Below header

ରାଉରକେଲା: ଭୁଲ୍‌ ଟିକା ନେଇ ଜଣେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ, ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ

ରାଉରକେଲା(କେନ୍ୟୁଜ୍): ଭୁଲ୍‌ ଟିକା ନେଇ ଜଣେ ଛାତ୍ରଙ୍କ ମୃତ୍ୟୁ । ଏଭଳି ଅଭିଯୋଗ ଆସିଛି ରାଉରକେଲା ସେକ୍ଟର ୬ ଅଞ୍ଚଳରୁ । ମହିମା ଆଶ୍ରମ ବିଦ୍ୟା ମନ୍ଦିରର ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଟିକା ନେବାପରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଛାତ୍ର କଲ୍ୟାଣୀ ରାୟ କଲୋନୀର ସୁମନଜିତ୍‌ । ଗତକାଲି ବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସୁମନଜିତ୍‌କୁ ଟିକା ଦେଇଥିଲେ । ଘରକୁ ଆସି ଖେଳାଖେଳି କରିବା ପରେ ସନ୍ଧ୍ୟାରେ ଛାତ୍ରଟି ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା । ପରିବାରଲୋକେ ସୁମନଜିତ୍‌ଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଆଜି ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ମୃତ ଛାତ୍ରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ମୃତଦେହକୁ ଆଇଜିଏଚ୍‌ ମର୍ଗ ହାଉସରେ ଅଟକ ରଖି ସ୍ଥାନୀୟ ବସ୍ତି ବାସିନ୍ଦା ଆନ୍ଦୋଳନ କରିଛନ୍ତି । ଅନ୍ୟପକ୍ଷରେ ଟିକା ନେବା ପରେ ଛାତ୍ରର ମୃତ୍ୟୁ ପରେ ସମଗ୍ର ଜିଲ୍ଲାରେ ଟିକାଦାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବା ସହ ସ୍ୱାସ୍ଥ୍ୟ ବିଭାଗର ୭ ଜଣିଆ ତଦନ୍ତକାରୀ ଦଳ ଘଟଣାର ତଦନ୍ତ ଆରମ୍ବ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.