ନକଲି ସାର୍ଟିଫିକେଟ ଦେଖାଇ ସାଜିଥିଲେ ଶିକ୍ଷକ, ଧରାପଡ଼ି ଜେଲ ଗଲେ ବିଜ୍ଞାନ ଶିକ୍ଷକ

ବନ୍ଧାହେଲେ ବିଜ୍ଞାନ ଶିକ୍ଷକ । ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ସାଜି ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ। ସନ୍ଦେହ ହେବାରୁ ତାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହୋଇଥିଲା। ପରେ ଜାଣିବାକୁ ମିଳିଲା ଯେ ସେ ଯେଉଁଠୁ ସାର୍ଟିଫିକେଟ ଆଣିଥିଲେ ସେଠି ପାଠ ପଢିନାହାନ୍ତି ।

ବନ୍ଧାହେଲେ ବିଜ୍ଞାନ ଶିକ୍ଷକ । ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ସାଜି ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ। ସନ୍ଦେହ ହେବାରୁ ତାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହୋଇଥିଲା। ପରେ ଜାଣିବାକୁ ମିଳିଲା ଯେ ସେ ଯେଉଁଠୁ ସାର୍ଟିଫିକେଟ ଆଣିଥିଲେ ସେଠି ପାଠ ପଢିନାହାନ୍ତି । ଯେଉଁ ୟୁନିଭରସିଟି ନାଁରେ ସେ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରେ ଯାଞ୍ଚ ହେବା ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଲା । ଘଟଣା ଟି ଘଟିଛି ବଲାଙ୍ଗିର ଜିଲ୍ଲାରେ ..ବଲାଙ୍ଗିର ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭକ୍ତ ଚରଣ ସେଠ । ସେ ଏହି ବିଷୟରେ ପିଲାଙ୍କୁ ପାଠ ପଢାନ୍ତି … କିନ୍ତୁ ଗୁମର ଫିଟିଗଲା ପରେ ଶେଷରେ ଧରା ପଡିଛନ୍ତି । ନକଲି ଶିକ୍ଷକଙ୍କୁ ଧରି ଜେଲ ପଠାଯାଇଛି ।

ସୂଚନା ଅନୁସାରେ ଭକ୍ତ ଚରଣ ସେଠ ଗତ ୨୦୨୨ ମସିହାରେ ଜାଲ ବି.ଇ.ଡ଼ି ସାର୍ଟିଫିକେଟ ଦେଇ ଚାକିରି କରିଥିଲେ। ଯେଉଁ ୟୁନିଭରସିଟି ନାଁରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଲା । ଏନେଇ ଗତ ୯ ତାରିଖ ଟାଉନ ଥାନରେ ଜିଲ୍ଲା ଶିକ୍ଷା ଅଧିକାରୀ ଲିଖିତ ଅଭିଯୋଗ କରିଥିଲେ ।

ଭକ୍ତଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ନକଲି ବେଲି ଜଣା ପଡିବା ପରେ ବଲାଙ୍ଗିର ଟାଉନ ପୋଲିସ ଗିରଫ କରିଛି। ଅଭିଯୋଗ ପରେ ଟାଉନ ପୋଲିସ ଭକ୍ତ ଚରଣ ସେଠଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭକ୍ତଙ୍କ ବିଇଡି ଶିକ୍ଷାଗତ ପ୍ରମାଣ ପତ୍ର ନକଲି ବୋଲି ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଟାଉନ ଥାନା ରେ ଅଭିଯୋଗ କରିଥିଲେ ା

ତେବେ ଦିନକୁ ଦିନ ଏମିତି ଖବର ଅନେକ ଥର ସାମ୍ନାକୁ ଆସିଲାଣି …ଖାସ କରି ବଲାଙ୍ଗିର ଜିଲ୍ଲା ଫେକ୍‌ ସାର୍ଟିଫିକେଟର ହବ୍‌ ପାଲଟି ସାରିଲାଣି। ଫେକ୍‌ ସାର୍ଟିଫିକେଟ୍‌ ଦେଇ ଏଠାରେ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଚାକିରି ହାତେଇଥିବା ଜଣାପଡ଼ିଛି। ଏପରି ଅଭିଯୋଗ ଆସିବା ପରେ ଆକ୍ସନ ମୁଡକୁ ଚାଲି ଅସିଥିବା ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଥିଲା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଯାଞ୍ଚ ବେଳେ ବଲାଙ୍ଗିର ଜିଲ୍ଲାର ୨୫୧ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ସନ୍ଦେହ ଘେରକୁ ଆସିଥିଲା। ସେ ଗୁଡ଼ିକର ଅଧିକ ଯାଞ୍ଚ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.