତେବେ ଏହା ପଛରେ ବିଭିନ୍ନ ପ୍ରକାର କାହାଣୀ ରହିଛି । କିଛି ଲୋକଙ୍କ ମତରେ ଭଗବାନ ଶଙ୍କର ଏବେ ମଧ୍ୟ କୈଳାସ ପର୍ବତରେ ବାସ କରୁଛନ୍ତି । ତେଣୁ ଏହି ଜାଗାରେ କୌଣସି ଜୀବିତ ବ୍ୟକ୍ତି ପହଞ୍ଚିବା ସମ୍ଭବପର ନୁହେଁ । ନିଜ ଜୀବନକାଳ ମଧ୍ୟରେ କୌଣସି ପାପ ନ କରିଥିବା ବ୍ୟକ୍ତି ହିଁ ମୃତ୍ୟୁ ପରେ କୈଳାସ ପର୍ବତକୁ ଅତିକ୍ରମ କରିପାରିବ ବୋଲି ବିଶ୍ୱାସ ରହିଛି ।

kailash

ଏହା ମଧ୍ୟ ବିଶ୍ୱାସ ରହିଛି ଯେ କୈଳାସ ପର୍ବତ ଉପରେ କିଛି ସମୟ ଚଢିଲା ପରେ ଚଢୁଥିବା ବ୍ୟକ୍ତି ନିଜର ଦୃଷ୍ଟିଶକ୍ତି ହରାଇ ଥାଏ । ବିନା କାରଣରେ ଏହି ପର୍ବତରେ ଚଢିବା ମୃତ୍ୟୁକୁ ସ୍ୱାଗତ କରିବା ସାଙ୍ଗେ ସମାନ । ଏହିସବୁ କାରଣରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ପକ୍ଷରେ କୈଳାସ ପର୍ବତକୁ ଚଢିବା ସମ୍ଭବ ହୋଇନାହିଁ ।

456

ଅବଶ୍ୟ କୈଳାସ ପର୍ବତ ଏଯାଏ କାହିଁକି ମନୁଷ୍ୟ ପାଇଁ ଅଗମ୍ୟ ଓ ଅଭେଦ୍ୟ ହୋଇ ରହିଛି ତାର ବୈଜ୍ଞାନିକ କାରଣ ମଧ୍ୟ ଜଣାପଡ଼ିଛି । ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ ଏହି ପର୍ବତଟିର କୋଣ ୬୫ ଡିଗ୍ରୀ ଠାରୁ ବି ଅଧିକ । ମାଉଣ୍ଟ ଏଭରେଷ୍ଟର କୋଣ ୪୦-୬୦ ଡିଗ୍ରୀ ପର୍ଯ୍ୟନ୍ତ ରହିଛି । ପର୍ବତାରୋହୀ କୈଳାସ ପର୍ବତକୁ ଚଢିବାରେ ସଫଳ ନହେବାର ଏହା ମଧ୍ୟ ଏକ ପ୍ରମୁଖ କାରଣ ।

44

କୈଳାସ ପର୍ବତ ଉପରକୁ ଚଢିବାର ଶେଷ ପ୍ରୟାସ ୧୯ ବର୍ଷ ପୂର୍ବେ ଅର୍ଥାତ ୨୦୦୧ ମସିହାରେ କରାଯାଇଥିଲା । ସେହି ସମୟରେ ସ୍ପେନ୍ର ଏକ ଟିମକୁ କୈଳାସ ପର୍ବତ ଚଢିବାକୁ ଚୀନ ଅନୁମତି ଦେଇଥିଲା । ଯେହେତୁ ଭାରତ ଏବଂ ତିବ୍ଦତ ସମେତ ବିଶ୍ୱବାସୀଙ୍କ ମତରେ ଏହା ଏକ ପବିତ୍ର ସ୍ଥାନ, ତେଣୁ ଏହା ଉପରକୁ କାହାକୁ ବି ଚଢିବାକୁ ଅନୁମତି ଦେବା ଅନୁଚିତ । ଏବେ ମଧ୍ୟ କୈଳାସ ପର୍ବତ ଚଢ଼ିବା ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.