ପ୍ରେଗନାନ୍ସି ରୋକିବାକୁ ମା’ ଲଗାଇଥିଲେ ଗର୍ଭନିରୋଧକ ମେସିନ୍‌, ତାକୁ ହାତରେ ଧରି ଜନ୍ମ ନେଲା ଛୁଆ; ଦେଖନ୍ତୁ ଫଟୋ

ବେଳେବେଳେ କିଛି ଏଭଳି ମାମଲା ସାମ୍ନାକୁ ଆସିଥାଏ ଯାହାକୁ ବିଶ୍ୱାସ କରିବା ଅସମ୍ଭବ ମନେ ହୁଏ। ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ତାଇବାନ୍‌ରେ। ଏଠାରେ ଏକ ଶିଶୁ ଆଣ୍ଟିପ୍ରେଗନାନ୍ସି କଣ୍ଟ୍ରାସେପ୍‌ଟିଭ IUD ଧରି ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ମେସିନ୍‌କୁ ଶିଶୁଟିର ମା’ ଗର୍ଭବତୀ ନ ହେବା ପାଇଁ ବ୍ୟବହାର କରିଥିଲେ। ଭାରତରେ ଏହାକୁ କପର ଟି କୁହାଯାଏ। ଏହାକୁ ବ୍ୟବହାର କରି ମହିଳା କିଛି ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ କରିପାରନ୍ତି ନାହିଁ। ଏହି ଛୁଆର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Baby born holding mothers contraceptive that failed to stop her ...

ରିପୋର୍ଟ ମୁତାବକ ଏହି ଗର୍ଭନିରୋଧକ ନିଜ କାମରେ ଫେଲ୍‌ ହେବା ସହ ଛୁଆର ହାତରେ କେମିତି ଆସିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ଭିଏତନାମରେ ହାଇଫୋଙ୍ଗ ସହରର ହାଇଫୋଙ୍ଗ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଗତ ସପ୍ତାହରେ ଶିଶୁଟି ଜନ୍ମ ଗ୍ରହଣ କରିଥିଲା। ଡାକ୍ତରମାନେ କହିଥିଲେ ଯେ ଛୁଆଟି ଜନ୍ମ ହେବା ବେଳେ ହାତରେ ଏହି କନ୍‌ଟ୍ରାସେପ୍‌ଟିଭ୍‌ ମେସିନ୍‌କୁ ଜାବୁଡ଼ି ଧରିଥିଲା।

What's Important to You? Personalizing Your IUD Choice

ଏହାକୁ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହେବା ସହ ମହିଳାଙ୍କୁ ଏ ବାବଦରେ ପଚାରିଥିଲେ। ମହିଳା ମଧ୍ୟ ସ୍ୱୀକାର କରି କହିଥିଲେ ଯେ ସେ ଗର୍ଭବତୀ ହେବାକୁ ଚାହୁଁନଥିବାରୁ ୨ ବର୍ଷ ପୂର୍ବେ ଏହି ଗର୍ଭନିରୋଧକ ଲଗାଇଥିଲେ। କିଛି ମାସ ଯାଏଁ ଏହା ଠିକ୍‌ ଭାବେ କାମ କଲା। ମାତ୍ର କିଛି ଦିନ ପୂର୍ବରୁ ସେ ଜାଣିବାକୁ ପାଇଲେ ଯେ ସେ ଗର୍ଭବତୀ ଅଛନ୍ତି। ଡାକ୍ତରଙ୍କ କହିବା ମୁତାବକ ଏହି ଡିଭାଇସ୍‌ ବେଳେ ବେଳେ ଠିକ୍‌ ବେଳକୁ ହଲିଯାଇଥାଏ ଓ ଏଭଳି ଘଟଣା ସାମ୍ନାକୁ ଆସିଥାଏ।

Baby born holding mum's contraceptive IUD that failed to stop her ...

ଡାକ୍ତର କହିଛନ୍ତି ମା’ ଓ ଛୁଆ ଉଭୟ ସୁସ୍ଥ ଅଛନ୍ତି। ସୋସିଆଲ ମିଡିଆରେ ଶିଶୁଟିକୁ ‘ମିରାକଲ ବେବି’ ବୋଲି କୁହାଯାଉଛି। କାରଣ ଯାହାକୁ ରୋକିବାକୁ ଡିଭାଇସ୍‌ ବ୍ୟବହାର କରାଯାଇଥିଲା ସେ ନିଜେ ତାକୁ ହାତରେ ଧରି ଜନ୍ମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.