ବଦଳୁଛି ମୋ ଦେଶ; ଏବେ ଭିକାରୀ ବି ହେଲେଣି ଡିଜିଟାଲ, ଅନଲାଇନ ପେମେଣ୍ଟରେ ନେଉଛନ୍ତି ଭିକ

ଦେଶରେ ଅଧିକାଂଶ କାରବାର ବର୍ତ୍ତମାନ ଡିଜିଟାଲ୍ ମାଧ୍ୟମରେ କରାଯାଉଛି। ଏଥିରେ UPI ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଲୋକମାନେ ବର୍ତ୍ତମାନ BHIM, ଫୋନ୍ ପେ, ଗୁଗୁଲ୍ ପେ, ମୋବିକୱିକ୍, ପେଟିଏମ୍ ଭଳି ଅନେକ ଆପ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫରରେ ଅଧିକ ସୁବିଧା ପାଉଛନ୍ତି। ସମୟ ବଦଳିବା ସହିତ ବର୍ତ୍ତମାନ ସମାଜର ଥିବା ଲୋକମାନେ ମଧ୍ୟ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି।

ବିହାରର ରେଳ ଷ୍ଟେସନରୁ ଏହିପରି ଗୋଟିଏ ଚିତ୍ର ସାମ୍ନାକୁ ଆସିଛି, ଯାହା ଭିକ ମାଗିବା କ୍ଷେତ୍ରରେ ଏହା ହେଉଛି ସବୁଠାରୁ ଅଲଗା ପ୍ରକ୍ରିୟା। ଆପଣଙ୍କୁ ଯଦି ଭିକାରି ପଇସା ମାଗେ ଆପଣ ଚେଞ୍ଜ ପଇସା ପାଇଁ ପକେଟ ଖୋଜନ୍ତି, ଯଦି ନ ଥିବ ତେବେ ମନା କରିଦିଅନ୍ତି । କିନ୍ତୁ କେବେ ଭିକାରୀ ଡିଜିଟାଲ ପେମେଣ୍ଟରେ ଆପଣଙ୍କୁ ପଇସା ମାଗିବାର ଦେଖିଛନ୍ତି । ଏହା ସତ, ବିହାରର ଜଣେ ଭିକାରୀ ଡିଜିଟାଲ ପେମେଣ୍ଟରେ ଭିକ ମାଗୁଥିବା ଦେଖାଯାଇଛି ।

ବିହାରର ବୋତିଆରେ ଥିବା ବସୱାରିଆର ୩୦ ନମ୍ବର ୱାର୍ଡରେ ରହୁଛନ୍ତି ପ୍ରଭୁନାଥ ପ୍ରସାଦଙ୍କ ୪୦ ବର୍ଷର ପୁଅ ରାଜୁ ପ୍ରସାଦ । ସେ ରେଳ ଷ୍ଟେସନରେ ଭିକ ମାଗିକି ଚଳନ୍ତି । ଦୁର୍ବୁଦ୍ଧି କାରଣରୁ ତାଙ୍କୁ ଅନ୍ୟ କିଛି ପନ୍ଥା ନ ମିଳିବାରୁ ସେ ଭିକ ମାଗି ତାଙ୍କର ପେଟ ପୋଷୁଛନ୍ତି । କିନ୍ତୁ ସେ ସମୟ ସହିତ ତାଳ ଦେଇ ନିଜ ବୃତ୍ତିରେ ମଧ୍ୟ ଡିଜିଟାଲ ଆପଣାଇଛନ୍ତି । ପ୍ରକୃତରେ ରାଜୁଙ୍କୁ ଲୋକମାନେ ପଇସା ତ ଦିଅନ୍ତି କିନ୍ତୁ ଦେଇସାରିବା ପରେ ସେମାନେ ତାଙ୍କ ହସକୁ ରୋକିପାରନ୍ତି ନାହିଁ । କାରଣ ତାଙ୍କର ନୂଆ ଟେକ୍ନିକ ଓ ଲକୁ ଦେଖ୍ ଯେ କେହିବି ହସିବେ ।

ରାଜୁ ସ୍ମାର୍ଟ ଫୋନ ଧରିବା ସହିତ ତାଙ୍କ ଗଳାରେ ଫୋନ-ପେ ଓ ଅନ୍ୟ ଉପାୟରେ ଅନଲାଇନ ପେମେଣ୍ଟ କରିବା ପାଇଁ ସ୍କାନର ଝୁଲାଇଛନ୍ତି । ଯଦି କାହାରି ପାଖରେ ଖୁଚୁରା ପଇସା ନଥାଏ ସେ ତାଙ୍କୁ ଅନଲାଇନ ପେମେଣ୍ଟ କରିବାକୁ କହନ୍ତି । ରାଜୁଙ୍କ ଏଭଳି ଅଭିନବ ଉପାୟ ଦେଖ୍ ଲୋକମାନେ ହସି ଦିଅନ୍ତି କାରଣ ଡିଜିଟାଲ ପେମେଣ୍ଟ ଯୋଗୁ ଆଉ ଖୁଚୁରା ପଇସାର ବାହାନା କରିହେବ ନାହିଁ ।

ତାଙ୍କ ପାଇଁ ଭିକ୍ଷା କରିବାର ଏହି ଉପାୟ ଚାରିଆଡ଼େ ଆଲୋଚନା ହେଉଛି । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ପିତା ବୋଲି କହୁଥିବା ରାଜୁ ବର୍ତ୍ତମାନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତ ଅଟନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣିବାକୁ ଭୁଲନ୍ତି ନାହିଁ। ବର୍ତ୍ତମାନ ସମଗ୍ର ସହର ଏବଂ ଜିଲ୍ଲାରେ ଏହା ଉପରେ ଆଲୋଚନା ହେଉଛି। ବାସ୍ତବରେ, ରାଜୁ ପ୍ରସାଦ ତିନି ଦଶନ୍ଧି ଧରି ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ସ୍ଥାନରେ ଭିକ ମାଗୁଥିଲେ। ରାଜୁ ଷ୍ଟେସନ ସମେତ ସହରର ବିଭିନ୍ନ ଅଞ୍ଚଳରେ ଭିକ୍ଷା କରନ୍ତି ଏବଂ ପରେ ରାତିରେ ଷ୍ଟେସନରେ ଶୁଅନ୍ତି। ରାଜୁଙ୍କ ଭିକ ମାଗିବା ଶୈଳୀ ଏତେ ଅନନ୍ୟ ଯେ ଲୋକମାନେ ଖୁସିରେ ଭିକ୍ଷା ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.