ରାଜ୍ୟରେ ୧୦ ହଜାର ପାର କଲା ସୁସ୍ଥ ସଂଖ୍ୟା, ଆଜି ରେକର୍ଡ ସଂଖ୍ୟକ ସୁସ୍ଥ ହେଲେ ୬୧୨ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ।  ରାଜ୍ୟରେ ଆଜି ୬୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୭୦, ସୁନ୍ଦରଗଡର ୮୪, କେନ୍ଦୁଝରର ୪୮, ଗଜପତିର ୩୫, ବାଲେଶ୍ବରର ୩୧, ଖୋର୍ଦ୍ଧାର ୨୮, ନୟାଗଡର ୨୫, ଯାଜପୁରର ୨୦, ମୟୂରଭଞ୍ଜର ୧୫, କଟକର ୧୦, କୋରାପୁଟର ୧୦, ଜଗତସିଂହପୁରର ୧୦, ବରଗଡର ୬, ପୁରୀର ୬, ବଲାଙ୍ଗିରର ୫, କେନ୍ଦ୍ରାପଡାର ୩ ଜଣ, କଳାହାଣ୍ଡି ଓ କନ୍ଧମାଳରୁ ୨ ଜଣ ଲଖାଏଁ, ରାୟଗଡା ଓ ସମ୍ବଲପୁରରୁ ଜଣେ  ଲଖାଏଁ  କୋଭିଡ-୧୯ରୁ ଆରୋଗ୍ୟ ହୋଇଛନ୍ତି ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।  ଏହି ସୁସ୍ଥ ମାନଙ୍କୁ  ମିଶାଇ ରାଜ୍ୟରେ ୧୦,୪୭୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ପୁଣି ୬୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୧୧ କ୍ୱାରେଣ୍ଟିନ ସେଣ୍ଟର ହୋଇଥିବାବେଳେ ୨୦୭ ଲୋକାଲ କେସରୁ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୯୮ ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୮୬୪ ଜଣ ସୁସ୍ଥ ହୋଇଥିବାବେଳେ ୪,୯୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଆଜିର ନୂଆ ପଜିଟିଭଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୨୮୬ଜଣ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧାରୁ ୧୦୭ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.