ଡ୍ରୋନ୍‌କୁ ଆକ୍ରମଣ କଲା ଇଗଲ୍‌, ଅକାମୀ ହୋଇ ଆକାଶରୁ ଖସି ପଡ଼ିଲା

ଆପଣମାନେ ସମସ୍ତେ ଜାଣନ୍ତି କି ଏବେ ଡ୍ରୋନ୍‌ର ଭାରି କ୍ରେଜ୍‌ ରହିଛି । ସେ ବାହାଘର ହେଉ କି ସରକାରୀ କାମ ସବୁଠି ଡ୍ରୋନ୍‌ ଲଗାଇ କାମ କରାଯାଉଛି । ବାହାଘର ସୁଟିଂ କିମ୍ବା ସିନେମା ସୁଟିଂରେ ବି ଏହାକୁ ବ୍ୟବହାର କରାଯାଉଛି । ଆଉ ଏହି କରୋନା ସମୟରେ ତ ଆମ ରାଜ୍ୟରେ ବି ଡ୍ରୋନ୍‌ ଦ୍ୱାରା ସାନିଟାଇଜ୍‌ କରାଯିବାର ନଜିର ରହିଛି । ତେବେ ଆମେରିକାର ମିଶିଗନ୍‌ରେ ବିଚରା ଡ୍ରୋନ୍‌କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି ।
ଘଟଣା କଣ କି ଏକ ସରକାରୀ ଡ୍ରୋନ୍‌ ଦ୍ୱାରା ସ୍ଥାନୀୟ ପରିବେଶ ସମ୍ପର୍କରେ ଅଧିକାରୀ ଜଣକ ସୂଚନା ଗ୍ରହଣ କରୁଥିଲେ । ହେଲେ ସେ କଣ ଜାଣିଥିଲେ ଏମିତି କିଛି ଘଟିବ ବୋଲି । ହଠାତ୍‌ ଆକାଶରେ ଉଡୁଥିବା ଏକ ଇଗଲ୍‌ ନିଜର ଖାଦ୍ୟ କିମ୍ବା ଶତ୍ରୁ ଭାବି ଡ୍ରୋନ୍‌କୁ ଆକ୍ରମଣ କଲା । ଡ୍ରୋନ୍‌ଟି ସେତେବେଳେ ମାଟି ଉପରୁ ପ୍ରାୟ ୧୬୨ ଫୁଟ ଉପରେ ଉଡୁଥିଲା । ହେଲେ ଶକ୍ତିଶାଳୀ ଇଗଲ ଆଗରେ ହାର ମାନିଗଲା ଏବଂ ତାର ପଂଝା ଓ ଥଣ୍ଟ ଆକ୍ରମଣରେ ଅକାମୀ ହୋଇ ପାଣିରେ ଆସି ପଡ଼ିଲା । ଏହି ଡ୍ରୋନ୍‌ର ମୂଲ୍ୟ ଭାରତୀୟ ଟଙ୍କାରେ ପ୍ରାୟ ୭୦ ହଜାର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.