ରାସ୍ତାରେ ମଦ ନିଶାରେ ବ୍ୟକ୍ତି କରୁଛନ୍ତି ଏମିତି ହରକତ, ଦେଖିବା ଲୋକେ ହସି ହସି ଗଡ଼ି ଯାଉଛନ୍ତି

ମଦ ନିଶାରେ କେବେ କେବେ ଲୋକେ ଏମିତି କିଛି କରିବସନ୍ତି ଯେଉଁ ଦୃଶ୍ୟ ଦେଖି ସାଧାରଣ ଦର୍ଶକ ହସି ହସି ଗଡିଯାନ୍ତି । ଏମିତି ବି ଥରେ ଥରେ ଦେଖାଯାଏ ମଦ ନିଶାରେ ଲୋକେ ଏମିତି କିଛି କରିଦିଅନ୍ତି ଯାହା ହୁଏତ ଜଣେ ସାଧାରଣ ମଣିଷ କେବେ ଚିନ୍ତା ବି କରିପାରିବ ନାହିଁ । ଯିଏ ବି ଦେଖନ୍ତି ତାଯୁବ ହୋଇଯାନ୍ତି । ଆପଣ ମାନଙ୍କର ହୁଏତ ମନେ ଥିବ କିଛି ଦିନ ତଳେ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖାଯାଇଥିଲାକି ଜଣେ ବ୍ୟକ୍ତି ମଦ ନିଶାରେ ସିଂହ ଖୁଆଡ଼ ଭିତରେ ପଶିଯାଇଥିଲେ । ପଶି ଯାଇଥିଲେ ସିନା କିଛି ସମୟ ପାଇଁ ଆଉ ବାହାରକୁ ବାହାରି ପାରିନଥିଲେ | ଖାଲି ସେତିକି ନୁହେଁ ସହି ସଲାମତ ବିଲକୁଲ ସୁସ୍ଥ ଅବସ୍ଥାରେ ବାହାରକୁ ବି ବାହାରି ଆସିଥିଲେ । ଏମିତି ଏକ କାମ ହୁଏତ ଜଣେ ଅସାଧାରଣ ମଣିଷ ହିଁ କରିପାରେ । କିନ୍ତୁ କେବେ କେବେ ଏହି ଦୃଶ୍ୟ ଖୁବ ହାସ୍ୟାତ୍ମକ ବି ହୋଇପାରେ । ଏବେ ଜଣେ ବ୍ୟକ୍ତିଙ୍କ ଭିଡିଓ ସାମ୍ନାକୁ ଆସିଛି । ମଦ ପିଇବା ପରେ ସେ ଏମିତି କିଛି ହରକତ କରିଥିଲେ ଯାହାକୁ ନ ଦେଖିଲେ ହୁଏତ ବିଶ୍ୱାସ ହେବ ନାହିଁ ।

 

ଭିଡିଓରେ ଆପଣ ଦେଖିପାରିବେ କେମିତି ଜଣେ ବ୍ୟକ୍ତି ମଦ ନିଶାରେ ବ୍ରୁସ ଲି ହେବାକୁ ଚେଷ୍ଟା କରୁଛନ୍ତି । କେବେ ଗୋଡ ଉପରକୁ ଉଠାଇ ପବନରେ ଡେଇଁବାକୁ ଚେଷ୍ଟା କରୁଛନ୍ତି, କେବେ ଜମ୍ପ ମାରିବାକୁ ଚେଷ୍ଟା କରୁଛନ୍ତି । ଆଉ ଏହି ସମୟରେ ସେ ଏକ ଲୁଙ୍ଗି ପିନ୍ଧିଥିବାର ନଜର ଆସିଛନ୍ତି । କେବେ କେବେ ଭୂମି ଉପରେ ଗଡ଼ିଯାଉଛି ଓ ଦ୍ରୁତ ବେଗରେ ଯାଉଥିବା ଗାଡିକୁ ଅଟକାଇ ଦେଉଛି । ମଝି ମଝିରେ ନାଗୀନ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଆଉ ଆଖପାଖର ଲୋକେ ଏହି ଦୃଶ୍ୟର ଖୁବ ମଜା ନେଉଛନ୍ତି । ୟୁଜର୍ସ ମାନଙ୍କୁ ଭିଡିଓଟି ଖୁବ ଫନି ଲାଗୁଛି । ଜଣେ ତ ନିଜ କମେଣ୍ଟରେ ଏମିତି ବି ଲେଖିଛନ୍ତିକି ଲାଗୁଛି ଯେମିତି ବ୍ୟକ୍ତି ଜଣଙ୍କ “ଯୋଗ ସେଲିବ୍ରେସନ” କରୁଛନ୍ତି । ଯେବେକି ଅନ୍ୟ ଜଣେ ଲେଖିଛନ୍ତିକି ସେ କଲାରୀ ପ୍ରାକ୍ଟିସ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.