ମୃତବ୍ୟକ୍ତିଙ୍କ ଫଟୋ ଉଠାଉଥିଲେ ଫଟୋଗ୍ରାଫର: ହଠାତ୍‌ ଶବରୁ ଶୁଣିବାକୁ ମିଳିଥିଲା ଶବ୍ଦ, ଆଉ ତା’ ପରେ…

କେରଳର ଏର୍ନାକୁଲମ ଜିଲ୍ଲାରେ ଏକ ହସପିଟାଲ ବାହାରେ ପୋଷ୍ଟମର୍ଟମ ପାଇଁ ରଖାଯାଇଥିବା ମୃତ ବ୍ୟକ୍ତିଙ୍କର ଫଟୋ ନେଉଥିଲେ ଜଣେ ଫଟୋଗ୍ରାଫର। ଅଚାନକ ଏକ ଶବ୍ଦ ଆସିଲା। ତା’ ପରେ ଫଟୋଗ୍ରାଫର ଏପରି କାମ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେୁଛି। ଯେଉଁ ସମୟରେ ଫଟୋଗ୍ରାଫର ମୃତବ୍ୟକ୍ତିର ଫଟୋ କ୍ଲିକ୍‌ କରୁଥିଲେ , ସେତେବେଳେ ଶବରୁ ହଠାତ୍‌ ସ୍ୱର ଶୁଣିବାକୁ ମିଳିଥିଲା।

ଫଟୋଗ୍ରାଫର ଜଣକ ସନ୍ଦେହ ହେବାରୁ ସେ ମୃତବ୍ୟକ୍ତିଙ୍କ ପାଖରୁ ଯାଇଥିଲେ। ତାଙ୍କ ମୁହଁରୁ ଧୀରେ ଧୀରେ ସ୍ୱର ଆସୁଥିଲା। ଏହାପରେ ଫଟୋଗ୍ରାଫର ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତ ବ୍ୟକ୍ତି ଜଣକଙ୍କୁ ଜୀବନ୍ତ ଦେଖିବାକୁ ପାଇଥିଲେ। ଏବେ ଉକ୍ତ ବ୍ୟକ୍ତି ଜଣକୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି।

body

ଏହି ଫଟୋଗ୍ରାଫର ଜଣକ ହେଉଛନ୍ତି ଟୋମି ଥୋମାସ। ସେ ଜୀବନ୍ତ ଦେଖିଥିବା ବ୍ୟକ୍ତି ଜଣକ ସିଭାଦାସନ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ପୋଲିସ ସିଦାଭାଦାସନଙ୍କୁ ମୃତବୋଲି କହି ପୋଷ୍ଟମର୍ଟମ ପାଇଁ ତିରୁରର ଜୁବଲୀ ମିଶନ ହସପିଟାଲକୁ ନେଇଥିଲେ। ଏହାପୂର୍ବରୁ ତାଙ୍କର ଏକ ଫଟୋ ଉଠାଇବା ପାଇଁ ଟୋମିଙ୍କୁ ଡକାଇଥିଲେ।

tomy

ରିପୋର୍ଟ ମୁତାବକ, ସିବାଦାସନ ପଲକ୍କଡ ନିଜ ଘରେ ଏକୁଟିଆ ରହୁଥିଲେ। ରବିବାର ଦିନ ସିବଦାସନଙ୍କୁ ଦେଖିବ ପାଇଁ କୌଣସି ଜଣେ ଲୋକ ତାଙ୍କ ଘରେ ପହଞ୍ଚିଥିଲେ। ସେ ଆସି ଦେଖିବା ବେଳକୁ ବୃଦ୍ଧ ଜଣକ ତଳେ ପଡିଥିଲେ। ତା’ ପରେ ପୋଲିସକୁ ଖବର ଦେଇଥିଲେ। ବୃଦ୍ଧଙ୍କ ଘରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସମୟରେ ଫଟୋଗ୍ରାଫର ଫଟୋ କ୍ଲିକ କରୁଥିବା ବେଳେ ଏଭଳି ଦେଖିବାକୁ ପାଇଥିଲେ।

ଟୋମି ଗତ ୨୫ ବର୍ଷ ହେଲାଣି ପୋଲିସ ବିଭାଗରେ ଫଟୋଗ୍ରାଫି କରୁଛନ୍ତି। ଘଟଣାରେ ବୃଦ୍ଧ ଜଣକ ମୁହଁ ମାଡି ତଳେ ପଡିଥିବା ବେଳେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.