ହଜାର ହଜାର ବର୍ଷ ପୁରୁଣା ଲିପ୍‌ଷ୍ଟିକ୍‌ର ଇତିହାସ, ଜାଣନ୍ତୁ କିଛି ରୋଚକ କଥା…

ନାରୀମାନଙ୍କ ସୌନ୍ଦର୍ଯ୍ୟ ସାମଗ୍ରୀ ମଧ୍ୟରୁ ଲିପଷ୍ଟିକ୍ ଅନ୍ୟତମ। ଆଜିର ଆଧୁନିକ ଯୁଗରେ ଲିପ୍‌ଷ୍ଟିକର ବ୍ୟବହାର ବହୁଳ ବଢ଼ିଯାଇଛି। ନାରୀମାନେ ନିଜକୁ ଆକର୍ଷଣୀୟ ରୂପ ଦେବା ପାଇଁ ଓଠରେ ଲିପ୍‌ଷ୍ଟିକ ଲଗାଇବାକୁ ଭୁଲୁ ନାହାନ୍ତି।

ନାରୀମାନଙ୍କ ସୌନ୍ଦର୍ଯ୍ୟ ସାମଗ୍ରୀ ମଧ୍ୟରୁ ଲିପଷ୍ଟିକ୍ ଅନ୍ୟତମ। ଆଜିର ଆଧୁନିକ ଯୁଗରେ ଲିପ୍‌ଷ୍ଟିକର ବ୍ୟବହାର ବହୁଳ ବଢ଼ିଯାଇଛି। ନାରୀମାନେ ନିଜକୁ ଆକର୍ଷଣୀୟ ରୂପ ଦେବା ପାଇଁ ଓଠରେ ଲିପ୍‌ଷ୍ଟିକ ଲଗାଇବାକୁ ଭୁଲୁ ନାହାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି? କେବଳ ଆଜିର ଯୁଗ ନୁହେଁ, ହଜାର ହଜାର ବର୍ଷ ପୁରୁଣା ସଭ୍ୟତାରେ ମଧ୍ୟ ନାରୀମାନେ ନିଜକୁ ସଜାଇବା ପାଇଁ ଲିପ୍‌ଷ୍ଟିକ ବ୍ୟବହାର କରୁଥିଲେ। ଯଦି ଆମେ ପାଞ୍ଚ ହଜାର ବର୍ଷ ପୂର୍ବର ସମୟ ଦେଖିବା, ତେବେ ସେହି ସମୟରେ ବି ମହିଳାମାନେ ଓଠରେ ଲିପଷ୍ଟିକ ଲଗାଉଥିଲେ। କିନ୍ତୁ ପୂର୍ବ କାଳରେ ସେମାନେ ଫୁଲ ଓ ପତ୍ରକୁ ଗୁଣ୍ଡ କରି ତାହାକୁ ଓଠରେ ଲଗାଉଥିଲେ।

ପାଞ୍ଚ ହଜାର ବର୍ଷ ପୁରୁଣା ସଭ୍ୟତାରେ ଲିପଷ୍ଟିକ୍‌ର ବ୍ୟବହାର:

ଆଜକୁ ପାଞ୍ଚ ହଜାର ବର୍ଷ ପୂର୍ବେ ସୁମେରିଆନ୍‌ ସଭ୍ୟତା, ମେସୋପଟାମିଆୟା ସଭ୍ୟତାର ମହିଳାମାନେ ଲିପ୍‌ଷ୍ଟିକ ବ୍ୟବହାର କରୁଥିଲେ। ଗ୍ରୀକ୍‌, ମିଶର, ଜାପାନ, ଭାରତ ଆଦି ସ୍ଥାନରେ ହଜାର ହଜାର ବର୍ଷ ତଳେ ଲିପ୍‌ଷ୍ଟିକର ପ୍ରଚଳନ ଥିଲା।

ସେହି ସମୟରେ କେବଳ ମହିଳାମାନେ ନୁହଁନ୍ତି, ପୁରୁଷମାନେ ମଧ୍ୟ ସଜେଇ ହେବା ପାଇଁ ଲିପଷ୍ଟିକ ଲଗାଉଥିଲେ। ପୁରୁଣା ସଭ୍ୟତାରେ ଲିପଷ୍ଟିକ୍ କେବଳ ସୁନ୍ଦର ଦେଖାଯିବା ପାଇଁ ତିଆରି ହେଉ ନ ଥିଲା, ବରଂ ସେଥିରେ ଭରି ରହିଥିଲା ଅନେକ ପ୍ରକାରର ଔଷଧୀୟ ଗୁଣ।

ମଧ୍ୟଯୁଗରେ ନ ଥିଲା ଲିପଷ୍ଟିକ୍‌ର ପ୍ରଚଳନ:

ମଧ୍ୟଯୁଗରେ ଲିପଷ୍ଟିକର ପ୍ରଚଳନ ନ ଥିଲା। କାରଣ ସେହି ସମୟରେ ଲୋକେ ବିଶ୍ୱାସ କରୁଥିଲେ ଯେ ଯେଉଁ ମହିଳାମାନେ ଲାଲ୍‌ ଲିପଷ୍ଟିକ୍ ଲଗାନ୍ତି, ସେମାନେ ଗୁଣି ଗାରେଡ଼ି କରନ୍ତି।

ଷୋଡ଼ଶ ଶତାଦ୍ଦୀରେ ପୁଣି ଫେରିଥିଲା ଲିପଷ୍ଟିକ୍:

ଷୋଡ଼ଶ ଶତାଦ୍ଦୀରେ ଇଂଲଣ୍ଡର ରାଣୀ ଏଲିଜାବେଥଙ୍କ ସମୟରେ ମହିଳାମାନେ ପୁଣି ଲିପଷ୍ଟିକ ଲଗାଇବା ଆରମ୍ଭ କରିଥିଲେ । କାରଣ, ରାଣୀ ଏଲିଜାବେଥଙ୍କୁ ଲିପଷ୍ଟିକ୍ ଲଗାଇବା ବହୁତ ପସନ୍ଦ ଥିଲା। ହେଲେ ସେହି ସମୟରେ ଲିପଷ୍ଟିକ୍ କେବଳ ଉଚ୍ଚ ଘରର ଲୋକମାନେ ହିଁ ବ୍ୟବହାର କରିପାରୁଥିଲେ। ଏହାର ପରବର୍ତ୍ତୀ ତିନି ଶତାଦ୍ଦୀ ପର୍ଯ୍ୟନ୍ତ ଲିପ୍‌ଷ୍ଟିକ କେବଳ ଅଭିନେତ୍ରୀଙ୍କ ପାଖରେ ପହଞ୍ଚିପାରିଥିଲା।

କୁହାଯାଏ, ୧୦୦୦ ବର୍ଷ ପୂର୍ବେ ଚୀନରେ ପ୍ରଥମେ ମହମର ଲିପ୍‌ଷ୍ଟିକ ଆରମ୍ଭ ହୋଇଥିଲା। ଆଗେ ମହିଳାମାନେ ପ୍ରଥମେ ଲାଲ୍‌ ଲିପଷ୍ଟିକ୍ ଲଗାଉଥିଲେ। କିନ୍ତୁ ଏବେ ମାର୍କେଟ୍‌କୁ ଲିପ୍‌ଷ୍ଟିକର ଅନେକ ରଙ୍ଗ ଓ ଫ୍ଲେଭର ଆସିଲାଣି। ମାର୍କେଟରେ ମ୍ୟାଟ୍, ଶିମିରି ଆଦି ଲିପ୍‌ଷ୍ଟିକର ଡିମାଣ୍ଡ ଢେର୍‌ ଅଧିକ ରହିଛି।

୨୦୦୦ ମସିହା ପରଠାରୁ…

୨୦୦୦ ମସିହା ପରଠାରୁ ଲିପ୍‌ଷ୍ଟିକ ମହିଳାମାନଙ୍କ ମୁଖ୍ୟ ପ୍ରସାଧନ ସାମଗ୍ରୀ ପାଲଟିଯାଇଛି। ଲିପ୍‌ଷ୍ଟିକ ବିନା ମେକ୍‌ଅପର କଳ୍ପନା କରିବା ବି ମହିଳାଙ୍କ ପାଇଁ ମୁସ୍କିଲ। ଆଜି ଲିପ୍‌ଷ୍ଟିକ କେବଳ ମେକ୍‌ଅପ ନୁହେଁ, ବରଂ ଏକ ଜରୁରୀ ସୌନ୍ଦର୍ଯ୍ୟ ସାମଗ୍ରୀ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.