ଅଣ୍ଡା ଭିତରେ ଅଣ୍ଡା! ୯୫ ବର୍ଷ ଧରି ଚାଲିଆସୁଥିବା କୁକୁଡ଼ା ଫାର୍ମ ମାଲିକ ମଧ୍ୟ ଚକିତ

ଆଜି ପଯ୍ୟର୍ନ୍ତ ଏହା ଏକ ପହେଲି ହୋଇ ରହିଆସିଛି କି, ଅଣ୍ଡା ଆଗ ଆସିଥିଲା ନା କୁକୁଡ଼ା! କିନ୍ତୁ ଏବେ ଏହାସହ ଜଡ଼ିତ ଆଉ ଏକ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବ। ଏଥର କୁକୁଡ଼ାର ଏକ ଏପରି ଅଣ୍ଡା ଦେଖିବାକୁ ମିଳିଛି, ଯାହାକି ପୂର୍ବରୁ କେବେ ହୋଇ ନ ଥିଲା। ଏହି ଅଣ୍ଡା ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ଥିବା ଏକ ଅଣ୍ଡା ଫାର୍ମରୁ ମିଳିଥିଲା।

ଅଣ୍ଡା ଭିତରେ ଅଣ୍ଡା

ଷ୍ଟାଙ୍ଗ୍‌ମେନ୍ସ ଅଣ୍ଡା ଫାର୍ମରେ କୁକୁଡ଼ା ଦ୍ୱାରା ଦିଆଯାଇଥିବା ଅଣ୍ଡାର ଆକାର ଅନ୍ୟ ଅଣ୍ଡା ତୁଳନାରେ ୩ ଗୁଣା ବଡ଼ ଥିଲା। ଯେତେବେଳେ ଜଣେ ଚାଷୀ ଏହାକୁ ଫଟେଇଥିଲେ, ସେତେବେଳେ ସେ ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ। କାହିଁକି ନା, ସେହି ବଡ଼ ଅଣ୍ଡା ଭିତରେ ଆଉ ଗୋଟିଏ ଛୋଟିଆ ଅଣ୍ଡା ବାହାରିଥିଲା, ଯାହା ସାଧାରଣ ଅଣ୍ଡା ଆକୃତିର ଥିଲା। ଏହାପରେ ଚାଷୀ ଜଣକ ନିଜର ଷ୍ଟୋରୀକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଆଉ ଏହା ଜବରଦସ୍ତ ଭାଇରାଲ ହୋଇଥିଲା।

ଏହାସହ ପଢ଼ନ୍ତୁ: ଦୁବାଇ ସହ ଜଡ଼ିତ ଏହି ରହସ୍ୟକୁ ଆଜି ପର୍ଯ୍ୟନ୍ତ ଆପଣ ଜାଣି ନ ଥିବେ!

୧୭୬ ଗ୍ରାମର ଅଣ୍ଡା

ଚାଷୀ ଏହି ଅଣ୍ଡାକୁ ଫଟେଇବା ପୂର୍ବରୁ ଓଜନ ମାପି ଦେଖିଥିଲେ। ଏହା ୧୭୬ ଗ୍ରାମର ବାହାରିଥିଲା, ଯେଉଁଠି ସାଧାରଣ ଅଣ୍ଡାର ଓଜନ ଥାଏ ୫୮ ଗ୍ରାମ।

ଆଶ୍ଚଯ୍ୟର୍ଜନକ ଘଟଣା

ଚାଷୀଙ୍କ କହିବା ହେଲା, ଯେତେବେଳେ ଆମେ ଅଣ୍ଡାକୁ ଫଟାଉଥିଲୁ, ସେତେବେଳେ ଲାଗୁଥିଲା କି ଏହା ଭିତରୁ ୪ଟି କେଶର ବାହାରିବ। ଏଗ୍‌ ଫାର୍ମ ପକ୍ଷରୁ କୁହାଯାଇଥିଲା କି, ସେମାନେ ପ୍ରଥମ ଥର ୧୭୬ ଗ୍ରାମର ଅଣ୍ଡା ଦେଖିବାକୁ ପାଇଲେ। ଏହି କୁକୁଡ଼ା ଫାର୍ମ ୧୯୨୩ ମସିହାରୁ ଚାଲିଆସୁଛି। ବଡ଼ ଅଣ୍ଡା ସମସ୍ତଙ୍କୁ ଆଶ୍ଚର୍ଯ୍ୟର୍ରେ ପକାଇ ଦେଇଥିଲା।

Leave A Reply

Your email address will not be published.