ଚକୋଲେଟ୍‌ରେ ତିଆରି ଗଣପତି, କ୍ଷୀରରେ ହେବ ବିସର୍ଜନ

ଗଣେଶ ପୂଜା ଅବସରରେ ବେଶ୍‌ ଧୁମ୍‌ଧାମ୍‌ର ସହ ଘରକୁ ଆସିଛନ୍ତି ଗଣପତି। ଗଶେଶଙ୍କ ଆଗମନରେ ଲୋକମାନେ ଯେତିକି ଖୁସି ହୋଇଥାନ୍ତି ବିସର୍ଜନ କଥା ଆସିଲେ ସେତିକି ଦୁଃଖୀ ହୋଇଯାଆନ୍ତି। ଖୁବ୍‌ ଦୁଃଖର ସହ ଲୋକମାନେ ବପ୍ପାଙ୍କୁ ବିଦା କରିଥାନ୍ତି। ବିସର୍ଜନ ପରଦିନ ବିଭିନ୍ନ ସ୍ଥାନରେ ମୂର୍ତ୍ତିଗୁଡ଼ିକ ଏଣେ ତେଣେ ପଡ଼ିଥାଏ। କିଛି ଲୋକ ଏହି ଦୃଶ୍ୟ ଦେଖି ଦୁଃଖ ପ୍ରକାଶ କରି ଆଗକୁ ବଢ଼ୁଥିବା ବେଳେ ଆଉ କିଛି ଏହି ସ୍ଥିତିକୁ ବଦଳାଇବାକୁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ସେଭଳି ଜଣେ ନିଆରା ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତିବିଶେଷ ହେଉଛନ୍ତି ଲକ୍ଷ୍ମୌର ଅଲିଗଞ୍ଜ ନିବାସୀ ବିଦିଶା ସୁଖବାନୀ।

ganesh2

ଚଳିତବର୍ଷ ବିଦିଶା ଘରେ ମାଟିର ନୁହେଁ ବରଂ ଚକୋଲେଟ୍‌ର ମୂର୍ତ୍ତି ତିଆରି କରି ପୂଜା କରିଛନ୍ତି। ୧୩ ଇଞ୍ଚ ଲମ୍ବ ଓ ୫ କିଲୋଗ୍ରାମ୍‌ ଓଜନଯୁକ୍ତ ବ୍ଲାକ୍‌ ଚକୋଲେଟ୍‌ରେ ନିର୍ମିତ ଗଣପତିଙ୍କୁ ବିଦିଶା ପାଞ୍ଚ ଦିନ ପରିଶ୍ରମ ପରେ ତିଆରି କରିବାରେ ସଫଳ ହୋଇଛନ୍ତି। ତେବେ ଗଣେଶ ବିସର୍ଜନ କରିବା ପାଇଁ ବିଦିଶା ଏକ ନିଆରା ଉପାୟ ଆପଣାଇଛନ୍ତି। ସେ ଗଣେଶଙ୍କୁ ନଦୀ କିମ୍ବା ଜଳରେ ନୁହେଁ ବରଂ ଗରମ କ୍ଷୀରରେ ବିସର୍ଜନ କରିବେ। ଏଥିରେ ପ୍ରସ୍ତୁତ ଚକୋଲେଟ୍‌ ମିଲ୍କକୁ ପ୍ରସାଦ ଭାବେ ଗରିବ ଓ ବସ୍ତି ପିଲାଙ୍କୁ ବଣ୍ଟାଯିବ।

ganesh

ଯୋଗ ଶିକ୍ଷୟିତ୍ରୀ ତଥା ଘରେ ବେକେରୀ କାମ କରୁଥିବା ବିଦିଶା କହିଛନ୍ତି ଆମେ ୭ ବର୍ଷ ହେଲା ଘରେ ଗଣେଶ ପୂଜା କରୁଛୁ। ବଜାରରୁ ଆଣୁଥିବା ମୂର୍ତ୍ତି ପ୍ଲାଷ୍ଟର ଅଫ୍‌ ପ୍ୟାରିସର ହୋଇଥିବା ବେଳେ ଏଥିରେ କେମିକାଲ ରଙ୍ଗ ବ୍ୟବହାର କରାଯାଇଥାଏ। ଫଳରେ ପରିବେଶ ପ୍ରଦୂଷିତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସେ ଗତ ଦୁଇ ବର୍ଷ ହେଲା ଘରେ ମାଟିର ମୂର୍ତ୍ତି କରୁଥିଲେ। ମାତ୍ର ଚଳିତବର୍ଷ ସେ ଚକୋଲେଟ୍‌ର ଗଣପତି ତିଆରି କରିଛନ୍ତି। ଯାହାକୁ ବିସର୍ଜନ ପରେ ଗରିବ ପିଲାଙ୍କୁ ବାଣ୍ଟିବେ ବୋଲି କହିଛନ୍ତି ବିଦିଶା।

Leave A Reply

Your email address will not be published.