କରୋନାକୁ ହାଲ୍‌କା ଭାବେ ନେଇ କରୋନା ପାର୍ଟିରେ ଦେଇଥିଲେ ଯୋଗ, ଯୁବକଙ୍କ ଚାଲିଗଲା ଜୀବନ

ଲଣ୍ଡନ : କରୋନା ଏବେ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ଏଯାଏ କରୋନା ପ୍ରାୟ ୨୧୫ ଦେଶରେ ତା’ର କାୟା ବିସ୍ତାର କରିସାରିଛି । ଏକ ପରିସଂଖ୍ୟାନ ଅନୁଯାୟୀ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧ କୋଟି ୩୫ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୭୧ ହଜାର ଲୋକଙ୍କର ପ୍ରାଣହାନୀ ଘଟିଛି । ତେବେ ଏକ ଭଲ ଖବର ଯେ ୭୫ ଲକ୍ଷ ୮୧ ହଜାରରୁ ଅଧିକ ଲୋକ ଏଥିରେ ଭଲ ହୋଇଛନ୍ତି ।

corona young-1

ତେବେ କରୋନାକୁ ମଜାକ୍‌ ରେ ନେଇଥିବା ଜଣେ ବ୍ୟକ୍ତିଙ୍କୁ ଭାରି ପଡ଼ିଛି କରୋନା । ମଜାକ୍‌ ମଜାକ୍‌ ରେ ସେ କରୋନାରେ ନିଜର ଜୀବନ ହରାଇ ଦେଇଛନ୍ତି । ଘଟଣାଟି ଘଟିଛି ଆମେରିକାର ସେନ୍‌ ଅଣ୍ଟୋନିଆରେ । ଟେକ୍ସାସ୍‌ର ଏହି ବ୍ୟକ୍ତି ଜଣକ କରୋନାକୁ ମଜାକ୍‌ ଭାବି କରୋନାରେ ସଂକ୍ରମିତ ନିଜର ଜଣେ ବନ୍ଧୁଙ୍କ ପାର୍ଟିରେ ଯୋଗ ଦେଇଥିଲେ । ସେଠାରୁ ଫେରିବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ।

ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ପ୍ରାଣହାନୀ ଘଟିଛି । ଉକ୍ତ ଯୁବକଙ୍କର କରୋନାରେ ମୃତ ହୋଇଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ସେନ୍‌ ଅଣ୍ଟୋନିଆରେ ଜଣେ ଯୁବକଙ୍କ କରୋନା ପଜେଟିଭ ଜଣାପଡ଼ିଥିଲା । ତଥାପି ସେ ତାଙ୍କର ଜନ୍ମ ଦିନ ପାଇଁ ଏକ ପାର୍ଟି ରଖିଥିଲେ ।

ସେ ଏହାଦ୍ୱାରା ଜାଣିବାକୁ ଚାହୁଁଥିଲେ ଯେ ବାସ୍ତବରେ କରୋନା ଭାଇରସ୍‌ ସଂକ୍ରମଣ ହେଉଛି ନା ନାହିଁ । ତଥାପି ଏହି ଯୁବକ ଜଣକ ଜାଣିଶୁଣି ପାର୍ଟିରେ ଯୋଗ ଦେଇଥିଲେ । ଫଳ ସ୍ୱରୂପ ସେ କରୋନରେ ଆକ୍ରାନ୍ତ ହୋଇ ଶେଷରେ ଜୀବନ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.