ଭୁଶୁଡ଼ି ପଡିଲା ୨ ଶହ ଫୁଟର ଗାର୍ଡ ୱାଲ୍‌, ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଆସିଲା ଅଭିଯୋଗ

ମାହାଙ୍ଗା : କଟକ ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ନୃତାଙ୍ଗ ଜଙ୍କୋଟି ରାସ୍ତାର ଖରତାଙ୍ଗ ବରଦିଆ ସାଇଫନ ନିକଟରେ ୨ ଶହ ଫୁଟ ନବନିର୍ମିତ ଗାର୍ଡ ଭୁଶୁଡ଼ି ପଡ଼ିଛି । ଦୁଇ ମାସ ତଳେ ରାସ୍ତା କାମ କରାଯାଇଥିଲା । ରାସ୍ତାର ସୁରକ୍ଷା ପାଇଁ ଦକ୍ଷିଣ ପାର୍ଶ୍ୱରେ ଥିବା ସୁକ ନଦୀ କଡ଼ରେ ୫ ଶହ ଫୁଟ ଉର୍ଦ୍ଧ୍ୱ ଗାର୍ଡ ନିର୍ମାଣ କରାଯାଇଥିଲା ।

ତେବେ ନିମ୍ନମାନର କାର୍ଯ୍ୟ ଯୋଗୁଁ ୨ ଶହ ଫୁଟ ଗାର୍ଡ ୱାଲ୍‌ ଭୁଶୁଡ଼ି ପଡିଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ଯାତାୟତ କରନ୍ତି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପୁନଃନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.