ରାମ ମନ୍ଦିର ପାଇଁ ୨,୧୪,୨୧୪ ଟଙ୍କିଆ ‘ରାମରାମ’ଚେକ୍ ଦେଲେ ବ୍ୟକ୍ତି, କ୍ରିଏଟିଭିଟି ଦେଖି ସମସ୍ତେ ଆଶ୍ଚର୍ଯ୍ୟ
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ। କେବଳ ଅଯେଧ୍ୟାବାସୀ ନୁହେଁ, ପୂରା ଦେଶର ଛୋଟ ବଡ଼ ସମସ୍ତ ବ୍ୟକ୍ତି ରାମ ମନ୍ଦିର ନିର୍ମାଣର ସ୍ୱପ୍ନ ଦେଖିଛନ୍ତି, ଯାହା ଏବେ ପୂରଣ ହେଉଥିବା ଦେଖାଯାଇଛି। ନିଧି ସମର୍ପଣ ଅଭିଯାନରେ ଦେଶର ସାନଠୁ ବଡ଼ ଯାଏଁ ସମସ୍ତେ ମନ ଖୋଲି ଦାନ କରୁଛନ୍ତି। ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ରାମରାମ ଚେକ୍ ଖୁବ୍ ଭାଇରାଲ ହେଉଛି।
ଭାଇରାଲ ହେଉଥିବା ଚେକ୍ ମାଧ୍ୟମରେ ଜଣେ ରାମ ଭକ୍ତ ୨,୧୪,୨୧୪ ଟଙ୍କା ମନ୍ଦିର ପାଣ୍ଠିକୁ ଦାନ କରିଛନ୍ତି। ଚେକ୍ରେ ସେ ଇଂରାଜୀରେ 214214 କିନ୍ତୁ ସେ ଯେଉଁ ନିଆରା ଢଙ୍ଗରେ ଏହାକୁ ଲେଖିଛନ୍ତି, ତାହା ହିନ୍ଦୀରେ ରାମରାମ ଭଳି ଦିଶୁଛି।
ଦେଖନ୍ତୁ ଚେକ୍ର ଫଟୋ:
214214/-में राम भक्त की राम राम pic.twitter.com/ju0SfG8Ik0
— मुकेश अग्रवाल (@Rashtradharam) February 28, 2021
ବ୍ୟକ୍ତିଙ୍କର ଏହି କ୍ରିଏଟିଭିଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଲୋକମାନେ ଦାନ କରିଥିବା ବ୍ୟକ୍ତିଙ୍କ ଭକ୍ତି ଭାବ ଓ କ୍ରିଏଟିଭିଟିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।
ପ୍ରକାଶ ଯେ ଏବେ ଯାଏଁ ରାମ ମନ୍ଦିର ନିର୍ମାଣ ପାଣ୍ଠିକୁ ୨୧୦୦ କୋଟି ଟଙ୍କା ଜମା ହୋଇସାରିଲାଣି। କେବଳ ଦେଶ ଭିତରର ନୁହେଁ, ବିଦେଶର ଲୋକମାନେ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ଦାନ କରୁଥିବା ଦେଖାଯାଇଛି। ବିଦେଶ ଭକ୍ତଙ୍କ ପାଇଁ ନିଧି ସମର୍ପଣ ଅଭିଯାନ ଚଲାଇବାକୁ ଟ୍ରଷ୍ଟ ଏବେ ଯୋଜନା କରୁଛି। ଆସନ୍ତା ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।