ବିଶାଳକାୟ ଦୋସା; ଦାମ୍‌ ୧୫୦୦! ୪୦ ମିନିଟ୍‌ରେ ଖାଇଦେଲେ ମିଳିବ ୭୧,୦୦୦ ଟଙ୍କା; ଜାଣନ୍ତୁ କେଉଁ ରେଷ୍ଟୁରାଣ୍ଟରେ ମିଳୁଛି ଏହି ଖାସ୍‌ ଅଫର

ଯଦି ଆପଣ ବି ଦୋସା ଖାଇବାକୁ ଭଲ ପାଆନ୍ତି, ତ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ଦୋସା ଖାଇବା ସହିତ ଆପଣ ୭୧,୦୦୦ ଟଙ୍କା ନିଜ ଘରକୁ ନେଇଯାଇ ପାରିବେ। ବାସ୍‌ ଆପଣଙ୍କୁ କେବଳ ୪୦ ମିନିଟ ଭିତରେ ଏହି ଦୋସା ଶେଷ କରିବାକୁ ପଡିବ। ଏବେ ଆପଣ ଭାବୁଥିବେ ଯେ ଏମିତି ଅଫର କେଉଁଠି ମିଳୁଛି? ତ ଆମେ ଆପଣଙ୍କୁ କହୁଛୁ, ଏହି ଅଫର ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ମିଳୁଛି।

ଦିଲ୍ଲୀର ଉତ୍ତମ ନଗରରେ ରହିଛି ଏହି ରେଷ୍ଟୁରାଣ୍ଟ

ରିପୋର୍ଟ ଅନୁସାରେ, ଦିଲ୍ଲୀର ଉତ୍ତମ ନଗରରେ ଏକ ରେଷ୍ଟୁରାଣ୍ଟ ଅଛି, ଯାହାର ନାଁ ‘ସ୍ୱାମୀ ଶକ୍ତି ସାଗର ରେଷ୍ଟୁରାଣ୍ଟ’। ଏଠାରେ ଲୋକମାନଙ୍କୁ ‘ଦୋସା ଚ୍ୟାଲେଞ୍ଜ’ ପୂରା କରିବା ଉପରେ ପୁରସ୍କାର ରାଶି ମିଳୁଛି। ଦୋସା ଖାଇବା ସହିତ ଆପଣ ନିଜ ସାଙ୍ଗରେ ୭୧,୦୦୦ ଟଙ୍କାର ଚେକ୍‌ ନେଇଯାଇ ପାରିବେ। ଯଦିଓ ଏହା କୌଣସି ସାଧାରଣ ଦୋସା ନୁହେଁ, ବରଂ ଦୋସାର ଲମ୍ବା ରହିଛି ୧୦ ଫୁଟ୍‌। ଏହି ଦୋସା ବର୍ତ୍ତମାନ ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ରାଜଧାନୀ ଦିଲ୍ଲୀର ଏହି ରେଷ୍ଟୁରାଣ୍ଟ ନିଜ ଗ୍ରାହକଙ୍କ ପାଇଁ ଏହି ନିଆରା ଚ୍ୟାଲେଞ୍ଜ ଆଣିଛି। ଏଠାକୁ ଆସୁଥିବା ଦୋସା ପ୍ରେମୀମାନଙ୍କୁ ୭୧,୦୦୦ ଟଙ୍କା ଜିତିବାର ମଉକା ସେତେବେଳେ ମିଳିବ, ଯେତେବେଳେ ସେମାନେ ୪୦ ମିନିଟ୍‌ରେ ୧୦ ଫୁଟ୍‌ ଲମ୍ବାର ପୂରା ଦୋସାକୁ ଖାଇ ଦେଇପାରିବେ। ରେଷ୍ଟୁରାଣ୍ଟ ମାଲିକ ଶେଖର କୁମାରଙ୍କ କହିବା ହେଲା, ଆମ ରେଷ୍ଟୁରାଣ୍ଟରେ ଏବେ ୧୦ ଫୁଟ ଲମ୍ବାର ‘ଦୋସା ଚ୍ୟାଲେଞ୍ଜ’ ଚାଲିଛି।

୧୦ ଫୁଟର ବିଶାଳ ଦୋସା

ରେଷ୍ଟୁରାଣ୍ଟ ମାଲିକ କହିଛନ୍ତି, ଯେଉଁ ବି ବ୍ୟକ୍ତି ୪୦ ମିନିଟରେ ଏକୁଟିଆ ଦୋସା ଶେଷ କରି ଦେବେ, ଆମେ ତାଙ୍କୁ ଚେକ୍ ଆକାରରେ ୭୧,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବୁ। ମାଲିକ କହିଥିଲେ ଯେ ପୂର୍ବରୁ ସେ ଛୋଟ ଦୋସା ତିଆରି କରୁଥିଲେ। ଏବେ ସେ ଗ୍ରାହକଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜ ନେଇ ଆସିଛନ୍ତି। ପୂର୍ବରୁ ସେ ୫ ଫୁଟ, ୬ ଫୁଟ ଏବଂ ୮ ଫୁଟ ଲମ୍ବାର ଦୋସା ତିଆରି କରୁଥିଲେ। କିନ୍ତୁ ବର୍ତ୍ତମାନ ୧୦ ଫୁଟର ବିଶାଳ ଦୋସା ତିଆରି କରୁଛନ୍ତି।

ରେଷ୍ଟୁରାଣ୍ଟ ମାଲିକଙ୍କ କହିବା ହେଲା, ଏ ପର୍ଯ୍ୟନ୍ତ ୨୫-୨୬ ଜଣ ଲୋକ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ଯଦିଓ ଆଜି ପର୍ଯ୍ୟନ୍ତ କେହି ବି ଏହି ଚ୍ୟାଲେଞ୍ଜ ଜିତି ପାରି ନାହାନ୍ତି। ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ଅନେକ ସ୍ଥାନରୁ କଲ ଆସୁଛି। ଏହି ଦୋସାର ମୂଲ୍ୟ ରଖାଯାଇଛି ୧୫୦୦ ଟଙ୍କା। ଚ୍ୟାଲେଞ୍ଜରେ ଭାଗ ନେଇଥିବା ଜଣେ ଗ୍ରାହକ କହିଛନ୍ତି ଯେ ସେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ, କିନ୍ତୁ ଦୋସା ଶେଷ କରି ପାରି ନ ଥିଲେ ଏବଂ ଚ୍ୟାଲେଞ୍ଜ ହାରି ଯାଇଥିଲେ। ଗ୍ରାହକଙ୍କ କହିବା ଅନୁସାରେ, ଦୋସା ବହୁତ ସ୍ୱାଦିଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.