Below header

ଭୁବନେଶ୍ୱରରୁ ଆଜି ରେକର୍ଡ ୯୦ କରୋନା ପଜିଟିଭ୍, ୨୭ ଲୋକାଲ୍‌ କେସ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରୁ ଆଜି ରେକର୍ଡ ସଂଖ୍ୟକ ୯୦ କରୋନ ପଜେଟିଭ୍‌ କେସ୍‌ ମିଳିଛି । ୬୩ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୨୭ଟି ଲୋକାଲ କେସ୍ ଥିବା ଜଣାଯାଇଛି । ସେହିପରି ସୁସ୍ଥ ହୋଇଥିବା ତାଲିକାରେ ଆଜି ଆଉ ୨୪ ଜଣ ଯୋଡି ହୋଇଛନ୍ତି ।

ଏହାକୁ ମିଶାଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଞ୍ଚିଛି । ଆଜିସୁଦ୍ଧା ଆକ୍ଟିଭ୍ କେସ୍ ରହିଛି ୪୬୨ । ମୋଟ୍ ସୁସ୍ଥ ହୋଇଛନ୍ତି ୩୮୫ ଜଣ । ଏ ପର୍ଯ୍ୟନ୍ତ ୧୧ ଜଣ ଲୋକଙ୍କର କରୋନାରେ ପ୍ରାଣହାନୀ ଘଟିଥିବା ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.