Below header

ପୂର୍ବତନ ବ୍ଲକ ଅଧ୍ୟକ୍ଷା ଆଣିଲେ ଅଭିଯୋଗ ‘ବରୀ ବିଧାୟିକା ମୋ ପ୍ରତି ଜାତିଗତ ମନ୍ତବ୍ୟ ଦେଇଛନ୍ତି’

ଯାଜପୁର ଟାଉନ : ବରୀ ବିଧାୟିକାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ । ବରୀ ଠାରେ ଆୟୋଜିତ ଏକ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେଇ ବିଧାୟିକା ସୁନନ୍ଦା ଦାସ ଜଣେ ମହିଳାଙ୍କ ଉଦ୍ଦେଶ୍ୟରେ ଜାତିଆଣ ସହିତ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଆଜି ବରୀର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା ବରୀ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି ।
ବିଧାୟିକା କୌଣସି ନାଁ ନେଇ ନଥିଲେ ସୁଦ୍ଧା ତାଙ୍କ ପ୍ରତି ଜାତିଗତ ଇଂଗିତ କରି ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ବିଧାୟିକାଙ୍କ ଏପରି ମନ୍ତବ୍ୟ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିବେ ବୋଲି ଭାରତୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେଣୁ ବିଧାୟିକାଙ୍କ ବିରୋଧରେ ସେ କାର‌୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନ୍ୟପଟେ ବରୀ ବିଧାୟିକା ଏ ନେଇ ନିଜ ସଫେଇରେ କହିଛନ୍ତି ଯେ ମୁଁ କୌଣସି ବ୍ୟକ୍ତିଙ୍କ ନାଁ ନ ନେଇ କହିଛି । ଏଥିରେ କିଏ କଣ ପ୍ରତିକ୍ରିୟା ରଖିବ ମୋର କିଛି କହିବାର ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.